ଐତିହ୍ୟ ରୂପ ପାଇଲା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଚା’ ବିକୁଥିବା ରେଳ ଷ୍ଟେସନ

ଗାନ୍ଧୀନଗର: ଐତିହ୍ୟ ରୂପ ପାଇଛି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଚା’ ବିକୁଥିବା ରେଳ ଷ୍ଟେସନ । ଭର୍ଚୁଆଲ ମୋଡରେ ଏହାକୁ ଉଦଘାଟନ କରିଛନ୍ତି ପ୍ରଧାନମନ୍ତ୍ରୀ। ରେଳ ଷ୍ଟେସନର ଉଦଘାଟନୀ ସମୟରେ ଉପସ୍ଥିତ ଥିଲେ ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ପିଲାଦିନେ ଗୁଜୁରାଟରେ ବଡ଼ନଗର ରେଳ ଷ୍ଟେସନରେ ଲୋକଙ୍କୁ ଚା ବିକୁଥିଲେ। ବାପାଙ୍କ ସହିତ ମିଶି ସେ ଏହି କାମ କରୁଥିଲେ। ଏହି ଷ୍ଟେସନ ମୋଦୀଙ୍କ ସ୍ମୃତିକୁ ଉଜ୍ଜୀବିତ କରିଛି।

ରେଳ ବିଭାଗ ପକ୍ଷରୁ ସେହି ଷ୍ଟେସନକୁ ଐତିହ୍ୟ ରୂପ ଦିଆଯାଇ ଥିବାବେଳେ ପ୍ରଧାନମନ୍ତ୍ରୀ ଏହାକୁ ଉଦଘାଟନ କରିଛନ୍ତି। ୧୯୫୦ ମସିହା ସେପ୍ଟେମ୍ବର ୧୭ ତାରିଖରେ ମୋଦୀ ବଡ଼ନଗରରେ ଜନ୍ମ ହୋଇଥିଲେ । ୬ ଭାଇ ଭଉଣୀଙ୍କ ମଧ୍ୟରେ ମୋଦୀ ଥିଲେ ତୃତୀୟ ସନ୍ତାନ। ତାଙ୍କ ବାପା ଏହି ଷ୍ଟେସନରେ ଚା’ ବିକ୍ରି କରୁଥିଲେ। ବିଦ୍ୟାଳୟରେ ପାଠ ପଢ଼ିବା ସମୟରେ ମୋଦୀ ତାଙ୍କ ବାପାଙ୍କୁ ବ୍ୟବସାୟରେ ନିୟମିତ ଭାବେ ସାହାଯ୍ୟ କରି ଆସୁଥିଲେ। ଷ୍ଟେସନରେ ଯେତେବେଳେ ଟ୍ରେନ ଅଟକୁଥିଲା ମୋଦୀ ସେତେବେଳେ ଲୋକଙ୍କ ପାଖରେ ଚା’ ପହଂଚାଉଥିଲେ। ପିଲାଦିନୁ ଦାରିଦ୍ର୍ୟକୁ ଅତି ନିକଟରୁ ଦେଖିଛନ୍ତି ପ୍ରଧାନମନ୍ତ୍ରୀ।

The post ଐତିହ୍ୟ ରୂପ ପାଇଲା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଚା’ ବିକୁଥିବା ରେଳ ଷ୍ଟେସନ first appeared on Sambad.

from ବିଶେଷ | Sambad https://ift.tt/3BgYCQC

Post a Comment

0 Comments