ଛୋଟ ଶିଶୁ ହେଲେ କ’ଣ ହେଲା, ଦେଶପ୍ରେମର ଝଲକ ଦେଖାଇଦେଲେ

ବାଙ୍ଗାଲୋର: ଦେଶର ଯବାନଙ୍କ ଦେଶପ୍ରେମ ବାବଦରେ ତ ଆପଣ ଜାଣିଥିବେ | ନିଜ ଜୀବନକୁ ବାଜିରେ ଲଗାଇ ଦେଶବାସୀଙ୍କ ପାଇଁ ଅହରହ ସୁରକ୍ଷା ଦେଉଥିବା ଯବାନ କେତେ ଯେ ବଳିଦାନ ଦିଅନ୍ତି ସେ ବାବଦରେ ବି ଆପଣ ଜାଣିଥିବେ | ତେବେ ଦେଶରେ ଏମିତି କିଛି ମଧ୍ୟ ଅଛନ୍ତି ଯେଉଁମାନେ ଯବାନଙ୍କ ପରାକ୍ରମକୁ ନେଇ ମଧ୍ୟ ପ୍ରଶ୍ନ ଉଠାନ୍ତି | କିନ୍ତୁ ଆଜି ଆମେ ଆପଣଙ୍କୁ ଏମିତି ଏକ ଦୃଶ୍ୟ ବାବଦରେ କହିବୁ ଯାହାକୁ ଦେଖିବା ପରେ ଆପଣଙ୍କର ବି ସାଲ୍ୟୁଟ କରିବାକୁ ହାତ ଉଠିଯିବ | ଏହି ଦୃଶ୍ୟରେ ଜଣେ ଛୋଟ ଶିଶୁର ନିଜ ଦେଶର ଯବାନଙ୍କ ପ୍ରତି ଥିବା ଭଲ ପାଇବା ଦେଖିବାକୁ ମିଳିଛି |

ଏହି ଭିଡ଼ିଓଟି ବର୍ତ୍ତମାନ ଭାଇରାଲ ହେବାରେ ଲାଗିଛି | ମିଡିଆ ରିପୋର୍ଟ ଅନୁଯାୟୀ, ସିଆଇଏସ୍ଏଫ୍ ଯବାନଙ୍କୁ ସାଲ୍ୟୁଟ କରିବାର ଏହି ଭିଡିଓ କର୍ଣ୍ଣାଟକର ବାଙ୍ଗାଲୋର ବିମାନବନ୍ଦରରୁ ଆସିଛି। ଶିଶୁର ବାପା ଏହି ଭିଡିଓକୁ ଟ୍ୱିଟରରେ ସେୟାର କରିଥିଲେ । ଏହା ଦେଖିବା ପରେ ସୋସିଆଲ ମିଡିଆରେ ଏହି ଭିଡିଓ ଅଧିକ ଭାଇରାଲ ହେବାରେ ଲାଗିଥିଲା। ଏହି ଭିଡିଓଟି ଶିଶୁର ମା’ଙ୍କ ଦ୍ୱାରା ଅକ୍ଟୋବର ୧୮ରେ ବାଙ୍ଗାଲୋର ବିମାନବନ୍ଦରରେ ସୁଟିଂ କରାଯାଇଥିଲା। ଭିଡିଓ ଭାଇରାଲ ହେବା ପରେ କେନ୍ଦ୍ର ମନ୍ତ୍ରୀ ରାଜୀବ ଚନ୍ଦ୍ରଶେଖର ମଧ୍ୟ ଏହି ଭିଡିଓକୁ ପୁଣି ଥରେ ସୋସିଆଲ ମିଡିଆରେ ପୋଷ୍ଟ କରିଛନ୍ତି।


ଏହି ଭିଡିଓ ସେୟାର କରିବା ସମୟରେ ମନ୍ତ୍ରୀ ଲେଖିଛନ୍ତି, ‘ବାଙ୍ଗାଲୋର ବିମାନ ବନ୍ଦରରେ ଭାରତୀୟ ୟୁନିଫର୍ମ ପିନ୍ଧିଥିବା ଜଣେ ଯବାନଙ୍କୁ ଶିଶୁଟି ଅଭିବାଦନ ଜଣାଉଛି।’ ଏହି ଭିଡିଓରେ ଦେଖିବାକୁ ମିଳିଛି ଯେ ଚାରି ବର୍ଷର ଶିଶୁ ସିଆଇଏସ୍ଏଫ୍ ଯବାନଙ୍କୁ ଅଭିବାଦନ ଜଣାଇବା ପାଇଁ କାର ଆଗରେ ଠିଆ ହୋଇଛି। ଏହି ସମୟରେ ତାଙ୍କ ପିତା ମଧ୍ୟ ସେହି ପିଲା ସହିତ ଅଛନ୍ତି। ପିଲାଟି କାର ଆଗରେ ଠିଆ ହୋଇଥିବା ଦେଖି ଯବାନ ଜଣକ କିଛି ସମୟ ପାଇଁ ଆଶ୍ଚର୍ଯ୍ୟ ହୋଇଯାଇଥିଲେ | କିନ୍ତୁ ପରେ ପିଲାଟି ଯବାନଙ୍କୁ ସାଲ୍ୟୁଟ କରିଥିଲା | ଏହା ପରେ ଯବାନ ମଧ୍ୟ ଶିଶୁକୁ ଅଭିବାଦନ ଜଣାଇଥିଲେ |

The post ଛୋଟ ଶିଶୁ ହେଲେ କ’ଣ ହେଲା, ଦେଶପ୍ରେମର ଝଲକ ଦେଖାଇଦେଲେ first appeared on Sambad.

from ବିଶେଷ | Sambad https://ift.tt/2ZhQlgB

Post a Comment

0 Comments