
ନୂଆଦିଲ୍ଲୀ: ଇଟାଲୀରେ ନିଜର ଦାବି ପୂରଣ ପାଇଁ ନିଆରା ଆନ୍ଦୋଳନ କଲେ ବିମାନ କମ୍ପାନିର ଏୟାର ହୋଷ୍ଟେସ। କମ୍ପାନି କରିଥିବା କାମକୁ ବିରୋଧ କରି ଅଫିସ ବାହାରେ ଆନ୍ଦୋଳନ କରିବା ସହ ୫୦ଜଣ ଏୟାର ହୋଷ୍ଟେସ ନିଜର ପୋଷାକ ଖୋଲିଦେଇଥିବା ଜଣାପଡ଼ିଛି। ଘଟଣାଟି ଶୁଣି ବିଶ୍ବାସ ହେଉନଥିଲେ ବି ଏହା ସତ।
ସୂଚନା ମୁତାବକ, ଇଟାଲୀର ନୂତନ ବିମାନ କମ୍ପାନି ଆଇଟିଏ ଏୟାରୱେଜର ଏୟାର ହୋଷ୍ଟେସମାନେ ଦରମା କାଟିବା ସହ କିଛି କର୍ମଚାରୀଙ୍କ ଛଟେଇ କରିବା ନେଇ ସମସ୍ତ ଏୟାର ହୋଷ୍ଟେସ ଏଭଳି କରିଥିବା ଜଣାପଡ଼ିଛି। ଏୟାର ହୋଷ୍ଟେସମାନେ ଦାବିି କରିଛନ୍ତି ଯେ, ଆମମାନଙ୍କ କଷ୍ଟ ପାଇଁ କମ୍ପାନି ସଫଳତାର ଶୀର୍ଷରେ ପହଞ୍ଚିଛି। ହେଲେ ଦରମା ଦେବାର ସମୟ ଆସିବା ପରେ କମ୍ପାନି ନିଜ କର୍ମଚାରୀଙ୍କୁ ଭୁଲିଗଲା।
ଏହାକୁ ବିରୋଧ କରି ପ୍ରାୟ ୫୦ଜଣ ଏୟାର ହୋଷ୍ଟେସ୍ ସେମାନଙ୍କ ୟୁନିଫର୍ମରେ ଆସି ପରେ ନିଜ ପୋଷାକ କାଢ଼ି ଆନ୍ଦୋଳନ କରିଥିଲେ। ଭାଇରାଲ ହେଉଥିବା ଫଟୋରେ ଏୟାର ହୋଷ୍ଟେସମାନେ କେବଳ ଅନ୍ତଃବସ୍ତ୍ର ପିନ୍ଧିଥିବାର ଦେଖାଯାଇଛି।
The post ଏହି କାରଣ ପାଇଁ ନିଜ ପୋଷାକ ଖୋଲି ଆନ୍ଦୋଳନ କଲେ ୫୦ଜଣ ଏୟାର ହୋଷ୍ଟେସ first appeared on Sambad.from ବିଶେଷ | Sambad https://ift.tt/3mdkoPw
0 Comments