
ନୂଆଦିଲ୍ଲୀ: ମାଙ୍କଡ଼ମାନଙ୍କୁ ଏଯାବତ ଆପଣମାନେ ରାସ୍ତାରେ, ଘରେ କିମ୍ବା ସହରରେ ଡେଉଁଥିବା କୁଦୁଥିବା ଦେଖିବାକୁ ପାଇଥିବେ। କିନ୍ତୁ ଆପଣ ମାଙ୍କଡକୁ କେବେ ବିମାନବନ୍ଦର ଲାଉଞ୍ଜରେ ଡେଉଁଥିବାର ଦେଖିଛନ୍ତି କି? ଏହାର ଏକ ଭିଡିଓ ଏବେ ସାମ୍ନାକୁ ଆସିଛି।
ଏହି ଭିଡିଓଟି ଇନ୍ଦିରା ଗାନ୍ଧୀ ବିମାନବନ୍ଦରର ଲାଉଞ୍ଜରୁ ଆସିଛି, ଯେଉଁଥିରେ ଆପଣ ମାଙ୍କଡକୁ ଏକ ଦୋକାନରେ ରଖାଯାଇଥିବା ସାମଗ୍ରୀକୁ ଉଠାଉଥିବା ଦେଖିବାକୁ ପାଇବେ। ସୋସିଆଲ ମିଡିଆରେ ଏହି ଭିଡିଓଟି ଖୁବ୍ ଭାଇରାଲ ହେବାରେ ଲାଗିଛି ।
Indira Gandhi International (IGI) Airport. #Delhi pic.twitter.com/0EGAOuzVDU
— Mahender Singh Manral (@mahendermanral) October 1, 2021
ଭିଡିଓରେ ମାଙ୍କଡ ଆଇଜିଆଇ (ଇନ୍ଦିରା ଗାନ୍ଧୀ ବିମାନ ବନ୍ଦର)ରେ ଖାଦ୍ୟର ମଜା ନେଉଛି। ଏହି ଭିଡିଓରେ, ପ୍ରଥମେ ମାଙ୍କଡ ଖାଦ୍ୟ ପ୍ଲାଜାର କାଉଣ୍ଟରରେ ବସିଥିବାର ଦେଖିବାକୁ ମିଳୁଛି।
ମାଙ୍କଡ଼ଟି ଗୋଟିଏ ଖାଦ୍ୟ ପାଖରୁ ଅନ୍ୟ ଏକ ଖାଦ୍ୟ ପାଖକୁ ଯାଉଛି ଏବଂ ଏହାର ସ୍ୱାଦ ଚାଖୁଛି। ଏହା ପରେ ମାଙ୍କଡ଼ ଜୁସ୍ ବୋତଲକୁ ତଳେ ପକାଇ ଜୁସ୍ ପିଉଛି। ଏପରି କିଛି ସମୟ ବିମାନବନ୍ଦର ଲାଉଞ୍ଜର ମଜା ନେବାପରେ ମାଙ୍କଡ଼ଟି ଆପଣାଛାଏଁ ବାହାରକୁ ଚାଲିଯାଉଛି।
The post ଇନ୍ଦିରା ଗାନ୍ଧୀ ବିମାନବନ୍ଦରର ଭିଆଇପି ହଲରେ ପଶି ମାଙ୍କଡ଼ ଲୋକଙ୍କ ସହ ପିଇଲା ଜୁସ first appeared on Sambad.from ବିଶେଷ | Sambad https://ift.tt/3l3qMZe
0 Comments