
ନୂଆଦିଲ୍ଲୀ: ଚିକିତ୍ସା ବିଜ୍ଞାନରେ ଭାରତୀୟ ଡାକ୍ତରମାନେ ଅନେକ ସଫଳତା ହାସଲ କରିଛନ୍ତି । ହେଲେ ଆମେ ଆଜି ଆପଣମାନଙ୍କୁ ଯେଉଁ ସଫଳତା କଥା କହିବାକୁ ଯାଉଛୁ ତାହା ଏକ ସ୍ୱତନ୍ତ୍ର ସଫଳତା କହିଲେ ଅତ୍ୟୁକ୍ତି ହେବ ନାହିଁ । ଡାକ୍ତରମାନେ ଆଗରୁ ମେସିନ ସହାୟତାରେ ଅନେକ ସର୍ଜରୀ କରିଥିବା କଥା ଆପଣ ଜାଣିଥିବେ, ହେଲେ ରୋବର୍ଟ ମାଧ୍ୟମରେ ସର୍ଜରୀ କରାଯାଇଥିବା କଥା ଜାଣିଲେ ଆପଣ ଆଶ୍ଚର୍ଯ୍ୟ ହେବେ ।
ଉତ୍ତରପ୍ରଦେଶ ରାଜଧାନୀ ଲକ୍ଷ୍ନୌଠାରେ ଥିବା ସଂଜୟ ଗାନ୍ଧୀ ଆର୍ୟୁବିଜ୍ଞାନ ସଂସ୍ଥାନ (ଏସଜିପିଜିଆଇ)ରେ ଜଣେ ୪୨ ବର୍ଷିୟ ମହିଳାଙ୍କ କିଡନି ପ୍ରତିରୋପଣ ରୋବର୍ଟ ମାଧ୍ୟମରେ କରାଯାଇଛି । ନେଫ୍ରୋଲୋଜି, ୟୁରୋଲୋଜି ଓ ଆନେସ୍ଥେସିଆ ବିଭାଗର ଡାକ୍ତରମାନେ ରୋବର୍ଟ ମାଧ୍ୟମରେ ଏଭଳି ବିରଳ ସର୍ଜରୀ କରିବାରେ ସଫଳ ହୋଇଛନ୍ତି ।
ଏସଜିପିଜିଆଇ ପକ୍ଷରୁ ମିଳିଥିବା ସୂଚନା ମୁତାବକ, ବାରବାଙ୍କିରେ ରହୁଥିବା ଜଣେ ୪୨ ବର୍ଷିୟ ମହିଳାଙ୍କ କିଡନି ପ୍ରତିରୋପଣ ରୋବଟିକ ସର୍ଜରୀ ମାଧ୍ୟମରେ କରାଯାଇଛି । ଏନେଇ ବିଭାଗୀୟ ମୁଖ୍ୟ ଡାକ୍ତର ଅନିଶ ଶ୍ରୀବାସ୍ତବ କହିଛନ୍ତି କି, ଏହି କିଡନି ପ୍ରତିରୋପଣ ପାଇଁ କିଡନିର ଆବଶ୍ୟକତା ଥିବା ବେଳେ ମହିଳାଙ୍କ ୬୬ ବର୍ଷିୟ ମା’ କିଡନି ଦାନ କରିଛନ୍ତି । କିଡନି ମିଳିବା ପରେ ରୋବଟିକ୍ ସର୍ଜରୀ ମାଧ୍ୟମରେ ମହିଳାଙ୍କ କିଡନି ପ୍ରତିରୋପଣ କରାଯାଇଛି । ଏବେ କିଡନି ଦାତା ଓ କିଡନି ଗ୍ରହଣ କରିଥିବା ମହିଳା ସୁସ୍ଥ ଅଛନ୍ତି । ଏହାସହ ସେମାନେ ଏବେ ୧୦/୧୨ ଦିନ ଡାକ୍ତରଖାନାରେ ରହିବେ ବୋଲି ଶ୍ରୀବାସ୍ତବ କହିଛନ୍ତି । ସେ ଆହୁରି କହିଛନ୍ତି କି, ରୋବର୍ଟ ମାଧ୍ୟମରେ ଏହି ସର୍ଜରୀ କରିବା ପାଇଁ ପାଖାପାଖି ୫ ଘଣ୍ଟା ସମୟ ଲାଗିଥିଲା ।
from ବିଶେଷ | Sambad https://ift.tt/3fN7pAm
0 Comments