
ନୂଆଦିଲ୍ଲୀ: ‘ବୃକ୍ଷ ହିଁ ଆମର ଜୀବନ’ ବୋଲି ଏକ ବାଣୀ ରହିଛି। ଅନେକ ଲୋକ ଘର ନିର୍ମାଣ ପାଇଁ ଅବା ରାସ୍ତା ତିଆରି ପାଇଁ ଦରକାର ପଡ଼ିଲେ ଗଛକୁ କାଟି ଦେଇଥାଆନ୍ତି। ଯାହାକି ଆମ ପରିବେଶକୁ କ୍ଷତି ପହଞ୍ଚାଇଥାଏ। ନିକଟରେ ଲୋକେ ଅନେକ ଗଛ କାଟି ଦେଇଥିବାରୁ ଆମ ପରିବେଶର ଭାରସାମ୍ୟ ଧୀରେ ଧୀରେ ବିଗିଡ଼ିବାକୁ ଲାଗୁଛି ।
ଏହି କ୍ରମରେ ଏମିତି ବି କିଛି ଲୋକ ଅଛନ୍ତି ଯେଉଁମାନେ ଗଛ କାଟିବାରୁ ନିଜକୁ ନିବୃତ୍ତ ରଖିବା ସହିତ ଅନ୍ୟମାନଙ୍କୁ ବି ବୃକ୍ଷ ହିଁ ଜୀବନ ବୋଲି ବାର୍ତ୍ତା ଦେଇଥାଆନ୍ତି। ସୋସିଆଲ ମିଡିଆରେ କିଛିଦିନ ଏକ ଫଟୋ ଭାଇରାଲ ହେଉଛି। ଯାହାକୁ ଦେଖିବା ପରେ କିଛି ନଭାବି ନଚିନ୍ତି ଗଛ କାଟି ଦେଉଥିବା ଲୋକମାନେ ଶିକ୍ଷା ପାଇ ପାରିବେ।
ସୋସିଆଲ ମିଡିଆରେ ଭାଇରାଲ ହେଉଥିବା ଫଟୋକୁ ଝାଡଖଣ୍ଡର ଡେପ୍ୟୁଟି କଲେକ୍ଟର ସଞ୍ଜୟ କୁମାର ଜୁଲାଇ ୩ ତାରିଖରେ ଟୁଇଟରରେ ସେୟାର କରିଥିଲେ। ଏହି ଫଟୋ ସହିତ ସେ କ୍ୟାପସନରେ ଲେଖିଥିଲେ, ଗୋଟିଏ ଫଟୋ ହଜାରେରୁ ଅଧିକ ଶବ୍ଦ କହି ଦେଇଥାଏ।
ଫଟୋରେ ଆପଣ ଦେଖି ପାରୁଥିବେ ଛଅଜଣ ପିଲା ଗୋଟିଏ କାଠଗଣ୍ଡିରେ ଏକ ଗଛକୁ ବାନ୍ଧି କାନ୍ଧରେ ବୋହିବୋହି ଅନ୍ୟ ଏକ ସ୍ଥାନକୁ ନେଇ ଯାଉଛନ୍ତି। ଗଛକୁ ଦେଖି ଲାଗୁଛି ଏହାକୁ କାଟା ଯାଇନାହିଁ ଯେଉଁସ୍ଥାନରେ ଗଛଟି ଉଠିଥିଲା ବୋଧ ହୁଏ ସେହି ସ୍ଥାନରେ କିଛି କାମ ପଡ଼ିବାରୁ ଗଛକୁ ଚେର ସହ ଓପାଡ଼ି ଅନ୍ୟ ଏକ ସ୍ଥାନକୁ ନିଆ ଯାଉଛି।
ଏହି ଫଟୋକୁ ସୋସିଆଲ ମିଡିଆ ବ୍ୟବହାରକାରୀ ଦେଖିବା ପରେ ଗଛ ବୋହି ନେଉଥିବା ଯୁବକଙ୍କ ଖୁବ୍ ପ୍ରଶଂସା କରୁଛନ୍ତି।
The post ଗଛକୁ ନକାଟି ଚେର ସହ ଓପାଡ଼ି ଅନ୍ୟ ସ୍ଥାନକୁ ସ୍ଥାନାନ୍ତର କଲେ ଯୁବକ first appeared on Sambad.from ବିଶେଷ | Sambad https://ift.tt/3wmhdab
0 Comments