ବାୟୁ ପ୍ରଦୂଷଣ ବଢ଼ାଏ ମସ୍ତିଷ୍କ ବିକୃତି ଆଶଙ୍କା

ବାୟୁମଣ୍ଡଳର ସାମାନ୍ୟତମ ଧୂଳି ପ୍ରଦୂଷଣ ବି ମନୁଷ୍ୟଙ୍କର ମସ୍ତିଷ୍କ ବିକୃତି ଆଣିଥାଏ ବୋଲି ଵାସିଂଟନ ବିଶ୍ବବିଦ୍ୟାଳୟର ଗବେଷକମାନେ ନିକଟରେ ଦାବି କରିଛନ୍ତି। ୧୯୭୦ ମସିହାଠାରୁ ବାୟୁମଣ୍ଡଳୀୟ ପ୍ରଦୂଷଣ ଉପରେ ଜାରି ରହିଥିବା ଅନୁଧ୍ୟାନ ଓ ୧୯୯୪ରୁ ମସ୍ତିଷ୍କ ବିକୃତିର ସମ୍ଭାବ୍ୟ କାରଣ ଉପରେ ଚାଲିଥିବା ଗବେଷଣାରୁ ଉପଲବ୍‌ଧ ତଥ୍ୟକୁ ଭିତ୍ତି କରି ସେମାନେ ଏହି ନିର୍ଯାସରେ ପହଞ୍ଚିଥିବା କହିଛନ୍ତି।

ବାୟୁମଣ୍ଡଳରେ ଭାସୁଥିବା ୨.୫ ମାଇକ୍ରୋମିଟର ପରିମିତ ଧୂଳିକଣା ସହ ମସ୍ତିଷ୍କ ବିକୃତି ଆଶଙ୍କାର ସଂଯୋଗ ରହିଥିବା ସେମାନେ ଜାଣିପାରିଛନ୍ତି। ଏପରିକି ଏକ ଘନମିଟର ବାୟୁମଣ୍ଡଳରେ ଏକ ମାଇକ୍ରୋଗ୍ରାମ୍‌ ଧୂଳିକଣା ବଢ଼ିଗଲେ ମସ୍ତିଷ୍କ ବିକୃତି ଆଶଙ୍କା ୧୬ ପ୍ରତିଶତ ବଢ଼ିଯାଏ ବୋଲି ସେମାନେ କହିଛନ୍ତି। ୧୯୯୪ ମସିହାରୁ ସିଆଟଲ୍‌ ଅଞ୍ଚଳର ୪,୦୦୦ ବାସିନ୍ଦାଙ୍କୁ ନେଇ ସଂଗଠିତ ଏହି ଅନୁଧ୍ୟାନରେ ୧,୦୦୦ ଲୋକଙ୍କ ଠାରେ ମସ୍ତିଷ୍କ ବିକୃତିର ଲକ୍ଷଣ ଜଣାପଡ଼ିଛି। ସୁତରାଂ ମସ୍ତିଷ୍କ ବିକୃତି ପଛରେ ପୂର୍ବରୁ ଖାଦ୍ୟ, ବ୍ୟାୟାମ ଓ ବଂଶାନୁକ୍ରମ ଆଦି କାରଣ ରହିଛି ବୋଲି ଜଣାଥିବା ବେଳେ ବାୟୁ ପ୍ରଦୂଷଣ ଏବେ ନୂତନ କାରଣ ଭାବେ ଉଭା ହୋଇଛି।

The post ବାୟୁ ପ୍ରଦୂଷଣ ବଢ଼ାଏ ମସ୍ତିଷ୍କ ବିକୃତି ଆଶଙ୍କା first appeared on Sambad.

from ବିଶେଷ | Sambad https://ift.tt/3xzeUAW

Post a Comment

0 Comments