
ମୁମ୍ବାଇ: ବଲିଉଡ ସୁପରଷ୍ଟାର ଶାହରୁଖ ଖାନ ଆଜି କ୍ରୁଜ ଡ୍ରଗ୍ସ ମାମଲାରେ ମୁମ୍ବାଇର ଆର୍ଥର ଜେଲରେ ବନ୍ଦୀ ଥିବା ପୁଅ ଆରୟନ ଖାନଙ୍କୁ ଭେଟିଥିଲେ। ଗିରଫର ୧୯ଦିନ ପରେ ଆରୟନ ଖାନଙ୍କ ସହ ଶାହରୁଖଙ୍କର ଏହା ପ୍ରଥମ ସାକ୍ଷାତ ହୋଇଥିଲା। ଏହାପୂର୍ବରୁ ଶାହରୁଖ କେବଳ ଏକ ଭିଡିଓ କଲରେ ଆରୟନଙ୍କ ସହ କଥା ହୋଇଥିଲେ। ୧୯ଦିନ ପରେ ପରସ୍ପରକୁ ଭେଟି ଦୁହେଁ ଭାବବିହ୍ବଳ ହୋଇପଡ଼ିଥିବା ଦେଖିବାକୁ ମିଳିଥିଲା। ୧୫-୨୦ମିନିଟ ନିଜ ପୁଅ ସହ ଦେଖା କରି ଫେରିଥିଲେ ଶାହରୁଖ।
ଆରୟନଙ୍କୁ ଦେଖିବା ପରେ ଶାହରୁଖଙ୍କ ଆଖିରେ ଲୁହ ଆସିଯାଇଥିଲା ବୋଲି ସୂଚନା ମିଳିଛି। ପୁଅକୁ ଭଟେିବା ପରେ ସେ ପ୍ରଥମେ ଆରୟନ କିଛି ଖାଇଛନ୍ତି କି ନାହିଁ ବୋଲି ପଚାରିଥିଲେ। ଏହାର ଉତ୍ତରରେ ଆରୟନ ମୁଣ୍ଡ ହଲାଇ ନାଁ ବୋଲି କହିଥିଲେ। ଏହା ପରେ ଶାହରୁଖ ଜେଲ ଅଧିକାରୀଙ୍କୁ ପଚାରିଥିଲେ ଯେ, ଆମେ କିଛି ଖାଇବାକୁ ଦେଇ ପାରିବୁ କି? ଏହା ଉପରେ ଜେଲ ଅଧିକାରୀ କହିଥିଲେ ଯେ, କୋର୍ଟଙ୍କ ନିର୍ଦ୍ଦେଶ ବିନା ସେ ଦେଇପାରିବେ ନାହିଁ। ଏହା ପରେ କିଛି ସମୟ ସେ କଥା ହୋଇ ଘରକୁ ଫେରିଥିଲେ ବୋଲି ସୂଚନା ମିଳିଛି।

ତେବେ ପୁଅ ଗିରଫ ହେବା ପରଠାରୁ ଶାହରୁଖ ତାଙ୍କୁ କାହିଁକି ଭେଟିବାକୁ ଆସୁନଥିଲେ, ସେ ପ୍ରଶ୍ନ ଏବେ ଚର୍ଚ୍ଚାରେ ରହିଥିବା ବେଳେ ଏବେ ଏହାର କାରଣ ସାମ୍ନାକୁ ଆସିଛି। କରୋନା ଭୂତାଣୁ ମହାମାରୀକୁ ଦୃଷ୍ଟିରେ ରଖି କଏଦୀମାନଙ୍କୁ ଜେଲରେ ପରିବାର ସଦସ୍ୟଙ୍କ ସହ ଭେଟିବାକୁ ଦିଆଯାଉନଥିଲା। ପୁଲିସ ଅଧିକାରୀ କହିଛନ୍ତି ଯେ, ଆଜି ସକାଳେ ପରିବାର ସଦସ୍ୟଙ୍କୁ ବନ୍ଦୀମାନଙ୍କୁ ଭେଟିବାକୁ ଅନୁମତି ଦିଆଯିବା ପରେ ଶାହରୁଖ ଆରୟନଙ୍କୁ ଭେଟିବାକୁ ପହଞ୍ଚିଥିଲେ।
The post ୧୯ଦିନ ପରେ ପୁଅକୁ ଭେଟି ଏହି ପ୍ରଶ୍ନ ପଚାରିଲେ ଶାହରୁଖ, ସାମ୍ନାକୁ ଆସିଲା ଆରୟନଙ୍କୁ ଦେଖା ନକରିବାର କାରଣ first appeared on Sambad.from ବିଶେଷ | Sambad https://ift.tt/2ZeKJUK
0 Comments