ଏହି ଶୋ ଜିତିଗଲେ ପୁରସ୍କାର ରାଶିରେ ଆପଣଙ୍କ ପିଢ଼ି ପରେ ପିଢ଼ି କାଟିବେ ବିଳାସମୟ ଜୀବନ

ଭାରତରେ ରିଅଲିଟି ଟିଭି ଶୋ ପାଇଁ ଦର୍ଶକଙ୍କର ବହୁତ କ୍ରେଜ୍ ଅଛି | ଦର୍ଶକମାନେ କେବଳ ଏହି ଶୋ ’ଦେଖିବାକୁ ପସନ୍ଦ କରନ୍ତି ନାହିଁ ବରଂ ପ୍ରତିଯୋଗୀ ଭାବରେ ସେଥିରେ ଅଂଶଗ୍ରହଣ କରିବାକୁ ମଧ୍ୟ ଚାହାଁନ୍ତି | ‘କୌନ ବନେଗା କରୋଡ଼ପତି’, ‘ବିଗ୍ ବସ୍’, ‘ଇଣ୍ଡିଆନ୍ ଆଇଡଲ୍’ ଏବଂ ‘ଫିୟର ଫ୍ୟାକ୍ଟର୍’ ଭାରତର କେତେକ ଲୋକପ୍ରିୟ ଟିଭି ଶୋ ମଧ୍ୟରେ ଗଣାଯାଏ। ଏହି କୌଣସି ଶୋ’ରେ ଆପଣ ଭାଗ ନେଇ ଆପଣ କୋଟି କୋଟି ଟଙ୍କା ଜିତିପାରିବେ କିନ୍ତୁ ଆପଣ ଦୁନିଆର ସବୁଠୁ ବଡ ରିଅଲିଟି ଟିଭି ଶୋ ବିଷୟରେ ଜାଣିଛନ୍ତି କି? ”କୌନ ବନେଗା କରୋଡ଼ପତି” ଏକ କୁଇଜ୍ ଶୋ ଏବଂ ଏଥିରେ ଯଦି ଆପଣ ସମସ୍ତ ପ୍ରଶ୍ନର ଉତ୍ତର ଦେବେ, ତେବେ ସର୍ବାଧିକ ୭ କୋଟି ଟଙ୍କା ଜିତିପାରିବେ | କିନ୍ତୁ ଯେଉଁ ଶୋ’ବାବଦରେ ଆମେ ଆପଣଙ୍କୁ କହିବାକୁ ଯାଉଛୁ, ସେଥିରେ ବିଜେତା ପ୍ରତିଯୋଗୀଙ୍କୁ ୧୪ କୋଟି ୬୮ ଲକ୍ଷ ୯୧ ହଜାର ୩୦୦ ଟଙ୍କା ମିଳିଥାଏ |

କିନ୍ତୁ କୌତୁହଳର ବିଷୟ ହେଉଛି ଅଧିକାଂଶ ପ୍ରତିଯୋଗୀ ଏହି ଶୋ’ରେ ଶେଷ ସମୟ ଯାଏଁ ରହିପାରନ୍ତି ନାହିଁ | ‘ସର୍ଭାଇଭର୍’ ନାମକ ଏହି ରିଆଲିଟି ଶୋରେ ପ୍ରତିଯୋଗୀମାନଙ୍କୁ ଘଞ୍ଚ ଜଙ୍ଗଲରେ ଛାଡିଦିଆଯାଏ | ମଝିରେ ମଝିରେ ବିଭିନ୍ନ ପ୍ରକାରର କାମ କରିବାକୁ ଦିଆଯାଏ | ପ୍ରତିଯୋଗୀମାନଙ୍କ ସାମ୍ନାରେ ବଞ୍ଚିବା ହିଁ କେବଳ ଗୋଟିଏ ବଡ଼ ଆହ୍ୱାନ ଥାଏ | ଜଙ୍ଗଲୀ ପ୍ରାଣୀ, ସାପ ଏବଂ ବିଛା ଥିବା ଜଙ୍ଗଲ ଏବଂ ମରୁଭୂମିରେ ପ୍ରତିଯୋଗୀମାନେ ନିଜ ଖାଦ୍ୟ, ପାଣି ସହ ରହିବା ଏବଂ ଶୋଇବା ପାଇଁ ବ୍ୟବସ୍ଥା କରିବାକୁ ପଡିଥାଏ |

ସ୍ୱାସ୍ଥ୍ୟ ବିଗିଡ଼ିବା ହେଉ କିମ୍ବା ମୃତ୍ୟୁ ହେବାର ଆଶଙ୍କା ଥିବାରୁ କିଛି ପ୍ରତିଯୋଗୀ ଏହି ସୋ ଅଧାରୁ ଛାଡିଦେଇଥାନ୍ତି । ସୂଚନା ଥାଉ କି ‘କୌନ ବନେଗା କରୋଡ଼ପତି’ର ୧୩ ତମ ସିଜିନ୍ ବର୍ତ୍ତମାନ ଚାଲିଛି ଏବଂ ବିଗ୍ ବସ୍ ର ୧୫ ତମ ସିଜିନ୍ ଆସିଛି। କିନ୍ତୁ ଦର୍ଶକମାନେ ଗତ ୪୦ ବର୍ଷ ଧରି ଏହି ରିଅଲିଟି ଟିଭି ଶୋ ‘ସର୍ଭାଇଭର୍’ ଦେଖୁଛନ୍ତି ଏବଂ ଅଂଶଗ୍ରହଣ କରୁଛନ୍ତି | ଗତ ସିଜିନରେ ବିଜେତାଙ୍କୁ ୧୪ କୋଟି ୬୮ ଲକ୍ଷ ଟଙ୍କା ପୁରସ୍କାର ରାଶି ପ୍ରଦାନ କରାଯାଇଥିଲା। ଏହି ଶୋ’ରେ ଏଲିମିନେସନ ବହୁତ କମ ହୋଇଥାଏ କିନ୍ତୁ ଅଧିକାଂଶ ପ୍ରତିଯୋଗୀ ଅସୁସ୍ଥତା, ବାନ୍ତି, ପାଣିର ଅଭାବ, ଜ୍ୱର, କ୍ଷୁଧା ହେତୁ ଅଧାରୁ ଏହି ଶୋ ଛାଡିଦେଇଥାନ୍ତି |

The post ଏହି ଶୋ ଜିତିଗଲେ ପୁରସ୍କାର ରାଶିରେ ଆପଣଙ୍କ ପିଢ଼ି ପରେ ପିଢ଼ି କାଟିବେ ବିଳାସମୟ ଜୀବନ first appeared on Sambad.

from ବିଶେଷ | Sambad https://ift.tt/3C15L6S

Post a Comment

0 Comments