ନୂଆଦିଲ୍ଲୀ: ଆଗକୁ ଆସୁଛି ଦୀପାବଳି। ଆଲୋକର ଏହି ପର୍ବକୁ ପାଳନ କରିବା ପାଇଁ ଲୋକେ ପ୍ରସ୍ତୁତି ଶେଷ କଲେଣି। ଘର ସଜାଇବା ସହ ଉପହାର କିଣିଲେଣି ଲୋକେ। ତେବେ ପରିବଶେ ପ୍ରଦୂଷଣକୁ ଆଖି ଆଗରେ ରଖି ଏଥର ସରକାର ବାଣ ଫୁଟାଇବା ଉପରେ ସମ୍ପୂର୍ଣ୍ଣ ପ୍ରତିବନ୍ଧକ ଲଗାଇବା ପରିବର୍ତ୍ତେ ଗ୍ରୀନ କ୍ରାକର ବା ପରିବେଶ ଅନୁକୂଳ ବାଣ ଫୁଟାଇବାକୁ ଅନୁମତି ଦେଇଛନ୍ତି।
ତେବେ ଗ୍ରୀନ କ୍ରାକର କ’ଣ? ଏହା କେଉଁଠି ମିଳେ? ଏହାକୁ ଫୁଟାଇଲେ କ’ଣ ଲାଭ ମିଳିବ? ଏଭଳି ଅନେକ ପ୍ରଶ୍ନ ଆପଣଙ୍କ ମନରେ ଉଠୁଥିବ ନିଶ୍ଚୟ। ଆଜି ଆମେ ଆପଣଙ୍କ ମନରେ ଆସୁଥିବା ଏସବୁ ପ୍ରଶ୍ନର ଉତ୍ତର ରଖିବୁ।
ଗ୍ରୀନ କ୍ରାକର କ’ଣ?
ଗ୍ରୀନ କ୍ରାକର କିମ୍ବା ପରିବେଶ ଅନୁକୂଳ ବାଣଗୁଡିକ ବିକଳ୍ପ କଞ୍ଚାମାଲରୁ ଉତ୍ପାଦିତ ହୁଏ, ଯାହା ପରିବେଶ ଉପରେ କମ୍ ପ୍ରଭାବ ପକାଇଥାଏ ଏବଂ ସ୍ୱାସ୍ଥ୍ୟ ପ୍ରତି କମ୍ ବିପଦ ସୃଷ୍ଟି କରିଥାଏ। ଗ୍ରୀନ କ୍ରାକରରେ ଆଲୁମିନିୟମ୍, ବାରିୟମ୍, ପୋଟାସିୟମ୍ ନାଇଟ୍ରେଟ୍ କିମ୍ବା ଅଙ୍ଗାରକାମ୍ଳ ନଥାଏ, ଯାହା ତାକୁ ପରିବେଶ ଅନୁକୂଳ କରିଥାଏ।

ଏହା କେଉଁଠି ମିଳେ?
ଆପଣ ସରକାରୀ ପଞ୍ଜୀକୃତ ଦୋକାନରୁ ଗ୍ରୀନ କ୍ରାକର କିଣି ପାରିବେ। ଏହା ବ୍ୟତୀତ, ଅନଲାଇନରେ ମଧ୍ୟ ଗ୍ରୀନ କ୍ରାକର କିଣି ପାରିବେ।
ଏହାକୁ ଫୁଟାଇଲେ କ’ଣ ଲାଭ ମିଳିବ?
ଏଥିରୁ ନିର୍ଗତ କଣିକା ପଦାର୍ଥ ୩୦-୩୫% ହ୍ରାସ ହୋଇଥିବାରୁ ଏହା ବାୟୁମଣ୍ଡଳକୁ କମ ପ୍ରଦୂଷିତ କରିଥାଏ। ସାଧାରଣ ବାଣ ଭଳି ଗ୍ରୀନ କ୍ରାକର ଜୋରରେ ଶବ୍ଦ କରିନଥାଏ। ଏହାର ଶବ୍ଦ କମ ଥିବା ସହ ଏଥିରୁ ପାଉଁଶ କମ ବାହାରିଥାଏ।
The post ଗ୍ରୀନ କ୍ରାକର କ’ଣ? କେଉଁଠୁ କିଣିବେ ଦୀପାବଳି ପାଇଁ ଗ୍ରୀନ କ୍ରାକର? first appeared on Sambad.from ବିଶେଷ | Sambad https://ift.tt/3wbl6QD
0 Comments