
ଭୋପାଳ: କରୋନା ପରେ ଦେଖାଯାଉଥିବା ବିଭିନ୍ନ ଜଟିଳ ରୋଗକୁ ଭଲ କରିବାରେ କଡକନାଥ କୁକୁଡ଼ାର ଏକ ବଡ଼ ଭୂମିକା ରହିଛି | କିଛି ଏଭଳି କଥା ଦାବି କରିଛନ୍ତି ବୈଜ୍ଞାନିକ | ମଧ୍ୟପ୍ରଦେଶର ଝାବୁଆରେ ଥିବା କୃଷି ବିଜ୍ଞାନ କେନ୍ଦ୍ରର ବୈଜ୍ଞାନିକମାନେ ଭାରତୀୟ କାଉନସିଲ୍ ଅଫ୍ ମେଡିକାଲ୍ ରିସର୍ଚ୍ଚ (ଆଇସିଏମ୍ଆର) କୁ କୋଭିଡ ପରବର୍ତ୍ତୀ ସମସ୍ୟାରେ ପୀଡିତ ଲୋକଙ୍କ ପାଇଁ ‘କଡକନାଥ ଥେରାପି’ ବ୍ୟବହାର କରିବାକୁ ଅନୁରୋଧ କରିଛି। ବରିଷ୍ଠ ବୈଜ୍ଞାନିକ ତଥା କୃଷି ବିଜ୍ଞାନ କେନ୍ଦ୍ରର ମୁଖ୍ୟ ଆଇସିଏମଆର ମହାନିର୍ଦ୍ଦେଶକଙ୍କୁ ଲେଖିଥିବା ଏକ ପତ୍ରରେ ଦର୍ଶାଇଛନ୍ତି ଯେ କଡକନାଥ (କଳା କୁକୁଡ଼ାର ଏକ ବିରଳ ପ୍ରଜାତି) ର ମାଂସ, ଅଣ୍ଡା ଏବଂ ସୁପ୍, କୋଭିଡ ପରେ ପୁନରୁଦ୍ଧାରରେ ଜଣେ ରୋଗୀଙ୍କୁ ଆବଶ୍ୟକୀୟ ପୁଷ୍ଟିସାର ଯୋଗାଇଥାଏ।
ଚିଠିରେ ଲେଖାଯାଇଛି ଯେ ଆମେ ଜାଣୁ ଯେ କରୋନା ରୋଗୀଙ୍କ ଚିକିତ୍ସା ପାଇଁ ପୁଷ୍ଟିକର ଖାଦ୍ୟ ପ୍ରତିରକ୍ଷା ପ୍ରଣାଳୀକୁ ମଜବୁତ କରିଥାଏ। କଡକନାଥ କୁକୁଡ଼ାର ମାଂସରେ ‘ପୂଫା (ଇପିଏ), ଡିଏଚଏ (୨୨:୬) ରହିଛି । ଏହା ଛଡା ପ୍ରଚୁର ପରିମାଣର ଜିଙ୍କ, ଆଇରନ୍, ଭିଟାମିନ୍ ସି, ଅତ୍ୟାବଶ୍ୟକ ଆମିନୋ ଏସିଡ୍ ଏବଂ ଅନ୍ୟାନ୍ୟ ଭିଟାମିନ୍ ପରି ପୋଷକ ତତ୍ତ୍ୱ ରହିଛି ଯାହା ରୋଗୀର ପ୍ରତିରକ୍ଷା ପ୍ରଣାଳୀକୁ ଦୃଢ ରଖିବାରେ ଏକ ପ୍ରମୁଖ ଭୂମିକା ଗ୍ରହଣ କରିଥାଏ | ରାଷ୍ଟ୍ରୀୟ ମାଂସ ଅନୁସନ୍ଧାନ କେନ୍ଦ୍ର (NMRC, ହାଇଦ୍ରାବାଦ) ଦ୍ୱାରା କରାଯାଇଥିବା ଅନୁସନ୍ଧାନକୁ ଆଧାର କରି କଡକନାଥ କୁକୁଡ଼ା ମାଂସର ପୁଷ୍ଟିକର ତତ୍ୱ ବିଷୟରେ ଏହି ଚିଠିରେ ସୂଚନା ରହିଛି। ସୂଚନା ଥାଉ କି କଡକନାଥ କୁକୁଡ଼ାକୁ ଜିଆଇ ଟ୍ୟାଗ ମିଳିଛି |
ଏହା ଏକ ପ୍ରଜାତିର କୁକୁଡ଼ା ଯାହା ମଧ୍ୟପ୍ରଦେଶର ଝାବୁଆ ଜିଲ୍ଲାରେ ମିଳିଥାଏ | ଏହି କୁକୁଡାର ରଙ୍ଗ କଳା ହୋଇଥିବାବେଳେ ରକ୍ତର ରଙ୍ଗ ମଧ୍ୟ କଳା ହୋଇଥାଏ | କେବଳ ଏତିକି ନୁହେଁ ଏହି କୁକୁଡ଼ାର ଅଣ୍ଡାର ରଙ୍ଗ ମଧ୍ୟ କଳା ହୋଇଥାଏ |
The post କୋଭିଡ ପରେ ଦେହକୁ ସୁସ୍ଥ ରଖିବାକୁ ବ୍ୟବହାର ହେଉ ‘କଡକନାଥ ଥେରାପି’, ଆଇସିଏମଆରକୁ ଜଣାଇଲେ ବୈଜ୍ଞାନିକ first appeared on Sambad.from ବିଶେଷ | Sambad https://ift.tt/3hBMoKB
0 Comments