ମନ୍ତ୍ରୀ ପଦରେ ଥିଲେ ବି କେତେବେଳେ ନେତାଟିଏ ଦୁଃଖୀ ହୁଏ ଜାଣନ୍ତି କି?

ନୂଆଦିଲ୍ଲୀ: ନେତାଟିର ମନ କେତେବେଳେ ଦୁଃଖ ହୁଏ ? ନେତାଟିର କେଉଁ ସବୁ ଆଶା ଥାଏ ? ରାଜନୀତିର ଏହି ଗହନ କଥାକୁ ସରଳ ଭାବରେ ବୁଝାଇ ଦେଇଛନ୍ତି କେନ୍ଦ୍ର ସଡ଼କ ପରିବହନ ମନ୍ତ୍ରୀ ନୀତିନ ଗଡକରୀ | ଏକ ୱେବନିଆରରେ ଯୋଗ ଦେଇ ବିଜେପିର ଏହି ବରିଷ୍ଠ ନେତା ବିଜେପି ସମେତ ସମସ୍ତ ରାଜନେତାଙ୍କୁ ନେଇ କହିଛନ୍ତି ଯେ ପ୍ରତ୍ୟେକ ନେତା ସବୁବେଳେ ଦୁଃଖରେ ଥାଆନ୍ତି | ସେ କହିଛନ୍ତି ଯେ ମନ୍ତ୍ରୀ ହୋଇପାରୁ ନ ଥିବାରୁ ବିଧାୟକମାନେ ଦୁଃଖରେ ଅଛନ୍ତି, ଭଲ ବିଭାଗ ପାଇ ନ ଥିବାରୁ ମନ୍ତ୍ରୀମାନେ ଦୁଃଖିତ, ଭଲ ବିଭାଗ ପାଇଥିବା ମନ୍ତ୍ରୀମାନେ ଦୁଃଖୀ ହେବାର କାରଣ ସେମାନେ ମୁଖ୍ୟମନ୍ତ୍ରୀ ହୋଇପାରୁନାହାନ୍ତି | ଯେଉଁମାନେ ମୁଖ୍ୟମନ୍ତ୍ରୀ ସେମାନେ ମଧ୍ୟ ଦୁଃଖରେ ଅଛନ୍ତି, କାରଣ କେତେ ଦିନ ପଦରେ ରହିବେ ତାହା ଜାଣିନଥାନ୍ତି ।

ଗଡକରୀ କହିଛନ୍ତି ଯେ ଜଣାଶୁଣା ବ୍ୟଙ୍ଗ ଲେଖକ ଶରଦ ଯୋଶୀ ଲେଖିଛନ୍ତି, ‘ଯେଉଁମାନେ ରାଜ୍ୟରେ କାମିକା ନଥାନ୍ତି ସେମାନଙ୍କୁ ଦିଲ୍ଲୀକୁ ପଠାଯାଏ | ଯେଉଁମାନେ ଦିଲ୍ଲୀରେ ମଧ୍ୟ କାମ କରନ୍ତି ନାହିଁ, ସେମାନଙ୍କୁ ରାଜ୍ୟପାଳ କରିଦିଆଯାଏ | ଯେଉଁମାନେ ରାଜ୍ୟପାଳ ଦାୟିତ୍ୱ ବି ଠିକରେ ସମ୍ଭାଳିପାରନ୍ତି ନାହିଁ, ତାଙ୍କୁ ରାଷ୍ଟ୍ରଦୂତ କରି ଅବସ୍ଥାପିତ କରାଯାଏ’ | ସେ କହିଛନ୍ତି ଯେ ଭାରତୀୟ ଜନତା ପାର୍ଟି (ବିଜେପି) ର ସଭାପତି ଥିବାବେଳେ ସେ ଏମିତି ଜଣେ ନେତାଙ୍କୁ ପାଇନଥିଲେ ଯିଏ ଦୁଃଖୀ ନଥିଲେ |

ସେ କହିଛନ୍ତି, ‘ମୋତେ ଜଣେ ସାମ୍ବାଦିକ ପଚାରିଥିଲେ ଆପଣ କିପରି ଖୁସି ରହୁଛନ୍ତି, ମୁଁ କହିଥିଲି ଯେ ମୁଁ ଭବିଷ୍ୟତ ବିଷୟରେ ଚିନ୍ତା କରେ ନାହିଁ, ଯିଏ ଭବିଷ୍ୟତ ବିଷୟରେ ଚିନ୍ତା କରେ ନାହିଁ, ସେ ଖୁସିରେ ରୁହନ୍ତି। ଦିନିକିଆ କ୍ରିକେଟ୍ ପରି ବଞ୍ଚିବା ଜାରି ରଖ | ଯେତେବେଳେ ମୁଁ ସଚିନ ତେନ୍ଦୁଲକର ଏବଂ ସୁନୀଲ ଗାଭାସ୍କରଙ୍କୁ ଚୌକା ଓ ଛକା ମାରିବାର ରହସ୍ୟ ପଚାରିଥିଲି, ସେମାନେ କହିଥିଲେ, ଏହା ଏକ କୌଶଳ | ସେହିଭଳି ରାଜନୀତି ମଧ୍ୟ ଏକ କୌଶଳ’।

The post ମନ୍ତ୍ରୀ ପଦରେ ଥିଲେ ବି କେତେବେଳେ ନେତାଟିଏ ଦୁଃଖୀ ହୁଏ ଜାଣନ୍ତି କି? first appeared on Sambad.

from ବିଶେଷ | Sambad https://ift.tt/3CfT2O1

Post a Comment

0 Comments