
ଭୁବନେଶ୍ବର : ମମିତା ମେହେର ହତ୍ୟା ମାମଲା ପୂର୍ବରୁ ଛତିଶଗଡ଼ ରାୟପୁରସ୍ଥିତ ଗୃହ ରାଷ୍ଟ୍ରମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କର ଫ୍ଲାଟ୍ରେ ବୈଠକ ବସିଥିଲା ଏବଂ ଏଥିରେ ଗୋବିନ୍ଦ, ମମିତା ଉପସ୍ଥିତ ଥିବା ବେଳେ ଦିବ୍ୟଶଙ୍କର ମିଶ୍ର ମିଳାମିଶା ପାଇଁ ମଧ୍ୟସ୍ଥ ସାଜିଥିଲେ ବୋଲି ବରିଷ୍ଠ ବିଜେପି ନେତା ବିଜୟ ମହାପାତ୍ର ଓ କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର ସାମ୍ବାଦିକ ସମ୍ମିଳନୀ ଜରିଆରେ ଅଭିଯୋଗ ଆଣିଥିଲେ। ଏବେ ଏହି ଫ୍ଲାଟ୍ ଚର୍ଚ୍ଚାକୁ ଆସିଛି। ରାୟପୁର ସହରରେ ‘କୁଲ୍ ହୋମ୍ସ’ ଆପାର୍ଟମେଣ୍ଟର ଇ ବ୍ଲକ୍ରେ ଫ୍ଲାଟ୍ ନଂ. ୨୦୩ର ମାଲିକାନା ଦିବ୍ୟଶଙ୍କର ମିଶ୍ରଙ୍କ ନାଁରେ ରହିଛି। ସେଠାରେ ଏବେ ପର୍ବ କାପୁର ନାମକ ଜଣେ ବ୍ୟକ୍ତି ସପରିବାର ସହ ଦୁଇ ବର୍ଷ ହେଲା ଭଡ଼ାରେ ରହୁଛନ୍ତି ବୋଲି ଆପାର୍ଟମେଣ୍ଟ ସୋସାଇଟି ସଭାପତି ଗଣମାଧ୍ୟମକୁ ସୂଚନା ଦେଇଛନ୍ତି।
ବିରୋଧୀଙ୍କ ଅଭିଯୋଗ ଅନୁସାରେ, ଏଇଠି କୁଆଡ଼େ ବସିଥିଲା ମିଳାମିଶା ବୈଠକ। ଆଉ ସେହି ବୈଠକରେ କୁଆଡ଼େ କ୍ୟାପ୍ଟେନ୍ ମଧ୍ୟସ୍ଥି ସାଜିଥିଲେ। ସେହିଠାରେ ମମିତାଙ୍କୁ ବହୁ ବୁଝାବୁଝି କରାଯାଇଥିଲା। ମାତ୍ର ସେ ଗୋବିନ୍ଦ ସାହୁଙ୍କ ବିରୋଧରେ ରଖିଥିବା ପ୍ରମାଣକୁ ନଷ୍ଟ କରିବାକୁ ଦେଇନଥିଲେ। ଆଉ ତା’ପରେ ମମିତାଙ୍କୁ ହତ୍ୟା କରାଯାଇଥିବା ଅଭିଯୋଗ ହୋଇଥିଲା।
The post ଚର୍ଚ୍ଚାରେ ଦିବ୍ୟଶଙ୍କରଙ୍କ ରାୟପୁର ‘କୁଲ୍ ହୋମ୍ସ’ ଫ୍ଲାଟ୍ first appeared on Sambad.from ବିଶେଷ | Sambad https://ift.tt/3pL4Dl8
0 Comments