ନିଜ ଟୋପି ଉପରେ ୭୩୫ଟି ଅଣ୍ଡା ରଖି ରେକର୍ଡ କଲେ ବ୍ୟକ୍ତି

ନୂଆଦିଲ୍ଲୀ: ଅଣ୍ଡା ନେଇ ଯାଉଥିବା ବେଳେ ସାମାନ୍ୟ ଅସାବଧାନତା ହେଲେ ଅଣ୍ଡାଗୁଡ଼ିକ ଭାଙ୍ଗି ଯାଇଥାଏ। ତେବେ ନିକଟରେ ଜଣେ ବ୍ୟକ୍ତି ତାଙ୍କ ଟୋପି ଉପରେ ୭୩୫ଟି ଅଣ୍ଡା ରଖି ଗିନିଜ ୱାର୍ଲ୍ଡ ରେକର୍ଡ ସୃଷ୍ଟି କରିଛନ୍ତି ।

ପଶ୍ଚିମ ଆଫ୍ରିକାର ବେନିନ୍‌ର ଗ୍ରେଗୋରି ଡା ସିଲଭା ତାଙ୍କ ଟୋପିରେ ୭୩୫ ଟି ଅଣ୍ଡାକୁ ଏକାଠି ରଖି ଏହି ଆଶ୍ଚର୍ଯ୍ୟଜନକ କାମ କରିଛନ୍ତି। ଯାହାକି ଚର୍ଚ୍ଚାରେ ରହିଛି। ଗିନିଜ ୱାର୍ଲ୍ଡ ରେକର୍ଡ ଇନଷ୍ଟାଗ୍ରାମ ହ୍ୟାଣ୍ଡେଲରେ ଗ୍ରେଗୋରିଙ୍କର ଏକ ଭିଡିଓ ପୋଷ୍ଟ କରାଯାଇଛି। ଆଉ ସେଥିରେ ଲେଖାଯାଇଛି, ଗ୍ରେଗୋରି ଡା ସିଲଭା ୭୩୫ ଟି ଅଣ୍ଡାକୁ କ୍ୟାପ୍ ଉପରେ ରଖିଛନ୍ତି।

ଗ୍ରେଗୋରିଙ୍କୁ ତାଙ୍କ ଟୋପିରେ ଏତେ ସଂଖ୍ୟକ ଅଣ୍ଡା ରଖିବା ପାଇଁ ତିନି ଦିନ ଲାଗିଥିଲା। ଗିନିଜ ୱାର୍ଲ୍ଡ ରେକର୍ଡସ କହିଛି, ପଶ୍ଚିମ ଆଫ୍ରିକାର ବେନିନ୍‌ର ଗ୍ରେଗୋରି ଚୀନରେ ସିସିଟିଭି ପାଇଁ ଜିଡବ୍ଲୁଆର ସ୍ପେଶାଲ ସୋରେ  ଏଭଳି ଆଶ୍ଚର୍ଯ୍ୟଜନକ ସନ୍ତୁଳନ ରକ୍ଷା କରି ରେକର୍ଡ ସୃଷ୍ଟି କରିଛନ୍ତି।

ଏହି ଘଟଣାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଛି। ଯାହାକୁ ଏପର୍ଯ୍ୟନ୍ତ ୬୧ ହଜାରରୁ ଅଧିକ ଲାଇକ୍ ମିଳିଛି। ସୋସିଆଲ ମିଡିଆରେ ଲୋକେ ଏହି ଭିଡିଓ ଦେଖି ବିଭିନ୍ନ ପ୍ରକାର ପ୍ରତିକ୍ରିୟା ଦେଇଛନ୍ତି।

The post ନିଜ ଟୋପି ଉପରେ ୭୩୫ଟି ଅଣ୍ଡା ରଖି ରେକର୍ଡ କଲେ ବ୍ୟକ୍ତି first appeared on Sambad.

from ବିଶେଷ | Sambad https://ift.tt/3DMHW3x

Post a Comment

0 Comments