
ଭୁବନେଶ୍ୱର: ଗ୍ରାମାଞ୍ଚଳ ବଜାରଗୁଡିକର ଗ୍ରାହକମାନଙ୍କୁ କିଣାକିଣିର ସର୍ବୋତ୍ତମ ଅନୁଭୂତି ପ୍ରଦାନ କରିବା ସହିତ ଶେଷ ମାଇଲ୍ ପର୍ଯ୍ୟନ୍ତ ଗ୍ରାହକଙ୍କୁ ସ୍ୱାଚ୍ଛନ୍ଦ୍ୟ ପ୍ରଦାନ କରିବାକୁ ଏକ ଉଲ୍ଲେଖନୀୟ ପ୍ରୟାସରେ ସମଗ୍ର ଓଡ଼ିଶାରେ ୯୦ରୁ ଅଧିକ ଜିଓପଏଂଟ ଷ୍ଟୋରରେ ଜିଓମାର୍ଟ ଡିଜିଟାଲ ସେବା ଆରମ୍ଭ ହୋଇଛି ।
ଏହା ଅନେକ ଗ୍ରାମାଞ୍ଚଳ ବଜାର ଏବଂ ଉପ ନଗରୀୟ କେନ୍ଦ୍ରଗୁଡିକରେ ବାସକରୁଥିବା ଜନସାଧାରଣଙ୍କୁ ସ୍ମାର୍ଟଫୋନ, ଲାପ୍ଟପ, କଂପ୍ୟୁଟର ଏବଂ କଂପ୍ୟୁଟର ଉପକରଣ, ଟେଲିଭିଜନ, ରେଫ୍ରିଜେରେଟର, ୱାଶିଂ ମେସିନ, ଏୟାର କଣ୍ଡିସନର, ମିକ୍ସର ଗ୍ରାଇଣ୍ଡର, ୱାଟର ପ୍ୟୁରିଫାୟର, ରାଇସ କୁକର, ସ୍ପିକର ଏବଂ ହେଡଫୋନ ଆଦି ବହୁବିଧ ଇଲେକଟ୍ରୋନିକ ଉତ୍ପାଦଗୁଡିକ ଉପରେ ସର୍ବୋତ୍ତମ ଅଫର ଏବଂ ଘରେ ସାମଗ୍ରୀ ପହଂଚାଇବା ସୁବିଧା ଉପଭୋଗ କରିବା ସୁଯୋଗ ଦେଉଛି ।
ଗ୍ରାମାଞ୍ଚଳ ବଜାରଗୁଡିକରେ ଇଲେକଟ୍ରୋନିକ ମଲ୍ ଭାବରେ ଏହି ଜିଓପଏଂଟ୍ ଷ୍ଟୋରଗୁଡିକ ଆପଲ୍, ସାମ୍ସଙ୍ଗ୍, ଏଲ୍ଜି, ଓପ୍ପୋ, ତୋଶିବା, ସାଓମି, ଲେନୋଭୋ, ଡେଲ୍, ଏଚ୍ପି, କେଲ୍ଭିନେଟର, ୱାନ ପ୍ଲସ, ହାୟର, ସାନ୍ସୁଇ, ଗୋଦରେଜ, ଟିସିଏଲ, ବଜାଜ, କେଂଟ୍, ଆକ୍ୱାଗାର୍ଡ ଆଦି ଲୋକପ୍ରିୟ ବ୍ରାଣ୍ଡ୍ଗୁଡିକର ୨୦,୦୦୦ରୁ ଅଧିକ ଅଧୁନାତମ ଇଲେକଟ୍ରୋନିକ୍ସ ସାମଗ୍ରୀ ବ୍ୟବହାର ପାଇଁ ସହଜ ହେଉଥିବା ମୋବାଇଲ / ଡିଜିଟାଲ ଆପ୍ଲିକେସନ ଜରିଆରେ ପ୍ରଦର୍ଶିତ କରୁଛି । ତତ୍ସହିତ ସର୍ବୋତ୍ତମ ଅଫର୍ରେ ଏଗୁଡିକ ଉପଲବ୍ଧ ହେଉଛି । ସଂପ୍ରତି କମ୍ପାନି ସମସ୍ତ ଇଲେକଟ୍ରୋନିକ ଉତ୍ପାଦ ଉପରେ ୬୦ ପ୍ରତିଶତ ପର୍ଯ୍ୟନ୍ତ ରିହାତି ପ୍ରଦାନ କରୁଛି ।

ଏହା ଗ୍ରାମାଞ୍ଚଳ ଅଧିବାସୀମାନଙ୍କୁ ସେମାନଙ୍କ ଘର ପାଖରେ ଅଗ୍ରଣୀ ବ୍ରାଣ୍ଡ୍ସମୂହର ୨୦,୦୦୦ରୁ ଅଧିକ ଇଲେକଟ୍ରୋନିକ୍ସ ଉତ୍ପାଦ ମଧ୍ୟରୁ ନିଜର ପସନ୍ଦ ମୁତାବକ ସାମଗ୍ରୀ ବାଛିବା ସହିତ ଏକ ସମୃଦ୍ଧ କ୍ରୟ ଅନୁଭୂତି ଆଣିଦେଉଛି । ଆକର୍ଷଣୀୟ ରିହାତି ସହିତ ମାଗଣାରେ ଘରେ ସାମଗ୍ରୀ ପହଂଚାଇବା ଭଳି ସୁବିଧା ଜିଓମାର୍ଟ ଡିଜିଟାଲ ସେବାର ଅଂଶସ୍ୱରୂପ ଜିଓପଏଣ୍ଟଗୁଡିକରେ ଉପଲବ୍ଧ ହେଉଛି ଏବଂ ଏହା ଗ୍ରାହକଙ୍କ ଆନନ୍ଦ ଓ ସ୍ୱାଚ୍ଛନ୍ଦ୍ୟକୁ ଅଧିକ ପରିବର୍ଦ୍ଧିତ କରିଛି ।
ଗ୍ରାମାଞ୍ଚଳ ବଜାରଗୁଡିକରେ ଥିବା ଜିଓପଏଣ୍ଟ ଷ୍ଟୋରରେ ଉପଲବ୍ଧ ଜିଓମାର୍ଟ ଡିଜିଟାଲ ସେବାରେ ଆନନ୍ଦ ପ୍ରକାଶ କରି ସୁନ୍ଦରଗଡ ଜିଲାର ଗୁରୁଣ୍ଡିଆଠାରେ ନିଜର ଏକ କମ୍ପ୍ୟୁଟର ଇନଷ୍ଟିଚ୍ୟୁଟ ପରିଚାଳନା କରୁଥିବା ସରୋଜ କୁମାର ପାତ୍ର କହିଛନ୍ତି, ସେ କୁଆଁରମୁଣ୍ଡାରେ ଥିବା ଜିଓପଏଣ୍ଟ ଷ୍ଟୋରରେ ବିବିଧ ବର୍ଗର ଗୁଣାତ୍ମକ ଇଲେକଟ୍ରୋନିକ୍ସ ଉତ୍ପାଦଗୁଡିକରୁ ନିଜ ମନ ପସନ୍ଦର ଉତ୍ପାଦ ବାଛିବାର ସୁଯୋଗ ପାଇ ଅତ୍ୟନ୍ତ ଖୁସି ଅଛନ୍ତି ।
କାରଣ ସ୍ଥାନୀୟ ବଜାରରେ ଅଳ୍ପକିଛି ସୀମିତ ବର୍ଗର ଉତ୍ପାଦ ମିଳିଥାଏ । ଜିଓପଏଣ୍ଟ ଷ୍ଟୋର ପକ୍ଷରୁ ଯୋଗାଇ ଦିଆଯାଉଥିବା ଆକର୍ଷଣୀୟ ରିହାତି ସହିତ ମାଗଣାରେ ସାମଗ୍ରୀ ଘରେ ପହଂଚାଇବା ସୁବିଧାରେ ବେଶ ସନ୍ତୋଷ ପ୍ରକାଶ କରି ସେ କହିଥିଲେ, ଏହା ତାଙ୍କର ମୂଲ୍ୟବାନ ସମୟ ଏବଂ ପରିବହନ ଖର୍ଚ୍ଚ ସଞ୍ଚୟ କରିପାରିଛି । ଏହାଦ୍ୱରା ସେ ତାଙ୍କ ମନପସନ୍ଦର ସାମଗ୍ରୀ ନିଜ ଦ୍ୱାରଦେଶରେ ପାଇଛନ୍ତି ଏବଂ ତାଙ୍କର ରହିଥିବା ଭରସା ଅନୁଯାୟୀ ଜିଓପଏଣ୍ଟ ଷ୍ଟୋରରୁ ଉତ୍ତମ ଗୁଣମାନର ଇଲୋକ୍ଟ୍ରନିକ୍ସ ଉତ୍ପାଦ ଘରକୁ ଆଣିଛନ୍ତି ।
The post ଓଡ଼ିଶାରେ ୯୦ରୁ ଅଧିକ ଜିଓପଏଣ୍ଟ ଷ୍ଟୋରରେ ଜିଓମାର୍ଟ ଡିଜିଟାଲ ସେବା ଶୁଭାରମ୍ଭ first appeared on Sambad.from ବିଶେଷ | Sambad https://ift.tt/2VWTzFb
0 Comments