ଏହି ୫ଟି ବିପଜ୍ଜନକ ଡ୍ରଗ୍ସ ବାବଦରେ ଜାଣିଛନ୍ତି କି? ଅତ୍ୟଧିକ ସେବନ ନେଇଯାଏ ଜୀବନ

ମୁମ୍ବାଇ: ଡ୍ରଗ୍ସ ମାମଲାରେ ଶାହାରୁଖ ଖାନଙ୍କ ପୁଅ ଆରୟନ ଖାନ ଏବେ ଜେଲରେ ଅଛନ୍ତି | ଗତବର୍ଷରୁ ଅଧିକ ସମୟ ଧରି ବଲିଉଡ ଏବଂ ଟିଭି ଇଣ୍ଡଷ୍ଟ୍ରିରେ ଡ୍ରଗ୍ସ ବ୍ୟବହାରକୁ ନେଇ ଅନେକ ବଡ ତାରକା ଏନସିବିର ରାଡାରରେ ରହିଆସିଛନ୍ତି। ଏନସିବି ଅନେକଙ୍କୁ ପଚରାଉଚରା ପାଇଁ ଡାକିଥିବାବେଳେ, କେତେକଙ୍କୁ ମଧ୍ୟ ଗିରଫ କରାଯାଇଥିଲା। ତେବେ ଆଜି ଆମେ ଆପଣଙ୍କୁ ଦୁନିଆର ପାଞ୍ଚଟି ବିପଜ୍ଜନକ ଡ୍ରଗ୍ସ ବିଷୟରେ କହିବାକୁ ଯାଉଛୁ, ଯାହାର ବାରମ୍ବାର ସେବନ ଜଣେ ବ୍ୟକ୍ତିଙ୍କୁ ମୃତ୍ୟୁ ଆଡକୁ ଠେଲିଦେଇଥାଏ |

ଡ୍ରଗ୍ସ ଦୁନିଆରେ କୋକେନ୍ ଏକ ଜଣାଶୁଣା ନାମ | ଲୋକମାନେ ଏହାକୁ ପାଉଡର ଏବଂ ଇଞ୍ଜେକ୍ସନ ଆକାରରେ ନେଇଥାନ୍ତି | ଏହାକୁ ନେବା ଦ୍ୱାରା ମସ୍ତିଷ୍କରେ ଡୋପାମାଇନ୍ ନାମକ ରାସାୟନିକ ବୃଦ୍ଧି ହୁଏ | ଦୀର୍ଘ ସମୟ ଧରି କୋକେନ୍ ବ୍ୟବହାର କରିବା ଦ୍ୱାରା ହୃଦରୋଗ ଏବଂ ଉଚ୍ଚ ରକ୍ତଚାପର ଆଶଙ୍କା ବଢିଯାଏ | ଅତ୍ୟଧିକ ବ୍ୟବହାର ଦ୍ୱାରା ଅଙ୍ଗ ବିଫଳତା ବା ଅର୍ଗାନ ଫେଲ୍ୟୁୟର ମଧ୍ୟ ହୋଇପାରେ | ଡ୍ରଗ୍ସ ପାର୍ଟିରେ ସାଧାରଣତଃ ମେଫେଡ୍ରନ୍ ବା ମିଆଉ-ମିଆଉ ଡ୍ରଗ୍ସର ବହୁଳ ବ୍ୟବହାର ହୋଇଥାଏ | ଏହାକୁ କ୍ୟାପସୁଲ ଏବଂ ପାଉଡର ଆକାରରେ ସେବନ କରାଯାଇଥାଏ | ଏହି ଡ୍ରଗ୍ସ ସେବନ କଲେ ଜଣଙ୍କର ଶରୀରରେ ତୀବ୍ର ଉତ୍ତେଜନା ସୃଷ୍ଟି ହୋଇଥାଏ | ଏହି ଡ୍ରଗ୍ସ ସେବନ ଦ୍ୱାରା ଆଙ୍ଗୁଠି ଥଣ୍ଡା ଏବଂ ନୀଳ ହୋଇଯାଏ, ନାକରୁ ରକ୍ତସ୍ରାବ ମଧ୍ୟ ହୋଇପାରେ | ଅତ୍ୟଧିକ ବ୍ୟବହାର ଦ୍ୱାରା ମୃତ୍ୟୁ ଆଶଙ୍କା ବଢିଯାଏ |

MDMA କିମ୍ବା ମଲି ଭାବରେ ଜଣାଶୁଣା ଡ୍ରଗ୍ସକୁ ସୁପରମ୍ୟାନ୍, ରୋଲକ୍ସ ପିଙ୍କ ସୁପରମ୍ୟାନ୍ ଭାବରେ ମଧ୍ୟ ଜଣାଯାଇଥାଏ | କ୍ୟାପସୁଲ, ଟାବଲେଟ୍ ଭାବରେ ଏହା ଉପଲବ୍ଧ ହୋଇଥାଏ | ଏହାର ବ୍ୟବହାର କରିବା ପରେ ବାନ୍ତି, ଶରୀରର କଷ୍ଟ, ଅସ୍ପଷ୍ଟ ଦୃଷ୍ଟିଶକ୍ତି ଭଳି ସମସ୍ୟା ଆସେ | କେଟାମାଇନ୍ ଡ୍ରଗ୍ସ ଭିଟାମିନ୍ କେ, ସୁପର କେ, ସ୍ପେଶାଲ୍ କେ ନାମରେ ମଧ୍ୟ ଜଣାଶୁଣା | ଏହା ଟାବଲେଟ୍ ଏବଂ ପାଉଡର ଭାବରେ ଉପଲବ୍ଧ ହୋଇଥାଏ | ଏହି ଡ୍ରଗ୍ସ ବ୍ୟବହାର ଦ୍ୱାରା ହୃତପିଣ୍ଡରେ ରକ୍ତର ଗତି ବଢ଼ିଯାଇଥାଏ | ଏହାର ଅତ୍ୟଧିକ ବ୍ୟବହାର ଦ୍ୱାରା ଜଣେ ବ୍ୟକ୍ତିଙ୍କର ମୃତ୍ୟୁ ମଧ୍ୟ ହୋଇଯାଇଥାଏ | ମିଥାମଫେଟାମାଇନ୍ ନାମକ ଡ୍ରଗ୍ସ ଟାବଲେଟ୍, ପାଉଡର ଏବଂ କ୍ରିଷ୍ଟାଲ୍ ଫର୍ମରେ ମଧ୍ୟ ଉପଲବ୍ଧ ହୋଇଥାଏ | ଏହାର ବ୍ୟବହାର କଲେ ଫୁସଫୁସ, କିଡନୀ ଏବଂ ମସ୍ତିଷ୍କ ଉପରେ ବହୁତ ନକାରାତ୍ମକ ପ୍ରଭାବ ପଡିଥାଏ |

The post ଏହି ୫ଟି ବିପଜ୍ଜନକ ଡ୍ରଗ୍ସ ବାବଦରେ ଜାଣିଛନ୍ତି କି? ଅତ୍ୟଧିକ ସେବନ ନେଇଯାଏ ଜୀବନ first appeared on Sambad.

from ବିଶେଷ | Sambad https://ift.tt/3j1llbx

Post a Comment

0 Comments