ପୃଥିବୀରେ ଅଛନ୍ତି ୮୭ ଲକ୍ଷ ପ୍ରଜାତିର ପ୍ରାଣୀ

ଆମ ମନୁଷ୍ୟ ଜାତି ନିଜର ବୁଦ୍ଧି ଓ ବୈଷୟିକ ଜ୍ଞାନ ବଳରେ ଭୂପୃଷ୍ଠରେ ବିରାଟ ବିରାଟ ସହର ସ୍ଥାପନ କରିବା ସହ ବିଶାଳ ଅଟ୍ଟାଳିକା ମାନ ଗଢ଼ିପାରିଛନ୍ତି। ଏପରିକି ଅନ୍ତରୀକ୍ଷକୁ ଯାତ୍ରା କରି ଅନ୍ୟ ଗ୍ରହରେ ବସତି ସ୍ଥାପନ ପାଇଁ ଯୋଜନା ପ୍ରସ୍ତୁତ କରିପାରିଛନ୍ତି। ଏପରି ଭାବେ ଆମେ ଅନ୍ୟ ପ୍ରାଣୀଙ୍କ ଠାରୁ ଆଗରେ ରହିବା ସହ ସେମାନଙ୍କୁ ଦମନ କରିବା ଲାଗି ବିଭିନ୍ନ ଉପାୟ ଓ ଅସ୍ତ୍ରର ବିକାଶ କରିଛନ୍ତି। ମାତ୍ର ଏତେ ସବୁ ସତ୍ତ୍ବେ ବେଳେ ବେଳେ ଆମେ ଭୀଷଣ ଭାବରେ ହୀନବୀର୍ଯ୍ୟ ତଥା ଅସହାୟ ହୋଇପଡୁଛନ୍ତି। ଏହାର ଜ୍ବଳନ୍ତ ଉଦାହରଣ ମହାମାରୀ କରୋନାଭୂତାଣୁର ପ୍ରକୋପ।

ତେବେ ଆମେ ଏପରି ନିଜକୁ ସର୍ବଶକ୍ତିମାନ୍‌ ଭାବି ଅହଂଭାବରେ ବୁଡ଼ିରହିବା ପୂର୍ବରୁ ଆମକୁ ହୃଦୟଙ୍ଗମ କରିବାକୁ ହେବ ଯେ ଏଇ ଭୂପୃଷ୍ଠରେ ବସବାସ କରୁଥିବା ପ୍ରାୟ ୮୭ ଲକ୍ଷ ପ୍ରଜାତିର ପ୍ରାଣୀଙ୍କ ମଧ୍ୟରୁ ଆମେ ଗୋଟିଏ। ଏଥି ସହିତ ପୃଥିବୀ ମାତା ୨.୯୮ ଲକ୍ଷ ପ୍ରଜାତିର ଉଦ୍ଭିଦ, ୬.୧୧ ଲକ୍ଷ ପ୍ରଜାତିର ଛତୁ ଓ ଅନ୍ୟାନ୍ୟ କବକ ବା ଫଙ୍ଗସ, ୩୬.୪ ହଜାର ପ୍ରଜାତିର ଏକକୋଷୀ ପ୍ରାଣୀ ଓ ୨୭.୫ ହଜାର ପ୍ରଜାତିର ଶୈବାଳଙ୍କୁ ମଧ୍ୟ ବହନ କରିଛି। ଅପରପକ୍ଷେ, ଅସଂଖ୍ୟ ବୀଜାଣୁ ପ୍ରଜାତି ମଧ୍ୟ ରହିଛନ୍ତି ବୋଲି ବିଭିନ୍ନ ସମୟରେ ବୈଜ୍ଞାନିକମାନେ ଆକଳନ କରି କହିଛନ୍ତି। ପାରିବେଶିକ ଜୈବ ସନ୍ତୁଳନ ପାଇଁ ପ୍ରତ୍ୟେକ ସଜୀବ ଅନ୍ୟ ସଜୀବ ଉପରେ ପରୋକ୍ଷରେ ବା ପ୍ରତ୍ୟକ୍ଷରେ ନିର୍ଭର କରି ରହିଛନ୍ତି। ଏଥିରେ ଆମେ କୌଣସି ସମୟରେ ଏକଛତ୍ରବାଦ ଜାହିର କଲେ ତାହାର ପରିଣାମ ଆମକୁ ହିଁ ଭୋଗିବାକୁ ପଡ଼ିବ।

The post ପୃଥିବୀରେ ଅଛନ୍ତି ୮୭ ଲକ୍ଷ ପ୍ରଜାତିର ପ୍ରାଣୀ first appeared on Sambad.

from ବିଶେଷ | Sambad https://ift.tt/3jNyxlg

Post a Comment

0 Comments