
ନୂଆଦିଲ୍ଲୀ : ଗୁଜୁରାଟ ସମେତ ଦେଶର ଅନେକ ରାଜ୍ୟରେ ପ୍ରବଳ ବର୍ଷା ହେତୁ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡ଼ିଛି। ଲୋକେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। କିଛି ସ୍ଥାନରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି। ରାସ୍ତା ଉପରେ ପାଣି ଜମା ହୋଇଥିବାରୁ ଯାତାୟାତରେ ଅସୁବିଧା ହେଉଛି।
ଏଭଳି ବର୍ଷା ସମୟରେ ରାସ୍ତାରେ ଭରି ଯାଇଥିବା ପାଣିକୁ କାଟିକାଟି ଏକ ବଲେରୋ ଆଗକୁ ବଢ଼ୁଥିବାର ଭିଡିଓ ସାମ୍ନାକୁ ଆସିଛି। ଏହି ଭିଡିଓକୁ ଦେଖି ଆନନ୍ଦ ମହିନ୍ଦ୍ରା ଆଶ୍ଚର୍ଯ୍ୟ ହେବା ସହିତ ଏହାକୁ ନିଜର ଟ୍ୱିଟର ଆକାଉଣ୍ଟରେ ସେୟାର ବି କରିଛନ୍ତି। ଭାଇରାଲ ହେଉଥିବା ଭିଡିଓ ଗୁଜୁରାଟ ରାଜକୋଟର ବୋଲି କୁହାଯାଉଛି।
Mahindra Hai to mumkin hai ….
No Caption Needed
Heads of @CP_RajkotCity@GujaratPolice @CollectorRjt@anandmahindra @MahindraRise #Rajkot #Saurashtra #Jamnagar #rajkotrain pic.twitter.com/RD1B0TWu2x
— Harish Dewasi Nainol (@Harish_D_Nainol) September 13, 2021
ଟ୍ୱିଟରରେ ଜଣେ ବ୍ୟକ୍ତି ଏହି ଭିଡିଓ ସହ ଗୁଜୁରାଟ ପୁଲିସ, ରାଜକୋଟର ଜିଲ୍ଲାପାଳ ଓ ମହିନ୍ଦ୍ରା ମାଲିକ ଆନନ୍ଦ ମହିନ୍ଦ୍ରାଙ୍କୁ ଟ୍ୟାଗ କରି କ୍ୟାପସନରେ ଲେଖିଛନ୍ତି, “ମହିନ୍ଦ୍ରା ଅଛି ଯଦି ସମ୍ଭବ”। ଏହାପରେ ଆନନ୍ଦ ମହିନ୍ଦ୍ରା ମଧ୍ୟ ଏଥିରେ ପ୍ରତିକ୍ରିୟା ରଖିଛନ୍ତି।
ଆନନ୍ଦ ମହିନ୍ଦ୍ରା ଜବାବରେ ଲେଖିଛନ୍ତି, ‘ସତରେ ? ଏତେ ବର୍ଷାରେ ଏହି ଭିଡିଓ ଦେଖି ମୁଁ ବି ଆଶ୍ଚର୍ଯ୍ୟ।’ ଏହି ଟ୍ୱିଟକୁ ଅନେକ ୟୁଜର୍ସ ଲାଇକ କରିଛନ୍ତି ଓ ପ୍ରତିକ୍ରିୟା ରଖିଛନ୍ତି। ଭିଡିଓ ସୋସିଆଲ ମିଡ଼ିଆରେ ଖୁବ ଭାଇରାଲ ହେଉଛି।
The post ରାସ୍ତାରେ ବର୍ଷା ପାଣିକୁ କାଟିକାଟି ଯାଉଥିବା ବଲେରୋକୁ ଦେଖି ଆନନ୍ଦ ମହିଦ୍ରା ଦେଲେ ଏଭଳି ପ୍ରତିକ୍ରିୟା first appeared on Sambad.from ବିଶେଷ | Sambad https://ift.tt/3Cgzhpz


0 Comments