ଐତିହାସିକ ବିଜୟ ପରେ ମାଗଣା ବିମାନ ଯାତ୍ରା ସହ ନୀରଜଙ୍କ ଉପରେ ପୁରସ୍କାର ରାଶିର ବର୍ଷା, ଏକ୍ସୟୁଭି ୭୦୦ ଦେବେ ଆନନ୍ଦ ମହିନ୍ଦ୍ରା

ନୂଆଦିଲ୍ଲୀ: ଗତକାଲି ଭାରତର ୧୨୫ ବର୍ଷର ସ୍ବପ୍ନକୁ ପୂରଣ କରିଥିଲେ ଜାଭଲିନ୍‌ ଫିଙ୍ଗାଳି ନୀରଜ ଚୋପ୍ରା | ୧୨୫ ବର୍ଷରୁ ଅଧିକ ହେବ ଦୌଡ଼କୁଦରେ ଭାରତକୁ ପଦକଟିଏ ମିଳିନଥିଲେ | ହେଲେ ଦୌଡ଼କୁଦରେ ସ୍ବର୍ଣ୍ଣ ପଦକ ଜିତି ସମସ୍ତ ଭାରତୀୟଙ୍କୁ ଗର୍ବିତ କରିଥିଲେ ଜାଭଲିନ୍‌ ଫିଙ୍ଗାଳି ନୀରଜ ଚୋପ୍ରା | ନୀରଜଙ୍କ ଏଭଳି ଐତିହାସିକ ବିଷୟ ପରେ ତାଙ୍କୁ ପ୍ରଥମେ ୬କୋଟି ଟଙ୍କାର ପୁରସ୍କାର ରାଶି ଦେବାକୁ ଘୋଷଣା କରିଥିଲେ ହରିଆଣା ମୁଖ୍ୟମନ୍ତ୍ରୀ ମନୋହରଲାଲ ଖଟ୍ଟର | ଏହା ପରଠାରୁ ତାଙ୍କ ଉପରେ ପୁରସ୍କାରର ବର୍ଷା ହେବାରେ ଲାଗିଛି |

କେଉଁଠୁ ଟଙ୍କା ପୁରସ୍କାର ଆକାରରେ ଆସୁଛି ତ କେଉଁଠୁ ଗାଡ଼ି | ପଞ୍ଜାବ ମୁଖ୍ୟମନ୍ତ୍ରୀ କ୍ୟାପଟେନ ଅମରିନ୍ଦର ସିଂ ୨କୋଟି ଟଙ୍କାର ପୁରସ୍କାର ରାଶି ଦେବାକୁ ଘୋଷଣା କରିଥିବା ବେଳେ ୧କୋଟି ଟଙ୍କା ଦେବାକୁ ଘୋଷଣା କରିଛି ବିସିସିଆଇ | ଆଇପିଏଲ୍ ଫ୍ରାଞ୍ଚାଇଜ୍ ଚେନ୍ନାଇ ସୁପର କିଙ୍ଗ୍ସ ନୀରଜଙ୍କ ପାଇଁ ଏକ କୋଟି ଟଙ୍କାର ପୁରସ୍କାର ରାଶି ଘୋଷଣା କରିଥିବା ବେଳେ ଇଣ୍ଡିଗୋ ପକ୍ଷରୁ ବର୍ଷକ ପାଇଁ ମାଗଣା ବିମାନ ଯାତ୍ରା ସୁବିଧା, ବାଇଜୁ ପକ୍ଷରୁ ୨କୋଟି ଟଙ୍କା ଓ ନୂଆ ମହିନ୍ଦ୍ରା ଏକ୍ସୟୁଭି ୭୦୦ ଦେବା ପାଇଁ କଥା ଦେଇଛନ୍ତି ଆନନ୍ଦ ମହିନ୍ଦ୍ରା |

Neeraj Chopra
indianexpress.com

ଟ୍ୱିଟରରେ ନୀରଜଙ୍କୁ ଏକ୍ସୟୁଭି ୭୦୦ ଦେବା ପାଇଁ ଦାବି କରାଯିବ ପରେ ଆନନ୍ଦ ମହିନ୍ଦ୍ରା କହିଥିଲେ ଯେ, ହଁ ବାସ୍ତବରେ ଆମର ଗୋଲଡେନ୍ ଆଥଲେଟଙ୍କୁ ଏକ ଏକ୍ସୟୁଭି ୭୦୦ ଉପହାର ଦେବା ମୋର ବ୍ୟକ୍ତିଗତ ସୌଭାଗ୍ୟ ଏବଂ ସମ୍ମାନ ହେବ | ଗାଡ଼ି ଲଞ୍ଚ ହେବା ପରେ ପ୍ରଥମ ଗାଡିଟି ତାଙ୍କୁ ଦିଆଯିବ |

The post ଐତିହାସିକ ବିଜୟ ପରେ ମାଗଣା ବିମାନ ଯାତ୍ରା ସହ ନୀରଜଙ୍କ ଉପରେ ପୁରସ୍କାର ରାଶିର ବର୍ଷା, ଏକ୍ସୟୁଭି ୭୦୦ ଦେବେ ଆନନ୍ଦ ମହିନ୍ଦ୍ରା first appeared on Sambad.

from ବିଶେଷ | Sambad https://ift.tt/3fEAnST

Post a Comment

0 Comments