ହକି ମ୍ୟାଚରେ ଭାରତକୁ ବିଜୟୀ ଘୋଷଣା କରିବା ବେଳେ କାନ୍ଦି ପକାଇଲେ କମେଣ୍ଟେଟର, ଭାଇରାଲ୍ ହେଲା ଦୃଶ୍ୟ

ନୂଆଦିଲ୍ଲୀ: ଏକ ଏଭଳି ଦୃଶ୍ୟ ଯାହା ଗତକାଲି ସାରା ଦେଶର ହକିପ୍ରେମୀ ଅନୁଭବ କରିଥିବେ। ଟୋକିଓର ଆଷ୍ଟ୍ରୋଟର୍ଫରେ ଇତିହାସ ଲେଖୁଥିଲା ଭାରତୀୟ ପୁରୁଷ ହକି ଦଳ। ଆଉ ଭାରତର ବିଜୟ ସହ ସାରା ଦେଶରେ ହକିପ୍ରେମୀଙ୍କ ଆଖି ଖୁସିରେ ଛଳ ଛଳ ହୋଇଯାଉଥିଲା। ଯାହାର ପ୍ରଥମ ଝଲକ ଦେଖିବାକୁ ମିଳିଥିଲା କମେଣ୍ଟ୍ରି ବକ୍ସରେ। ଆପଣଙ୍କ ପାଖରେ ଟିଭି ପରଦା ଜରିଆରେ ପଡିଆରେ ଘଟୁଥିବା ଟିକନିକ ଘଟଣାର ତଥ୍ୟ ପହଂଚାଉଥିବା କମେଣ୍ଟେଟର ବା ଭାଷ୍ୟକାର ଗତକାଲି ଭାରତର ବିଜୟର ପ୍ରଥମ ସାକ୍ଷୀ ପାଲଟିଥିଲେ । ନିର୍ଦ୍ଧାରିତ ସମୟ ଭିତରେ ଭାରତୀୟ ପୁରୁଷ ହକି ଦଳ ୩-୧ଗୋଲରେ ବ୍ରିଟେନକୁ ହରାଇ ବିଜୟ ସୁନିଶ୍ଚିତ କରିବା ପରେ କିଛି ଏଇଭଳି ଥିଲା କମେଣ୍ଟ୍ରି ରୁମର ଦୃଶ୍ୟ ।

ଯେତେବେଳେ ହିନ୍ଦିରେ କମେଣ୍ଟ୍ରି କରୁଥିବା ଦୁଇ ଭାଷ୍ୟକାର ସିର୍ଦ୍ଧାର୍ଥ ପାଣ୍ଡ୍ୟା ଓ ସୁନୀଲ ତନେଜା ଏକଦମ ଭାବବିହ୍ୱଳ ହୋଇପଡିଥିଲେ । ୪୧ ବର୍ଷ ପରେ ଅଲିମ୍ପିକ୍ସରେ ଭାରତ ଇତିହାସ ରଚିଥିବା କହି କାନ୍ଦି ପକାଇଥିଲେ। ହାତରେ ମାଇକ ଧରି ଭାରତର ସେମିଫାଇନାଲ ପ୍ରବେଶ କଥା କହିଲା ବେଳେ ଦୁଇ ଭାଷ୍ୟକାରଙ୍କ ଆଖିରୁ ଲୁହ ବୋହି ଆସିଥିଲା ଏବଂ ଖୁସିରେ କଣ୍ଠରୋଧ ହୋଇଯାଉଥିଲା। ଗତକାଲି ଟିଭିରେ ଭାରତୀୟ ପୁରୁଷ ହକି ଦଳର ଚମତ୍କାର ପ୍ରଦର୍ଶନ ଦେଖି ସମସ୍ତ ହକିପ୍ରେମୀଙ୍କ ଛାତି କୁଣ୍ଢେ ମୋଟ ହୋଇଯାଇଥିବ । ଠିକ୍ ଯେମିତି କମେଣ୍ଟ୍ରି ବକ୍ସରେ ବସି ଆପଣଙ୍କୁ ପ୍ରତକ୍ଷ୍ୟଦର୍ଶୀ ଧାରାବିବରଣୀ ଦେଉଥିବା ଏହି ଦୁଇ ଭାଷ୍ୟକାରଙ୍କ ଅବସ୍ଥା ହୋଇଥିଲା ।

The post ହକି ମ୍ୟାଚରେ ଭାରତକୁ ବିଜୟୀ ଘୋଷଣା କରିବା ବେଳେ କାନ୍ଦି ପକାଇଲେ କମେଣ୍ଟେଟର, ଭାଇରାଲ୍ ହେଲା ଦୃଶ୍ୟ first appeared on Sambad.

from ବିଶେଷ | Sambad https://ift.tt/2WG4TFr

Post a Comment

0 Comments