
ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ ଦଳର ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂ ଧୋନୀଙ୍କ ପ୍ରଶଂସକ ଦେଶ ସହିତ ଦେଶ ବାହାରେ ବି ରହିଛନ୍ତି। ୧୬ବର୍ଷର କ୍ରିକେଟ ଜୀବନ ମଧ୍ୟରେ ଧୋନୀ ତାଙ୍କ ପ୍ରଶଂସକଙ୍କୁ ଖୁସି କରିବାରେ କୌଣସି ମଉକା ଛାଡ଼ି ନାହାନ୍ତି।
୨୦୦୭ରେ ଟି-୨୦ ୱାଲର୍ଡ କପ ଜିତିଥିଲେ। ୨୦୧୧ ମସିହାରେ ୱାଲର୍ଡ କପ ଫାଇନାଲରେ ବି ବିଜୟ ଛକା ଲଗାଇବା ପରେ ୱାଲର୍ଡ କପ ଟ୍ରଫି ଭାରତ ନାମରେ କରିଥିଲେ ଧୋନୀ। ୨୦୧୩ ମସିହାରରେ ପ୍ରଥମ ଥର ଭାରତକୁ ଚମ୍ପିୟାନ ଟ୍ରଫି ଦେଇ ଦୁନିଆର ଏକମାତ୍ର ଏମିତି ଅଧିନାୟକ ହୋଇଥିଲେ ଧୋନୀ ଯାହାଙ୍କ ନାମରେ ତିନିଟି ଆଇସିସି ରହିଛି।
ଏହି କାରଣରୁ ଦିନକୁ ଦିନ ତାଙ୍କ ପ୍ରଶଂସକଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଥିଲା। ନିକଟରେ ଧୋନୀଙ୍କ ପ୍ରଶଂସକ ଅଜୟ ଗିଲ ନିଜ ହିରୋଙ୍କୁ ଭେଟିବାକୁ ହରିୟାଣାରୁ ରାଞ୍ଚି ପାଦରେ ଚାଲିଚାଲି ଆସିଥିଲେ।

ଏହି ଘଟଣାକୁ ନେଇ ଅଜୟ କହିଛନ୍ତି, ‘ଜୁଲାଇ ୨୯ ତାରିଖରେ ମୁଁ ଘରୁ ବାହାରିଥିଲି। ୧୬ଦିନରେ ୧୪୦୦କିମି ରାସ୍ତା ପାଦରେ ଅତିକ୍ରମ କରି ରାଞ୍ଚିସ୍ଥିତ ଧୋନୀଙ୍କ ଘରେ ପହଞ୍ଚି ଯାଇଥିଲି। ଧୋନୀଙ୍କୁ ଭେଟିବା ପରେ ହିଁ ମୁଁ ଘରକୁ ଫେରିବି। ବହୁତ ଆଶାରେ ଏତେ ବାଟରୁ ଆସିଛି। ଧୋନୀଙ୍କୁ ମାତ୍ର ୧୦ମିନିଟ ଭେଟି ମୁଁ ଘରୁ ଫେରିଯିବି।’
ଦୁଃଖର କଥା ନିଜ ହିରୋଙ୍କୁ ଭେଟିବାକୁ ଅଜୟ ଯେତେବେଳେ ୧୪୦୦କିମି ରାସ୍ତା ପାଦରେ ଅତିକ୍ରମ କରି ରାଞ୍ଚିରେ ପହଞ୍ଚିଥିଲେ ସେତେବେଳେ ଧୋନୀ ଚେନ୍ନାଇରେ ଥିଲେ। କାରଣ ତାଙ୍କୁ ଆଗାମୀ ଆଇପିଏଲର ଦ୍ବିତୀୟ ପର୍ଯ୍ୟାୟ ପାଇଁ ୟୁଏଇ ଯିବାକୁ ଅଛି। ଧୋନୀ ଆସିବା ପର୍ଯ୍ୟନ୍ତ ଅଜୟ ଅପେକ୍ଷା କରିବେ ବୋଲି କହିଥିଲେ।
ଅଜୟ କହନ୍ତି, ମୋର ବି ସ୍ବପ୍ନ ଥିଲା ମୁଁ ଜଣେ କ୍ରିକେଟର ହେବି। କିନ୍ତୁ ଗତବର୍ଷ ଧୋନୀ କ୍ରିକେଟରୁ ସନ୍ୟାସ ନେବା ପରେ ମୁଁ କ୍ରିକେଟ ଖେଳ ଛାଡ଼ି ଦେଇଥିଲି। ଏବେ ମୁଁ ଧୋନୀଙ୍କ ଠାରୁ ଆର୍ଶୀବାଦ ନେଇ ପୁଣି ଖେଳ ଆରମ୍ଭ କରିବି ବୋଲି ସ୍ଥିର କରିଛି।
ସ୍ଥାନୀୟ ବାସିନ୍ଦା ଅନୁରାଗ ଚାୱଲାଙ୍କୁ ଯେତେବେଳେ ଏହି ଘଟଣା ସମ୍ପର୍କରେ ଜଣାପଡ଼ିଲା ସେ ଅଜୟଙ୍କୁ ହେଟେଲରେ ରହିବାର ବ୍ୟବସ୍ଥା କରି ଦିଲ୍ଲୀ ପର୍ଯ୍ୟନ୍ତ ଟିକେଟ ବୁକ କରି ଦେଇଥିଲେ। ଆଉ ତାଙ୍କୁ ବୁଝାଇ ହରିୟାଣା ଫେରି ଯିବାକୁ କହିବା ସହିତ ପରେ ଆସିବାକୁ କହିଥିଲେ।
The post ହରିୟାଣାରୁ ରାଞ୍ଚି ପାଦରେ ଚାଲିଚାଲି ୧୪୦୦କିମି ବାଟ ଅତିକ୍ରମ କରି ଧୋନୀଙ୍କୁ ଭେଟିବାକୁ ଆସିଥିଲେ ତାଙ୍କ ପ୍ରଶଂସକ first appeared on Sambad.from ବିଶେଷ | Sambad https://ift.tt/37Pq0aA
0 Comments