ସମୁଦ୍ରରେ ଗୋଲାପୀ ରଙ୍ଗର ଡଲଫିନ ପହଁରୁଥିବା ଦେଖି ଲୋକେ ଦେଲେ ଏଭଳି ପ୍ରତିକ୍ରିୟା

ନୂଆଦିଲ୍ଲୀ: ସମୁଦ୍ରରେ ଥିବା ଜୀବମାନଙ୍କ ମଧ୍ୟରୁ ଡଲଫିନ ସବୁଠାରୁ ସୁନ୍ଦର ଜୀବ ବୋଲି କୁହାଯାଇଥାଏ। ନିକଟରେ ସୋସିଆଲ ମିଡିଆରେ ଭାଇରାଲ ହୋଇଥିବା ଏକ ଅଭିନବ ଡଲଫିନର ଭିଡିଓ ଅନ୍ୟ ସମସ୍ତ ଡଲଫିନଙ୍କଠାରୁ ଅଲଗା ରହିଛି। ଏମିତି ଡଲଫିନକୁ ପୂର୍ବରୁ କେବେ ଦେଖିବାକୁ ମିଳି ନ ଥିଲା।

ସୋସିଆଲ ମିଡିଆରେ ପୋଷ୍ଟ ହୋଇଥିବା ଭିଡିଓରେ ଆପଣ ଦୁଇଟି ଡଲଫିନକୁ  ପହଁରୁଥିବା ଦେଖି ପାରୁଥିବେ। ଏହି ଡଲଫିନ ଦେଖିବାକୁ ଅନ୍ୟ ଡଲଫିନଠାରୁ ସମ୍ପୂର୍ଣ୍ଣ ଭାବେ ଭିନ୍ନ।

ଏହି ସ୍ବତନ୍ତ୍ର ଡଲଫିନ ଭିଡିଓକୁ ବନ ବିଭାଗ ଅଧିକାରୀ ସୁଶାନ୍ତ ନନ୍ଦ ନିଜର ଟୁଇଟର ହ୍ୟାଣ୍ଡେଲରେ ସେୟାର କରିଛନ୍ତି। ଏହି ଭିଡିଓ ସହିତ ସେ ଏକ କ୍ୟାପସନ ଲେଖିଛନ୍ତି। କ୍ୟାପସନରେ ଲେଖାଯାଇଛି, ଆପଣ ଏମିତି ଡଲଫିନ କେବେ ଦେଖି ନଥିବେ!

 

ସୋସିଆଲ ମିଡିଆ ବ୍ୟବହାରକାରୀ ଏହି ଭିଡିଓକୁ ଦେଖିବା ପରେ ବିଶ୍ବାସ କରି ପାରି ନଥିଲେ। ନୀଳ ସମୁଦ୍ରରେ ଗୋଲାପୀ ରଙ୍ଗର ଡଲଫିନ ପହଁରୁଥିବା ଦୃଶ୍ୟ ବହୁତ ସୁନ୍ଦର ଦେଖାଯାଉଛି।

The post ସମୁଦ୍ରରେ ଗୋଲାପୀ ରଙ୍ଗର ଡଲଫିନ ପହଁରୁଥିବା ଦେଖି ଲୋକେ ଦେଲେ ଏଭଳି ପ୍ରତିକ୍ରିୟା first appeared on Sambad.

from ବିଶେଷ | Sambad https://ift.tt/3j7veoU

Post a Comment

0 Comments