ଛାତ୍ରଛାତ୍ରୀମାନେ ପଇଡ଼ ପାଣି ପିଇ ସ୍କୁଲ ପରିସରରେ ଖୋଳ ଫିଙ୍ଗିବା ପରେ ଏହାକୁ ଉଠାଇ ଡଷ୍ଟବିନରେ ଫିଙ୍ଗିଲେ କେନ୍ଦ୍ର ରେଳମନ୍ତ୍ରୀ ଅଶ୍ୱିନୀ ବୈୖଷ୍ଣବ

ପୁରୀ: କେନ୍ଦ୍ରମନ୍ତ୍ରୀ ଭାବେ ଦାୟିତ୍ବ ନେବା ପରେ ନିଜ କାମ ଦ୍ବାରା ଅନ୍ୟକୁ ପ୍ରଭାବିତ କରିବାରେ ଲାଗିଛନ୍ତି ଓଡ଼ିଆ ପୁଅ କେନ୍ଦ୍ର ରେଳମନ୍ତ୍ରୀ ଅଶ୍ୱିନୀ ବୈୖଷ୍ଣବ। ପୂର୍ବରୁ ତାଙ୍କ କାମକୁ ନେଇ ଅନେକ ଚର୍ଚ୍ଚା ହୋଇଥିବା ବେଳେ ଏବେ ପୁରୀର ଏକ ସ୍କୁଲକୁ ଯାଇ କରିଥିବା କାମ ତାଙ୍କୁ ପ୍ରଶଂସାର ପାତ୍ର ବନାଇଛି। ସ୍କୁଲ ପିଲାମାନେ ପଇଡ଼ ପାଣି ପିଇ ଖୋଳକୁ ସ୍କୁଲ ପରିସରରେ ଫୋପାଡି ଦେବା ପରେ କେନ୍ଦ୍ର ରେଳମନ୍ତ୍ରୀ ପିଲାମାନଙ୍କୁ କିଛି କହିବା ପରିବର୍ତ୍ତେ ଏହାକୁ ଉଠାଇ ଡଷ୍ଟବିନରେ ଫିଙ୍ଗିଥିଲେ। ତାଙ୍କର ଏଭଳି କାମ ଦେଖି ସ୍କୁଲ ପିଲାମାନେ ଫିଙ୍ଗିଥିବା ପଇଡ଼ ଖୋଳକୁ ଆଣି ଡଷ୍ଟବିନରେ ଫିଙ୍ଗିଥିଲେ ବୋଲି ଜଣାପଡ଼ିଛି।

ସୂଚନା ମୁତାବକ, ଓଡ଼ିଶାର ଭୁବନେଶ୍ୱର ଗସ୍ତରେ ଆସିଥିବା ରେଳମନ୍ତ୍ରୀ ଅଶ୍ୱିନୀ ବୈୖଷ୍ଣବ ଆଜି ସକାଳେ ପୁରୀର ସତ୍ୟବାଦୀ ଉଚ୍ଚ ବିଦ୍ୟାଳୟ ଯାଇ ସ୍କୁଲ ପିଲାମାନଙ୍କୁ ଭେଟିଥିଲେ। ପିଲାମାନଙ୍କୁ ଉତ୍ସାହିତ କରିବା ପାଇଁ ସେ ତାଙ୍କ ଅଭିଜ୍ଞତା ବାଣ୍ଟିଥିଲେ। ଏହି କାର୍ଯ୍ୟକ୍ରମରେ ସମସ୍ତଙ୍କୁ ପଇଡ଼ ପାଣି ପରିବେଷଣ କରାଯାଇଥିଲା | ପଇଡ଼ ପାଣି ପିଇବା ପରେ ପିଲାମାନେ ସ୍କୁଲ ପରିସରରେ ଖୋଳକୁ ଫୋପାଡି ଦେଇଥିଲେ | ଏହା ଦେଖିବା ପରେ ରେଳମନ୍ତ୍ରୀ ନିଜେ ପଇଡ଼ ଖୋଳ ଉଠାଇ ଡଷ୍ଟବିନରେ ଫିଙ୍ଗିଥିଲେ। ମନ୍ତ୍ରୀଙ୍କୁ ଏହି କାର୍ଯ୍ୟ କରୁଥିବାର ଦେଖି ପିଲାମାନେ ମଧ୍ୟ ତାଙ୍କୁ ଅନୁସରଣ କରିଥିଲେ। ବିଦ୍ୟାଳୟ ପରିସରରେ ପକାଇଥିବା ପଇଡ଼ ଖୋଳ ଉଠାଇ ଡଷ୍ଟବିନରେ ଫିଙ୍ଗିବା ଆରମ୍ଭ କରିଥିଲେ ଛାତ୍ରଛାତ୍ରୀ।

ଏହି ଅବସରରେ ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ କହିଥିଲେ ଯେ, ମାନ୍ୟବର ପ୍ରଧାନମନ୍ତ୍ରୀଙ୍କ ସ୍ବଚ୍ଛ ଭାରତ ମିଶନ ସମସ୍ତଙ୍କ ଜୀବନର ଏକ ଅଂଶ ହେବା ଆବଶ୍ୟକ ଏବଂ ସ୍ବଚ୍ଛତା ଆମର ଦୈନନ୍ଦିନ କାର୍ଯ୍ୟର ଏକ ଗୁରୁତ୍ୱପୂର୍ଣ୍ଣ ଅଂଶ ହେବା ଜରୁରୀ |

The post ଛାତ୍ରଛାତ୍ରୀମାନେ ପଇଡ଼ ପାଣି ପିଇ ସ୍କୁଲ ପରିସରରେ ଖୋଳ ଫିଙ୍ଗିବା ପରେ ଏହାକୁ ଉଠାଇ ଡଷ୍ଟବିନରେ ଫିଙ୍ଗିଲେ କେନ୍ଦ୍ର ରେଳମନ୍ତ୍ରୀ ଅଶ୍ୱିନୀ ବୈୖଷ୍ଣବ first appeared on Sambad.

from ବିଶେଷ | Sambad https://ift.tt/2XvPacs

Post a Comment

0 Comments