ଅନ୍ତସତ୍ତ୍ବା ବିଲେଇର ଜୀବନ ବଞ୍ଚାଇଥିବାରୁ ୨ ଭାରତୀୟଙ୍କୁ ପ୍ରଧାନମନ୍ତ୍ରୀ ଖୁସି ହୋଇ ଦେଲେ ଏଭଳି ଉପହାର

ନୂଆଦିଲ୍ଲୀ: ଦୁନିଆରେ ଭାରତୀୟଙ୍କ ଏକ ଭିନ୍ନ ପରିଚୟ ରହିଛି। ଏହାର ଏକ ଉଦାହରଣ ଦୁବାଇରେ ଦେଖିବାକୁ ମିଳୁଛି। ଏହି ଭିଡିଓରେ ମାନବିକତାର ଏମିତି ଏକ ଦୃଶ୍ୟ ରହିଛି ଯାହାକୁ ଦେଖିଲେ ଆପଣଙ୍କ ମନ ବି ଖୁସି ହୋଇଯିବ।

ଏହି ଭିଡିଓଟି ଦୁବାଇର। ଏଠାରେ ୪ଜଣ ଲୋକ ଯେଭଳି ଭାବେ ମାନବିକତା ଦେଖାଇଛନ୍ତି ତାହା ସମସ୍ତଙ୍କ ପାଇଁ ଉଦାହରଣ ପାଲଟି ଯାଇଛି। ଏହି ଭିଡିଓରେ ଆପଣ ଦେଖି ପାରିବେ କି ଏକ କୋଠା ଉପରେ ବିଲେଇ ଝୁଲି ରହିଛି। ଆଉ ଏହି ବିଲେଇଟି କୌଣସି ମୁହୂର୍ତ୍ତରେ ବି ତଳେ ପଡ଼ିଯିବାର ସମ୍ଭାବନା ରହିଛି। ଏହି ସମୟରେ ଘଟଣାସ୍ଥଳରେ ୪ଜଣ ଲୋକ ପହଞ୍ଚି ବିଲେଇର ଜୀବନ ବଞ୍ଚାଇ ଦେଇଥିଲେ।

 

ଜୀବନ ବଞ୍ଚାଇବା ପରେ ଜଣାପଡ଼ିଥିଲା କି ବିଲେଟି ଅନ୍ତସତ୍ତ୍ବା ରହିଥିଲା। ତେବେ ଏଭଳି ବିପଦପୂର୍ଣ୍ଣ ଅବସ୍ଥାରେ ବିଲେଇର ଜୀବନ ବଞ୍ଚାଇଥିବା ୪ଜଣ ଲୋକଙ୍କ ମଧ୍ୟରୁ ୨ଜଣ ଭାରତୀୟ ରହିଛନ୍ତି।

ଦେଖୁଦେଖୁ ଏହି ଭିଡିଓଟି ଭାଇରାଲ ହୋଇଯାଇଥିଲା। ଏହି ଭାଇରାଲ ଭିଡିଓକୁ ପ୍ରଧାନମନ୍ତ୍ରୀ ଓ ଦୁବାଇ ଶାସକ ଶେଖ ମହମ୍ମଦ ବିନ ରାସିଦ ଅଲ ମକତୁମ ନିଜ ଟୁଇଟର ଆକାଉଣ୍ଟରେ ସେୟାର କରିଥିଲେ। ଏହି ଭିଡିଓରେ ବିଲେଇକୁ ବଞ୍ଚାଇଥିବା ବ୍ୟକ୍ତିଙ୍କ ଭୁରିଭୁରି ପ୍ରଶଂସା କରାଯାଉଛି। ଦୁବାଇ ପ୍ରଧାନମନ୍ତ୍ରୀ ବିଲେଇକୁ ଉଦ୍ଧାର କରିଥିବା ବ୍ୟକ୍ତିଙ୍କୁ ୧୦ଲକ୍ଷ ଟଙ୍କା ଉପହାର ଦେଇଛନ୍ତି।

The post ଅନ୍ତସତ୍ତ୍ବା ବିଲେଇର ଜୀବନ ବଞ୍ଚାଇଥିବାରୁ ୨ ଭାରତୀୟଙ୍କୁ ପ୍ରଧାନମନ୍ତ୍ରୀ ଖୁସି ହୋଇ ଦେଲେ ଏଭଳି ଉପହାର first appeared on Sambad.

from ବିଶେଷ | Sambad https://ift.tt/3gJwcWv

Post a Comment

0 Comments