
ନୂଆଦିଲ୍ଲୀ: ପ୍ରତ୍ୟେକ ଶିକ୍ଷକ ତାଙ୍କ ଛାତ୍ରଛାତ୍ରୀଙ୍କୁ କିପରି ଶୈଳୀରେ ପଢ଼ାଇଲେ ସେମାନଙ୍କ ପାଠପଢ଼ା ପ୍ରତି ରୁଚି ଆସିବ ସେ ଦିଗରେ ଚେଷ୍ଟା କରିଥାଆନ୍ତି। ତାଇୱାନର ଜଣେ ଶିକ୍ଷକ ପିଲାଙ୍କୁ ପାଠପଢ଼ାଇବା ପାଇଁ ଏକ ଅଦ୍ଭୁତ ଉପାୟ ଆପଣାଇଛନ୍ତି। ଗଣିତ କ୍ଲାସ ନେଉଥିବା ଏହି ଶିକ୍ଷକ ନିଜର ପାଠପଢ଼ା ଭିଡିଓକୁ ପର୍ଣ୍ଣ ୱେବସାଇଟରେ ଅପଲୋଡ କରିଥାଆନ୍ତି। ଏଯାବତ ସେ ଏହି ୱେବସାଇଟରେ ୨୦୦ରୁ ଅଧିକ ଭିଡିଓ ଅପଲୋଡ କରି ସାରିଛନ୍ତି।
ଚଙ୍ଗସୁ ନାମକ ଏହି ଶିକ୍ଷକଙ୍କ ପାଖରେ ଗଣିତରେ ମାଷ୍ଟର ଡିଗ୍ରି ଅଛି। ସେ ୧୫ବର୍ଷ ହେବ ଅନଲାଇନରେ ଓ ତାଇୱାନ ସ୍କୁଲରେ ପାଠପଢ଼ାଉଛନ୍ତି। ପ୍ରଥମେ ସେ ଅନଲାଇନ କ୍ଲାସ ପାଇଁ ୟୁଟୁବ ଉପରେ ନିର୍ଭର କରୁଥିଲେ। ଗତବର୍ଷ ସେ ପର୍ଣ୍ଣହବରେ ଗଣିତର କିଛି ଭିଡିଓ ଅପଲୋଡ କରି କ୍ଲାସ ନେବାକୁ ନିଷ୍ପତ୍ତି ନେଇଥିଲେ।

ଶିକ୍ଷକ ଚଙ୍ଗସୁଙ୍କ ପର୍ଣ୍ଣହବ ଚାନେଲ ନାମ ଚଙ୍ଗସୁମଥ ୬୬୬। ଚଙ୍ଗସୁ କହନ୍ତି, ଅନେକ ଛାତ୍ରଙ୍କୁ ଗଣିତ ପଢ଼ାଉଥିବା ଶିକ୍ଷକ ଆବଶ୍ୟକତା ହୋଇଥାଏ। ସେମାନେ ମୋତେ ପର୍ଣ୍ଣହବ ମାଧ୍ୟମରେ ଜାଣି ଥାଆନ୍ତି। ଏଥିମଧ୍ୟରୁ କେତେଜଣ ମୋ ପାଠ୍ୟକ୍ରମ କିଣି ଥାଆନ୍ତି। ଏହି ପାଠ୍ୟକ୍ରମ ବିକ୍ରି କରି ମୁଁ ପାଖାପାଖି ୧.୮୮କୋଟି ଟଙ୍କା ରୋଜଗାର କରିଥାଏ। ଅର୍ଥାତ ପ୍ରତି ମାସରେ ୧୫ଲକ୍ଷ ଟଙ୍କା ରୋଜଗାର ହୋଇଯାଇଥାଏ।
The post ପର୍ଣ୍ଣ ୱେବସାଇଟରେ ଗଣିତ ପଢ଼ାଇ ଶିକ୍ଷକ ରୋଜଗାର କରୁଛନ୍ତି ପାଖାପାଖି ୨କୋଟି ଟଙ୍କା first appeared on Sambad.
from ବିଶେଷ | Sambad https://ift.tt/2ZmSOGo
0 Comments