ଶିଳ୍ପୀ ସୁନାର ଗହଣାରେ ଆଙ୍କିଲେ କଲାମଙ୍କ ସୁନ୍ଦର ଫଟୋ

ନୂଆଦିଲ୍ଲୀ: ଦେଶର ୧୧ତମ ରାଷ୍ଟ୍ରପତି ତଥା ମିଶାଇଲ ମ୍ୟାନ ଭାବେ ପରିଚିତ ଡକ୍ଟର ଏପିଜେ ଅବଦୁଲ କଲାମଙ୍କ ପରଲୋକ ହୋଇଯାଇଥିଲେ ହେଁ ଆଜି ବି ସେ ଲୋକଙ୍କ ହୃଦୟରେ ଜୀବିତ ରହିଛନ୍ତି। ତାଙ୍କ ସରଳତାକୁ ନେଇ ସବୁଆଡେ ଚର୍ଚ୍ଚା ହୋଇଥାଏ | ସୋସିଆଲ ମିଡିଆରେ ଏପିଜେ ଅବଦୁଲ କଲାମଙ୍କ ବାଣୀ ଏବେ ବି ଭାଇରାଲ ହେଉଛି।

କଲାମଙ୍କ ପ୍ରେରଣାଦାୟକ ଭାଷଣକୁ କିଏ ବା ଭୁଲି ପାରିବ? ନିକଟରେ ଡକ୍ଟର ଏପିଜେ ଅବଦୁଲ କଲାମଙ୍କ ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି। ତାଙ୍କର ଜଣେ ପ୍ରଶଂସକ କଲାମଙ୍କ ଫଟୋକୁ  ସୁନା ଅଳଙ୍କାରରେ ତିଆରି କରିଛନ୍ତି। ଏହାପୂର୍ବରୁ ଏମିତି ଘଟଣା ଦେଖିବାକୁ ମିଳି ନଥିଲା।

ଏହି ଭିଡିଓରେ ଆପଣ ଦେଖିପାରିବେ ଯେ ଜଣେ ବ୍ୟକ୍ତି ସୁନା ଅଳଙ୍କାର ସାହାଯ୍ୟରେ କଲାମଙ୍କ ଚେହେରାକୁ ଆଙ୍କୁଛନ୍ତି। ବ୍ୟକ୍ତି ଜଣକଙ୍କ ଏଭଳି ପ୍ରତିଭା ଦେଖି ଲୋକେ ପ୍ରଶଂସା କରୁଛନ୍ତି | ପୂର୍ବରୁ କୌଣସି କଳାକାର ଏପରି କଳା ପ୍ରଦର୍ଶନ କରି ନଥିବା କୁହାଯାଉଛି।

ଏହି ଭିଡିଓକୁ ଫେସବୁକରେ ଅନୀଲ ତିୱାରୀ ନାମକ ଜଣେ ସୋସିଆଲ ମିଡିଆ ବ୍ୟବହାରକାରୀ ପୋଷ୍ଟ କରିଛନ୍ତି। ବର୍ତ୍ତମାନ ପର୍ଯ୍ୟନ୍ତ ଏହି ଭିଡିଓକୁ ୬.୫ ମିଲିୟନରୁ ଅଧିକ ଲୋକ ଦେଖିଥିବାବେଳେ ୫ ଲକ୍ଷରୁ ଅଧିକ ଲୋକ ଏହି ଭିଡିଓକୁ ପସନ୍ଦ ବି କରିଛନ୍ତି। ଏପର୍ଯ୍ୟନ୍ତ ୧୪ ହଜାରରୁ ଅଧିକ ଲୋକ ଏହି ଭିଡିଓକୁ ଦେଖି ସୁନ୍ଦରସୁନ୍ଦର ପ୍ରତିକ୍ରିୟା‌ ଦେଇଛନ୍ତି।

 

 

The post ଶିଳ୍ପୀ ସୁନାର ଗହଣାରେ ଆଙ୍କିଲେ କଲାମଙ୍କ ସୁନ୍ଦର ଫଟୋ first appeared on Sambad.

from ବିଶେଷ | Sambad https://ift.tt/3z4vt8R

Post a Comment

0 Comments