
ଭୁବନେଶ୍ବର : ସମ୍ବାଦ ଗ୍ରୁପ, ଓଡ଼ିଶାର ବୃହତ୍ତମ ଗଣମାଧ୍ୟମ ସଂସ୍ଥା ପକ୍ଷରୁ ଆୟୋଜିତ ‘ସମ୍ବାଦ ଡିଜିଟାଲ’ର ଭର୍ଚୁଆଲ ଉନ୍ମୋଚନ ସମାରୋହ ଆରମ୍ଭ ହୋଇଛି । ଏହି ଭର୍ଚୁଆଲ ସମାବେଶରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଛନ୍ତି । କେନ୍ଦ୍ର ଶିକ୍ଷା ଓ ଦକ୍ଷତା ବିକାଶ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଛନ୍ତି । ଏହା ସହିତ କେନ୍ଦ୍ର ପରିବେଶ, ଜଙ୍ଗଲ ଓ ଜଳବାୟୁ ପରିବର୍ତ୍ତନ ମନ୍ତ୍ରୀ ଭୂପିନ୍ଦର ଯାଦବ ଏବଂ ସେଣ୍ଟର ଫର ସାଇନ୍ସ ଏଣ୍ଡ ଏନଭାରମେଣ୍ଟର ମହାନିର୍ଦ୍ଦେଶିକା ସୁନୀତା ନାରାୟଣ ମଧ୍ୟ ଯୋଗ ଦେଇଛନ୍ତି ।
ଏହି ଅବସରରେ ସମ୍ବାଦ ଗ୍ରୁପ ପକ୍ଷରୁ ପୁନଶ୍ଚ ପୃଥିବୀ ନାମକ ଅଭିଯାନ ଆରମ୍ଭ କରାଯିବ । ଏହା ମାଧ୍ୟମରେ ମଣିଷ ସମାଜ ପ୍ରତି ବିପଦ ସୃଷ୍ଟି କରିଥିବା ପରିବେଶ ପ୍ରଦୂଷଣ, ଜଳବାୟୁ ପରିବର୍ତ୍ତନ ଆଦି ପ୍ରସଙ୍ଗ ଉପରେ ସଚେତନତା ସୃଷ୍ଟି କରାଯିବ । ସମ୍ବାଦଗ୍ରୁପ ନିଜର ସମସ୍ତ ମଲଟିମିଡିଆ ପ୍ଲାଟଫର୍ମର ବ୍ୟବହାର କରି ଏସବୁ ପ୍ରସଙ୍ଗରେ ସଚେତନତା ସୃଷ୍ଟି କରିବ । ଜଣାଶୁଣା ପରିବେଶବିତମାନଙ୍କୁ ନେଇ ଗଠିତ ଏକ ସ୍ବତନ୍ତ୍ର ପ୍ୟାନେଲ ମାଧ୍ୟମରେ ଏସବୁ ପ୍ରସଙ୍ଗରେ ଆଲୋଚନା କରାଯିବ । ଅନ୍ୟପକ୍ଷରେ ସାରା ବିଶ୍ବରେ ଥିବା ପ୍ରବାସୀ ଓଡ଼ିଆଙ୍କୁ ଏକାଠି କରିବାକୁ ସମ୍ବାଦ ଇ-ପେପରରେ ଏକ ସ୍ବତନ୍ତ୍ର ସ୍ଥାନ ରହିବ ।
ଏହି ସମାରୋହ ମାଧ୍ୟମରେ ସମ୍ବାଦ ଗ୍ରୁପ ନିଜର ବିଭିନ୍ନ ଡିଜିଟାଲ ଓ ସୋସିଆଲ ମିଡିଆ ପ୍ଲାଟଫର୍ମ – ସମ୍ବାଦ ଡଟ୍ ଇନ, କନକନ୍ୟୁଜ, ମଂଜରୀ ଟିଭି, ରେଡିଓ ଚୋକୋଲେଟ୍ ଆଦିର ସଫଳତାକୁ ପାଳନ କରାଯାଉଛି । ସୂଚନାଯୋଗ୍ୟ ସମ୍ବାଦର ବିଭିନ୍ନ ଡିଜିଟାଲ ପ୍ଲାଟଫର୍ମଗୁଡ଼ିକର ସମ୍ମିଳିତ ଏନଗେଜମେଣ୍ଟ ସଂଖ୍ୟା ୧୦୦ ନିୟୁତ ଟପିଯାଇଛି । ଏହା ସମ୍ବାଦ ଡିଜିଟାଲର ବଢିଚାଲିଥିବା ଲୋକପ୍ରିୟତାକୁ ଦର୍ଶାଉଛି ।
The post ଆରମ୍ଭ ହେଲା ‘ସମ୍ବାଦ ଡିଜିଟାଲ’ର ଉନ୍ମୋଚନ ସମାରୋହ first appeared on Sambad.from ବିଶେଷ | Sambad https://ift.tt/3iUf9mg
0 Comments