
୧୯୯୨ ମସିହାରେ ଏନ୍ଏସି ଅଧ୍ୟକ୍ଷ ପଦ ପାଇଁ ପ୍ରତ୍ୟକ୍ଷ ନିର୍ବାଚନ ହୋଇଥିଲା। ପାଟଣାଗଡ଼ ଏନଏସି ଅଧ୍ୟକ୍ଷ ପଦ ପାଇଁ ବିଜେପି ପକ୍ଷରୁ ସଙ୍ଗୀତା କୁମାରୀ ସିଂହଦେଓ, ଜନତା ଦଳ ପକ୍ଷରୁ ଡା. ବୃନ୍ଦାବନ ମେହେର ଏବଂ କଂଗ୍ରେସ ଦଳ ପକ୍ଷରୁ ଜଣେ ପ୍ରାର୍ଥୀ ନିର୍ବାଚନ ମଇଦାନକୁ ଓହ୍ଲାଇଥିଲେ। ଏହି ନିର୍ବାଚନରେ ଶ୍ରୀମତୀ ସିଂହଦେଓ ୩୯୦୦ ଭୋଟ ବ୍ୟବଧାନରେ ତାଙ୍କ ନିକଟତମ ପ୍ରତିଦ୍ବନ୍ଦ୍ବୀ ଡା. ମେହେରଙ୍କଠାରୁ ବିଜୟୀ ହୋଇଥିଲେ।
ଦ୍ବିତୀୟ ସ୍ଥାନରେ ରହିଥିବା ଡା. ମେହେର ସିଧାସଳଖ ଭାବେ ଏନ୍ଏସି ଅଧ୍ୟକ୍ଷ ନିର୍ବାଚନ ନିଷ୍ପତ୍ତିକୁ ସ୍ବାଗତଯୋଗ୍ୟ ପଦକ୍ଷେପ ବୋଲି କହିଛନ୍ତି। ଏହାଦ୍ବାରା ଅଧ୍ୟକ୍ଷ ପଦ ପାଇଁ ଛିଡ଼ା ହୋଇଥିବା ପ୍ରାର୍ଥୀ ଓ ଭୋଟରମାନଙ୍କ ସହ ସିଧାସଳଖ ସମ୍ପର୍କ ରହିଥାଏ।
ଡା. ମେହେର ଜନତା ଦଳର ପ୍ରାର୍ଥୀ ଭାବେ ଛିଡା ହୋଇଥିଲେ, ଜିତିବା ନେଇ ବହୁ ଆଶାବାଦୀ ଥିବାବେଳେ ଶେଷ ମୁହୂର୍ତ୍ତରେ ବିଜେପିରୁ ସଙ୍ଗୀତା କୁମାରୀ ସିଂଦେଓଙ୍କୁ ପ୍ରାର୍ଥୀ କରାଇ ଛିଡା କରାଯାଇଥିବା ଯୋଗୁଁ ହାରି ଯାଇଥିଲି ବୋଲି ଡା. ମେହେର କହିଛନ୍ତି।
୧୯୯୨ରେ ଏନ୍ଏସି ଅଧ୍ୟକ୍ଷା ଭାବେ ଶ୍ରୀମତୀ ସିଂହଦେଓ ନିର୍ବାଚିତ ହୋଇଥିବା ବେଳେ ବର୍ତ୍ତମାନ ତୃତୀୟଥର ପାଇଁ ବଲାଙ୍ଗୀର ସାଂସଦ ଭାବେ ନିର୍ବାଚିତ ହୋଇ କାର୍ଯ୍ୟ କରୁଛନ୍ତି।
କଣ୍ଟାବାଞ୍ଜି ଏନ୍ଏସି: ଏନ୍ଏସି ଅଧ୍ୟକ୍ଷ ହୋଇଥିଲେ ସାଲୁଜା
୧୯୯୨ ମସିହାରେ କଂଟାବାଞ୍ଜି ଏନ୍ଏସି ଅଧକ୍ଷ ପଦ ପାଇଁ ସିଧାସଳଖ ନିର୍ବାଚନ ହୋଇଥିଲା। କଂଟାବାଞ୍ଜିରେ ମୋଟ ସେତେବେଳେ ଜନ ସଂଖ୍ୟା ପ୍ରାୟ ୨୧ ହଜାର ଥିଲା ଏବଂ ୧୨-ଗୋଟି ୱାର୍ଡ ଥିଲା। ଏହି ନିର୍ବାଚନରେ ଅଧ୍ୟକ୍ଷ ପଦ ପାଇଁ ଅନେକ ପ୍ରତିଦ୍ୱନ୍ଦ୍ବୀ ଥିଲେ। ସେମାନଙ୍କ ମଧ୍ୟରୁ ମୁଖ୍ୟତଃ ତିନି ଜଣଙ୍କ ମଧ୍ୟରେ ପ୍ରତିତ୍ବନ୍ଦ୍ବିତା ହୋଇଥିଲା। ସେମାନେ ହେଲେ; କଂଗ୍ରେସ ଦଳ ପକ୍ଷରୁ ସନ୍ତୋଷ ସିଂହ ସାଲୁଜା, ଜନତା ଦଳ ପକ୍ଷରୁ କାନନ କିଶୋର ପଣ୍ଡା ଏବଂ ସ୍ୱାଧୀନ ପ୍ରାର୍ଥୀ କିଶାନ ଗୁପ୍ତା। ଏଥିରେ ସନ୍ତୋଷ ସିଂହ ସାଲୁଜା ନିର୍ବାଚିତ ହୋଇଥିଲେ। କିଶନ ଗୁପ୍ତା ଦ୍ୱତୀୟ ସ୍ଥାନରେ ରହିଥିଲେ। ମାର୍ଚ୍ଚ ୧୯୯୨ରୁ ୧ ଅଗଷ୍ଟ ୧୯୯୫ ପର୍ଯ୍ୟନ୍ତ ଶ୍ରୀ ସାଲୁଜା ଏନ୍ଏସି ଅଧ୍ୟକ୍ଷ ରହିଥିଲେ।
from ବିଶେଷ | Sambad https://ift.tt/3mM95P9
0 Comments