ହୃଦୟସ୍ପର୍ଶୀ ଦୃଶ୍ୟ: ଛାତ ଉପରେ ଚଢ଼ି ଜାତୀୟ ପତାକା ଉଡ଼ାଉଛି ମାଙ୍କଡ଼

ନୂଆଦିଲ୍ଲୀ: ସୋସିଆଲ ମିଡିଆରେ ଏକ ହୃଦୟସ୍ପର୍ଶୀ ଭିଡିଓ ଭାଇରାଲ ହୋଇଛି। ଏହି ଭିଡିଓକୁ ଦେଖି ଆପଣମାନେ ଭାବି ପାରନ୍ତି ବାସ୍ତବରେ କ’ଣ ପଶୁଙ୍କ ଭିତରେ ବି ଦେଶପ୍ରେମ ଭରି ରହିଛି।

ତେବେ କଥାରେ ଅଛି ମାଙ୍କଡ଼ ମଣିଷର ନକଲ କରିଥାଏ। ନିକଟରେ ଏକ ମାଙ୍କଡ଼ ମଣିଷଙ୍କ ଭଳି ପାଣି ଟ୍ୟାପ ଖୋଲି ପାଣି ପିଇବା ପରେ ପୁଣି ତାକୁ ବନ୍ଦ କରି ଦେଇଥିବା ଦୃଶ୍ୟ ଦେଖିବାକୁ ମିଳିଥିଲା। ସୋସିଆଲ ମିଡିଆରେ ମାଙ୍କଡ଼ମାନେ ମଣିଷଙ୍କ ଭଳି କାମ କରୁଥିବାର ଅନେକ ଭିଡିଓ ବି ଆମେମାନେ ଦେଖିବାକୁ ପାଇଛୁ।

 

 

View this post on Instagram

 

A post shared by GiDDa CoMpAnY -mEmE pAgE- (@giedde)

ସୋସିଆଲ ମିଡିଆରେ ଭାଇରାଲ ହୋଇଥିବା ଫଟୋ ଟି ଏକ ସ୍କୁଲର ରହିଛି। ଏହି ଫଟୋରେ ଦେଖିବାକୁ ମିଳୁଛି ଦୁଇଜଣ ମାଙ୍କଡ଼ ଛାତ ଉପରେ ଚଢ଼ି ବନ୍ଧା ଯାଇଥିବା ଜାତୀୟ ପତକାକୁ ଉଡ଼ାଇବାକୁ ଚେଷ୍ଟା କରୁଛନ୍ତି। କିନ୍ତୁ ପତକାଟି ଉଡ଼ୁ ନଥିଲା। ଶେଷରେ ଦୁଇଟି ମାଙ୍କଡ଼ ମଧ୍ୟରୁ ଜଣେ ପତକା ବନ୍ଧା ଯାଇଥିବା ବାଡ଼ିରେ ଚଢ଼ି ଯାଇ ଜାତୀୟ ପତକା ଉଡାଇଥିଲା। ଏହି ସମୟରେ ପତକା ମଧ୍ୟରେ ବନ୍ଧା ଯାଇଥିବା ଫୁଲ ବି ପବନରେ ଉଡ଼ିଥିଲା।

ମାଙ୍କଡ଼ ଜାତୀୟ ପତକା ଉଡ଼ାଉଥିବା ଦୃଶ୍ୟ ବାସ୍ତବରେ ହୃଦୟସ୍ପର୍ଶୀ । ଏହି ଭିଡ଼ିଓକୁ ଦେଖି ସୋସିଆଲ ମିଡିଆ ବ୍ୟବହାରକାରୀ ମଜାଳିଆ ପ୍ରତିକ୍ରିୟା ବି ଦେଉଛନ୍ତି। ମାଙ୍କଡ଼ ଜାତୀୟ ପତକା ଉଡ଼ାଉଥିବା ଭିଡିଓକୁ ଗିଦ୍ଦା ନାମକ ଇନଷ୍ଟାଗ୍ରାମ ପେଜରୁ ସେୟାର କରାଯାଇଥିବା ବେଳେ ଲୋକଙ୍କୁ ଏହା ବହୁତ ପସନ୍ଦ ବି ଆସୁଛି।

 

The post ହୃଦୟସ୍ପର୍ଶୀ ଦୃଶ୍ୟ: ଛାତ ଉପରେ ଚଢ଼ି ଜାତୀୟ ପତାକା ଉଡ଼ାଉଛି ମାଙ୍କଡ଼ first appeared on Sambad.

from ବିଶେଷ | Sambad https://ift.tt/3j5ESIn

Post a Comment

0 Comments