
ନୂଆଦିଲ୍ଲୀ: ସୋସିଆଲ ମିଡିଆରେ ପ୍ରତିଦିନ ଅନେକ ପ୍ରକାର ଭିଡିଓ ପୋଷ୍ଟ ହୋଇଥାଏ। ଏହାରି ଭିତରୁ ଏମିତି କିଛି ଭିଡିଓ ରହିଛି ଯାହାକି ଭାଇରାଲ ହୋଇଯାଇଥାଏ। ନିକଟରେ ସୋସିଆଲ ମିଡିଆରେ ଏକ ଭିଡିଓ ଭାଇରାଲ ହେଉଛି, ଯେଉଁଥିରେ ଏକ ଧଳା ରଙ୍ଗର ସେଓ ଦେଖିବାକୁ ମିଳୁଛି।
ଭାଇରାଲ୍ ଭିଡିଓରେ, ଧଳା ସେଓ ଖୁବ ସୁନ୍ଦର ଦେଖାଯାଉଛି । ଅତି ନିକଟରୁ ଦେଖିଲେ ଏହା ଏକ ବରଫ ଭଳି ଲାଗୁଛି।
The exotic white apple…
pic.twitter.com/azIgDgRaAQ
— Dr. Ajayita (@DoctorAjayita) September 10, 2021
ଏହି ଭିଡିଓକୁ @connectajitcpr ନାମକ ଜଣେ ଟ୍ୱିଟର ବ୍ୟବହାରକାରୀ ସେୟାର କରିଛନ୍ତି। ଏହି ଭିଡିଓକୁ ଦେଖିଲେ ଏହା ବରଫ ଅଥବା ମୋତିର ସେଓ ଭଳି ଲାଗୁଛି। ଭିଡିଓରେ, ଜଣେ ବ୍ୟକ୍ତି ଛୁରୀରେ ସେଓକୁ କାଟିଲା ପରେ ଯାଇ ବିଶ୍ବାସ ହେଉଛି କି ଏହା ବାସ୍ତବରେ ଏକ ଧଳା ରଙ୍ଗର ସେଓ।
ଏହି ଭିଡିଓକୁ ୧୬ ହଜାରରୁ ଅଧିକ ଲୋକ ଦେଖି ସାରିଛନ୍ତି। ଏଥି ସହିତ ଶହ ଶହ ଲୋକ ଏହି ଭିଡିଓ ଉପରେ ପ୍ରତିକ୍ରିୟା ଦେଇଛନ୍ତି। ଜଣେ ସୋସିଆଲ ମିଡିଆ ବ୍ୟବହାରକାରୀ ଲେଖିଛନ୍ତି – ଜୀବନରେ ସବୁଜ ଏବଂ ଲାଲ ଆପଲ୍ ଦେଖିଛି, ଆଜି ପ୍ରଥମ ଥର ପାଇଁ ମୁଁ ଧଳା ଆପଲ୍ ଦେଖୁଛି । ଏହାକୁ ଦେଖି ମୋ ପାଟିରେ ପାଣି ଭରି ଗଲାଣି |
The post ଲାଲ ଓ ସବୁଜ ପରେ ବଜାରକୁ ଆସିଛି ଧଳା ରଙ୍ଗର ସେଓ first appeared on Sambad.
from ବିଶେଷ | Sambad https://ift.tt/393gm4M
0 Comments