ରାତାରାତି କୋଟିପତି ହେଲେ ଅଟୋ ଚାଳକ, ଲଟେରୀ ବଦଳାଇଦେଲା ଭାଗ୍ୟ

ନୂଆଦିଲ୍ଲୀ: ରାତାରାତି ବଦଳିଗଲା ଭାଗ୍ୟ । ଅଟୋ ଡ୍ରାଇଭର ହୋଇଗଲେ କୋଟିପତି । ଏଭଳି ଘଟଣା ବହୁତ କମ ଦେଖିବାକୁ ମିଳେ । ଏବେ ସେହିଭଳି ଏକ ଘଟଣା କେରଳରେ ଘଟିଥିବା ଦେଖାଯାଇଛି । କେରଳର ଏହି ଅଟୋ ଡ୍ରାଇଭରଙ୍କୁ କୋଟିପତି କରିଛି ଲଟେରୀ । ଅଟୋ ଚାଳକଙ୍କ ନାଁ କେ ଜୟପାଲନ ବୋଲି ଜଣାପଡ଼ିଥିବା ବେଳେ  ସେ ପ୍ରାୟ ୧୨ କୋଟି ଟଙ୍କାର ଲଟେରୀ ଜିତିଛନ୍ତି ।

ଗଣମାଧ୍ୟମରେ ପ୍ରକାଶିତ ରିପୋର୍ଟ ଅନୁଯାୟୀ, ୧୨ କୋଟିର ଲଟେରୀ ଜିତିଥିବା ଜୟପାଲନ କୋଚିର ମରାଡୁରେ ରୁହନ୍ତି । ଓଣମ ପର୍ବ ବେଳେ ଗତ ସେପ୍ଟେମ୍ବର ୧୦ ତାରିଖରେ ଜୟପାଲନ ଏହି ଫ୍ୟାନ୍ସିଂ ଲଟେରୀ କିଣିଥିଲେ। ହେଲେ ତାଙ୍କୁ ଜଣାନଥିଲା ଯେ ଏହି ଲଟେରୀ ତାଙ୍କ ଭାଗ୍ୟ ଚମକାଇଦେବ। ରବିବାର ଫଳାଫଳ ଘୋଷଣା କରାଯାଇଥିବା ବେଳେ ଲଟେରୀ ଟିକେଟ୍ ନମ୍ବର ଟିଇ ୬୪୫୪୬୫କୁ ୧୨ କୋଟିର ପ୍ରଥମ ପୁରସ୍କାର ମିଳିଥିଲା। ଲଟେରୀ ଟିକେଟଟି ଜୟପାଲନଙ୍କର ବୋଲି ଜଣାପଡ଼ିବା ପରେ ତାଙ୍କ ଖୁସିର ଠିକଣା ରହିନଥିଲା।

ତେବେ ଜୟପାଲନ ୧୨ କୋଟି ଟଙ୍କାର ଲଟେରୀ ଜିତିଥିଲେ ମଧ୍ୟ ତାଙ୍କୁ ପୂରା ଟଙ୍କା ମିଳିବ ନାହିଁ । କାରଣ ୧୨ କୋଟି ଟଙ୍କାର ଟିକସ ବାବଦକୁ ପ୍ରାୟ ୫ କୋଟି ଟଙ୍କା କଟିଯିବ । ତେଣୁ ଜୟପାଲନଙ୍କୁ ପାଖାପାଖି ୭ କୋଟି ଟଙ୍କା ମିଳିବ । ଗତ ରବିବାର ଥିରୁବନନ୍ତପୁରମରେ ଲଟେରୀର ବିଜେତାଙ୍କ ନାଁ ଘୋଷଣା କରାଯାଇଥିଲା । ଆଉ ଏଥିରେ ବାଜି ମାରି ନେଇଥିଲେ ଜୟପାଲନ ।

The post ରାତାରାତି କୋଟିପତି ହେଲେ ଅଟୋ ଚାଳକ, ଲଟେରୀ ବଦଳାଇଦେଲା ଭାଗ୍ୟ first appeared on Sambad.

from ବିଶେଷ | Sambad https://ift.tt/3AslCLx

Post a Comment

0 Comments