
ନୂଆଦିଲ୍ଲୀ: ସାପକୁ ଦେଖିଲେ କି ସାପ ନାମ ଶୁଣିଲେ ମନରେ ଏକ ପ୍ରକାର ଭୟ ଖେଳି ଯାଇଥାଏ। କିନ୍ତୁ ଅଷ୍ଟ୍ରେଲିଆରେ ଦୁଇବର୍ଷର ଜଣେ ଶିଶୁ ସାପ ସହିତ ଏଭଳି କିଛି କରିଛି ଯାହାକୁ ଦେଖିଲେ ଆପଣ ବି ଆଶ୍ଚର୍ଯ୍ୟ ହୋଇଯିବେ। ଶିଶୁ ଜଣକ ୨ମିଟର ଲମ୍ବା ସାପର ଲାଞ୍ଚକୁ ଧରିବା ସହ ସାପକୁ ଏମିତି ଘୂରାଇ ଫିଙ୍ଗି ଦେଉଛନ୍ତି ଯେମିତି ତା ପାଇଁ ସାପ ଖେଳନା ସଦୃଶ୍ୟ।
ଶିଶୁର ବାପା ନିଜେ ଏହି ଘଟଣାର ଦୃଶ୍ୟ କ୍ୟାମେରାରେ କୈଦ କରିଛନ୍ତି। ଆଉ ଏହାକୁ ନିଜର ଇନଷ୍ଟାଗ୍ରାମରେ ସେୟାର କରିଛନ୍ତି, ଯେଉଁଥିରେ ଶିଶୁଜଣକ ଆଶ୍ଚର୍ଯ୍ୟଜନକ ଭାବେ ସାପଟିକୁ ଧରିଥିବା ନଜର ଆସୁଛି।
ଶିଶୁଟି ଅଷ୍ଟ୍ରେଲିଆର ଚର୍ଚ୍ଚିତ ବ୍ୟକ୍ତି ମେଟ ରାଇଟଙ୍କ ପୁଅ। ମେଟ ଜଙ୍ଗଲୀ ଜୀବଜନ୍ତୁଙ୍କୁ କାବୁ କରିବା ନେଇ ଚର୍ଚ୍ଚାରେ ଅଛନ୍ତି। ଗତ ୨୦ବର୍ଷ ଧରି ସେ କୁମ୍ଭୀରମାନଙ୍କୁ ଧରି ଅନ୍ୟତ୍ର ସ୍ଥାନାନ୍ତର କରୁଛନ୍ତି। ମେଟ ରାଇଟ ନିକଟରେ ନିଜର ଇନଷ୍ଟାଗ୍ରାମ ଆକାଉଣ୍ଟରେ ଏକ ଭିଡିଓ ଅପଲୋଡ କରିଥିଲେ।
ଏହି ଭିଡିଓରେ ଘର ବଗିଚାରେ ଏକ ଲମ୍ବା ସାପ ଦେଖିବାକୁ ମିଳୁଛି। ସାପଟିକୁ ମେଟ ରାଇଟଙ୍କ ଦୁଇବର୍ଷର ପୁଅ ଧରିଛି।
The post ବିଶାଳକାୟ ସାପର ଏଭଳି ଅବସ୍ଥା କଲା ୨ବର୍ଷର ଶିଶୁ first appeared on Sambad.from ବିଶେଷ | Sambad https://ift.tt/3uOYBAe
0 Comments