ମୃତ ଘୋଷଣାର ୪୫ମିନିଟ ପରେ ଜିଇ ଉଠିଲେ ମହିଳା, ଡାକ୍ତର ଦେଖି ଆଶ୍ଚର୍ଯ୍ୟ

ନୂଆଦିଲ୍ଲୀ: ‘କୌଣସି ମଣିଷର ଯଦି ମୃତ୍ୟୁ ହୋଇଯାଏ ସେ ଆଉ ଫେରିକି ଆସେ ନାହିଁ’ ବୋଲି କୁହାଯାଏ। ତେବେ, ନିକଟରେ ଏମିତି ଏକ ଖବର ସାମ୍ନାକୁ ଆସିଛି ଯାହାକୁ ଶୁଣିଲେ ଆପଣ ହୁଏତେ ବିଶ୍ବାସ କରି ପାରିବେ ନାହିଁ। ଆମେରିକାରେ ଏମିତି ଏକ ଘଟଣା ଘଟିଛି ଯାହାକୁ ଶୁଣିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ। ସେଠାରେ ଜଣେ ମହିଳାଙ୍କୁ ଡାକ୍ତର ମୃତ ଘୋଷଣା କରି ଦେଇଥିଲେ। ମୃତ ଘୋଷଣାର ୪୫ମିନିଟ ମଧ୍ୟରେ ମହିଳାଙ୍କ ନିଶ୍ବାସ ପୁଣିଥରେ ଚାଲିବାକୁ ଲାଗିଥିଲା।

ଆମେରିକାରେ ବସବାସ କରୁଥିବା କୈଥିଙ୍କୁ ପୁଣିଥରେ ନୂଆ ଜୀବନ ମିଳିଛି। କୈଥିଙ୍କ ଝିଅ ଅନ୍ତସତ୍ତ୍ବା ଥିଲେ।  ଏହି ସମୟରେ କୈଥିଙ୍କୁ ଫୋନ ଆସିଥିଲା କି ଝିଅଙ୍କ ପ୍ରସବ ଯନ୍ତ୍ରଣା ଆରମ୍ଭ ହୋଇଯାଇଛି। ଏହି ସମୟରେ କୈଥି ହସ୍ପିଟାଲ ପହଞ୍ଚିଥିଲେ ହେଁ ତାଙ୍କୁ ହଠାତ ହୃତଘାତ ହୋଇଥିଲେ।

 

ସଙ୍ଗେସଙ୍ଗେ କୈଥିଙ୍କୁ ଚିକିତ୍ସା ପାଇଁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ଅନେକ ସମୟ ପର୍ଯ୍ୟନ୍ତ କୈଥିଙ୍କ ମସ୍ତିଷ୍କକୁ ଅମ୍ଳଜାନ ଯାଇ ନଥିଲା। ଶେଷରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ମୃତ ଘୋଷଣା କରିବାର ୪୫ ମିନିଟ ପରେ କୈଥିଙ୍କ ନିଶ୍ବାସ-ପ୍ରଶ୍ବାସ ଚାଲିଥିଲା। ଡାକ୍ତର ପୁନର୍ବାର ଯାଞ୍ଚ କରିଥିଲେ। ଆଉ ଯାଞ୍ଚ ପରେ ସେ ଆଶ୍ଚର୍ଯ୍ୟ ହୋଇଯାଇଥିଲେ। ଆଉ ଏହି ଘଟଣା କୌଣସି ଚମତ୍କାର ଠାରୁ କମ ନୁହେଁ ବୋଲି କହିଥିଲେ।

The post ମୃତ ଘୋଷଣାର ୪୫ମିନିଟ ପରେ ଜିଇ ଉଠିଲେ ମହିଳା, ଡାକ୍ତର ଦେଖି ଆଶ୍ଚର୍ଯ୍ୟ first appeared on Sambad.

from ବିଶେଷ | Sambad https://ift.tt/3Exgc4i

Post a Comment

0 Comments