ଗଛର ଗୋଟିଏ ଶାଖାରେ ୮୩୯ଟି ଟମାଟୋ ଫଳାଇ ବିଶ୍ବ ରେକର୍ଡ କଲେ ଏହି ବ୍ୟକ୍ତି

ନୂଆଦିଲ୍ଲୀ: ଟମାଟୋ ଏପରି ଏକ ପରିବା, ଯାହା ପ୍ରତ୍ୟେକ ପନିପରିବା ସହିତ ମିଶ୍ରିତ ହୁଏ । ଚଟନି ହେଉ କିମ୍ବା ସାଲାଡ ସବୁ ଖାଦ୍ୟରେ ଟମାଟୋ ଚାହିଦା ଅଧିକ ରହିଥାଏ। ଲୋକଙ୍କ ଚାହିଦାକୁ ଦୃଷ୍ଟିରେ ରଖି ଚାଷୀମାନେ ମଧ୍ୟ ଏହାକୁ ଚାଷ କରି ଥାଆନ୍ତି। ନିକଟରେ ଟମାଟୋ ଚାଷ କରି ଜଣେ ବ୍ୟକ୍ତି ବିଶ୍ବ ରେକର୍ଡ କରିଥିବା ଜଣାପଡ଼ିଛି।

ଜଣେ ବ୍ରିଟିଶ ବ୍ୟକ୍ତି ଟମାଟୋ ଗଛର ଗୋଟିଏ ଶାଖାରେ ୮୩୯ଟି ଟମାଟୋ ଫଳାଇ ଥିବା ଜଣାପଡ଼ିଛି। ଏହା ପୂର୍ବରୁ ଡଗଲାସ ଆଉ ଏକ ରେକର୍ଡ କରିଥିଲେ। ଗତବର୍ଷ ସେ ଦୁନିଆର ସବୁଠାରୁ ବଡ଼ ଟମାଟୋ ଫଳାଇ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରି ଦେଇଥିଲେ।

 

ଡଗଲାସ ଏହି ଘଟଣାକୁ ନେଇ କହିଛନ୍ତି ଯେ ସେ ମାର୍ଚ୍ଚ ମାସରେ ଟମାଟୋ ମଞ୍ଜି ବୁଣିଥିଲେ।  ଏହି ଟମାଟୋ ଗଛକୁ ସେ ସବୁଜ ଗୃହରେ ଲଗାଇଲେ ।

ଡଗଲାସଙ୍କ ଅନୁଯାୟୀ, ସେ ଟମାଟୋକୁ ଏପରି ଭାବେ ଫଳାଇବା ପାଇଁ ପ୍ରତି ସପ୍ତାହରେ ତିନିରୁ ଚାରି ଘଣ୍ଟା ପରିଶ୍ରମ କରିବା ସହିତ ଗଛର ଯତ୍ନ ନେଇଥାଆନ୍ତି। ଯାହାର ଫଳାଫଳ ଆଜି ସମଗ୍ର ବିଶ୍ୱ ସାମ୍ନାରେ ଅଛି ।

ଆଗାମୀ ଦିନରେ ଡଗଲାସ୍ ଆହୁରି ବଡ଼ ରେକର୍ଡ କରିବାକୁ ପ୍ରସ୍ତୁତ ହେଉଛନ୍ତି । ଏଥିପାଇଁ ସେ ବିଭିନ୍ନ ପ୍ରକାର ପ୍ରୟାସ ଜାରି ରଖିଛନ୍ତି। ଡଗଲାସ୍ ବୃତ୍ତି ଅନୁଯାୟୀ ଜଣେ ଆଇଟି ମ୍ୟାନେଜର ।

ଟମାଟୋ ତୋଳିବା ବେଳେ ଡଗଲାସ୍ ସ୍ଥାନୀୟ ପୁଲିସର ସାହାଯ୍ୟ ନେଇଥିଲେ। କାରଣ ସେ ଗିନିଜ ୱାର୍ଲ୍ଡ ରେକର୍ଡରେ ସ୍ଥାନ ପାଇବା ସମୟରେ ଯେପରି ତାଙ୍କୁ କୌଣସି ଅସୁବିଧା ନହୁଏ।

The post ଗଛର ଗୋଟିଏ ଶାଖାରେ ୮୩୯ଟି ଟମାଟୋ ଫଳାଇ ବିଶ୍ବ ରେକର୍ଡ କଲେ ଏହି ବ୍ୟକ୍ତି first appeared on Sambad.

from ବିଶେଷ | Sambad https://ift.tt/39mGuYQ

Post a Comment

0 Comments