ସମ୍ପର୍କ ମାନେନା ଲୁହାର ପ୍ରାଚୀର: ଜେଲ ଭିତରେ ଭାଇ, ବାହାରେ ରାଖୀ ବାନ୍ଧିଲା ଭଉଣୀ

କୋରାପୁଟ: ଗୋଟିଏ ପଟେ ଭାଇ, ଆରପଟେ ଭଉଣୀ ଓ ମଝିରେ ଲୁହାର ପ୍ରାଚୀର। ହୋଇପାରେ ଏକ ସାମାନ୍ୟ ସୂତା। କିନ୍ତୁ ଛଳଛଳ ଆଖିରେ ଭାଇ ହାତରେ ରାଖୀ ବାନ୍ଧୁଛି ଭଉଣୀ। ଭାଇର ଆଖିରେ ଆଖିଏ ଲୁହ । ମଝିରେ ମଝିରେ ଭାଇ କାନ୍ଦି ପକାଇ ଶୀଘ୍ର ଫେରିବାକୁ ବୁଝାଉଥିଲା। ପବିତ୍ର ରକ୍ଷା ବନ୍ଧନ ଅବସରରେ ଏପରି ଭାବ ବିହ୍ବଳ ଦୃଶ୍ୟ ‌ଦେଖିବାକୁ ମିଳିଥିଲା । କୋରାପୁଟ ମଣ୍ଡଳ କାରାଗାର ପରିସରରେ ଏମିତି ଅନେକ ଭାଇ ଭଉଣୀ ରକ୍ଷାବନ୍ଧନର ପରମ୍ପରାକୁ ପାଳନ କରିଥିଲେ। ହାତରେ ମିଠା, ଦୁବ, ହଳଦୀ, ସିନ୍ଦୁର, ଚନ୍ଦନ ଓ ରାଖୀ ଧରି ଛୁଟି ଆସିଥିଲେ ଏକାଧିକ ଭଉଣୀ। ଭାଇର ଶୁଭ ମନାସିବା ସହ ରକ୍ଷା କରିବାକୁ ବାନ୍ଧିଥିଲେ ରାଖୀ। କେହି କେହି କଏଦୀମାନଙ୍କ ମଧ୍ୟରେ କିଏ ଆଜୀବନ ସଜା କାଟୁଛି ତ ବିଚାରାଧୀନ କଏଦୀ ଭାବେ କାଳ କଟୁଛନ୍ତି।

ଆଜି ରବିବାର ହେତୁ ସାକ୍ଷାତ ବନ୍ଦ ରହିବାକୁ ନିୟମ ରହିଥିଲେ ଏହି ପରମ୍ପରାକୁ ଭାଙ୍ଗିବାକୁ ଦେଇ ନ ଥିଲେ। ଭଉଣୀଟିଏ ଦୂରଦୂରାନ୍ତରୁ ଆସି ହାତିରେ ବାନ୍ଧିଥିଲା ରାଖୀ। ଲକ୍ଷ୍ମୀପୁର ବ୍ଲକର ରାଜା ଓ ତାଙ୍କର ତିନି ଭଉଣୀ ମୀନା, ରାଧା ଓ ସକ୍ଷୀ। ଅପରାଧିକ କାରଣ ପାଇଁ କୋରାପୁଟ ମଣ୍ଡଳ କାରାଗାରରେ ସଜା କାଟୁଛନ୍ତି ରାଜା। ଗତବର୍ଷ କୋଭିଡ କଟକଣା ହେତୁ ଏହି ତିନିଜଣ ଭାଇ ରାଜା ହାତରେ ରାଖୀ ବାନ୍ଧି ପାରି ନ ଥିଲେ। ତେଣୁ ଆଜି ସକାଳୁ ସକାଳୁ ଆସି ପହଞ୍ଚିଥିଲେ କୋରାପୁଟ ମଣ୍ଡଳ କାରାଗାର ନିକଟରେ। ପ୍ରଥମରୁ ହିଁ କାରାଗାର କର୍ତ୍ତୃପକ୍ଷ ଭାଇଭଉଣୀଙ୍କ ଏହି ପରମ୍ପରାକୁ ରକ୍ଷା କରିବାକୁ ସୁଯୋଗ ଦେଇଥିଲେ।

ଜେଲ ମଧ୍ୟରେ ଭାଇ ରହିଥିଲାବେଳେ ବାହାରେ ଭାଉଣୀ ରହି ପାଳନ ହୋଇଥିଲା ରକ୍ଷାବନ୍ଧନ। ଏନେଇ ଭଉଣୀ ମୀନା କହିଛନ୍ତି ଯେ ଏତେ ବଡ ଗହ୍ମାପୁନେଇଟା। ଘରେ ଥିଲେ ପିଠାପଣା କେତେ ଖାଇଥାନ୍ତୁ। ବୁଲାବୁଲି ସହ ହସମଜାରେ ଦିନ କଟିଥାନ୍ତା। ହେଲେ ଆଜି ଜେଲରେ ଆମେ ଆମ ଭାଇ ହାତରେ ରାଖୀ ବାନ୍ଧିଛୁ ବୋଲି ଛଳଛଳ ଆଖିରେ ସେ କହିଛନ୍ତି। ଭାଇ ରାଜା ବି ପ୍ରତିଶ୍ରୁତି ଦେଇଛି ଜାମିନରେ ବାହାରିଲେ ବୁଲେଇ ନେବ। ସିନେମା ଦେଖାଇ ଭଉଣୀର ଅଭିମାନକୁ ଭଣ୍ଡୁର କରିବ। ଏନେଇ ଜେଲ ସୁପରିଟେଣ୍ଡେଣ୍ଟ କହିଛନ୍ତି ଯେ ରବିବାର ହେତୁ ସାକ୍ଷାତ ହେବାର ନିୟମ ନାହିଁ। କିନ୍ତୁ ପବିତ୍ର ରକ୍ଷା ବନ୍ଧନ‌ରେ ଆମେ କେଉଁ ଭାଇଭଉଣୀ ଆଖିରେ ଲୁହ ଦେବାକୁ ଚାହୁଁନୁ। କୋଭିଡ ନିୟମକୁ ମାନି ରକ୍ଷା ବନ୍ଧନ ପାଳନ ହୋଇଛି ବୋଲି କର୍ତ୍ତୃପକ୍ଷ କହିଛନ୍ତି।

The post ସମ୍ପର୍କ ମାନେନା ଲୁହାର ପ୍ରାଚୀର: ଜେଲ ଭିତରେ ଭାଇ, ବାହାରେ ରାଖୀ ବାନ୍ଧିଲା ଭଉଣୀ first appeared on Sambad.

from ବିଶେଷ | Sambad https://ift.tt/3zbu54W

Post a Comment

0 Comments