ନୂଆଦିଲ୍ଲୀ: ଆଫଗାନିସ୍ତାନ ତାଲିବାନ ହାତକୁ ଯିବା ପରେ ଏବେ ମହିଳାମାନଙ୍କ ପ୍ରତି ନିର୍ଯାତନା ବଢ଼ିବାର ଲାଗିଛି। ଅନେକ ଅଞ୍ଚଳରେ ତାଲିବାନମାନେ ବଳପୂର୍ବକ ମହିଳା ଏବଂ ୧୨ ବର୍ଷରୁ ଉର୍ଦ୍ଧ୍ବ ଯୁବତୀଙ୍କୁ ବିବାହ କରି ସେମାନଙ୍କ ସହ ଶାରୀରିକ ସଂପର୍କ ରଖୁଥିବାର ଖବର ମିଳିଥିଲା। ଏବେ ଆଫଗାନିସ୍ତାନର ପ୍ରଥମ ମହିଳା ମେୟରଙ୍କ ଦୁଃଖ ସମସ୍ତଙ୍କ ସାମ୍ନାକୁ ଆସିଛି।
ଆଫଗାନିସ୍ତାନ ତାଲିବାନ ହାତକୁ ଯିବା ପରେ ଏବେ ପ୍ରଥମ ମହିଳା ମେୟର ଜରିଫା ଗଫାରି ନିଜର ଏବଂ ନିଜ ପରିବାରର ଅବସ୍ଥା ବିଷୟରେ ଜଣାଇଛନ୍ତି। ସେ କହିଛନ୍ତି ଯେ, “ମୁଁ ଏଠାରେ ତାଲିବାନକୁ ଅପେକ୍ଷା କରି ବସିଛି। ମୋତେ କିମ୍ବା ମୋ ପରିବାରକୁ ସାହାଯ୍ୟ କରିବାକୁ କେହି ନାହାଁନ୍ତି | ମୁଁ କେବଳ ମୋ ପରିବାର ଏବଂ ମୋ ସ୍ୱାମୀଙ୍କ ସହିତ ମୃତ୍ୟୁକୁ ଅପେକ୍ଷା କରିଛି। କେତେବେଳେ ସେମାନେ ଆମ ପାଖକୁ ଆସି ଆମକୁ ହତ୍ୟା କରିବେ, ସେ ଅପେକ୍ଷାରେ ମୁଁ ରହିଛି।
ରାଷ୍ଟ୍ରପତି ଅସରଫ ଗନି ଖସି ପଳାଇବା ପରେ ଏବେ ଜରିଫା ଗଫାରି କୁଆଡ଼େ ଯିବେ ଏବଂ କାହାକୁ ସାହାଯ୍ୟ ମାଗିବେ ତାହା ଜାଣିପାରୁନଥିବା କହିଛନ୍ତି।
The post ସାହାଯ୍ୟ କରିବାକୁ କେହି ନାହାନ୍ତି, ଏବେ କେବଳ ମୃତ୍ୟୁକୁ ଅପେକ୍ଷା: ଆଫଗାନିସ୍ତାନର ପ୍ରଥମ ମହିଳା ମେୟର first appeared on Sambad.from ବିଶେଷ | Sambad https://ift.tt/3xU3DM3
0 Comments