ଏଟିଏମରୁ ଟଙ୍କା ଉଠାଇବା ବେଳେ ବାହାରିଛି କି ଚିରାଫଟା ନୋଟ୍ ? ଏମିତି କଲେ ଆପଣଙ୍କୁ ମିଳିବ ନୂଆ ନୋଟ୍

 

ନୂଆଦିଲ୍ଲୀ: ଏଟିଏମରୁ ବାହାରିଛି କି ଚିରାଫଟା ନୋଟ୍ ? ବ୍ୟସ୍ତ ହୁଅନ୍ତୁ ନାହିଁ, ଜାଣନ୍ତୁ କ’ଣ କରିବେ ? ଆପଣ ଏଟିଏମରୁ ଟଙ୍କା ଉଠାଇବା ବେଳେ କେବେ ଫଟା କିମ୍ବା ଚିରା ନୋଟ୍ ବାହାରିଛି କି ? ଯଦି ନା ତେବେ ହୁଏତ ଆପଣ କେବେ ନା କେବେ ଏହି ସମସ୍ୟାର ସାମ୍ନା କରିପାରନ୍ତି । ଆଜି ଆମେ ଆପଣଙ୍କୁ କହିବୁ, ଯଦି ଏଟିଏମରୁ ଫଟା ଚିରା ନୋଟ୍ ବାହାରେ, ତେବେ ଆପଣ କ’ଣ କରିବେ ।

ଯଦି ଏଟିଏମରୁ ଏମିତି କିଛି ନୋଟ୍ ବାହାରୁଛି, ଯାହା ମାର୍କେଟରେ ବ୍ୟବହାର କରିବା ହୁଏତ କଷ୍ଟକର ଅର୍ଥାତ ନୋଟଟି ଚିରାଫଟା ରହିଥାଏ, ତେବେ ଆଦୌ ବ୍ୟସ୍ତ ହୁଅନ୍ତୁ ନାହିଁ । ଏହି ନୋଟକୁ ବଦଳାଇ ଆପଣ ଏହା ବଦଳରେ ନୂଆ ନୋଟ୍ ପାଇପାରିବେ । ତେବେ ଏଥିପାଇଁ କେବଳ ଆପଣଙ୍କୁ ଏକ ଛୋଟ କାମଟିଏ କରିବାକୁ ପଡିବ ।

ଏଟିଏମରୁ ବାହାରୁଥିବା ଫଟା ନୋଟର ଅଭିଯୋଗ ସାଧାରଣ କଥା, କିନ୍ତୁ ସମସ୍ୟାଟି ଅତ୍ୟନ୍ତ ଗୁରୁତର । ତେଣୁ ରିଜର୍ଭ ବ୍ୟାଙ୍କ ଲୋକଙ୍କ ପାଇଁ ଏକ ନୂଆ ବ୍ୟବସ୍ଥା ପ୍ରସ୍ତୁତ କରିଛି, ଯାହା ଏହି ସମସ୍ୟାର ସମାଧାନ କରିବ । ତେବେ ଆସନ୍ତୁ ଜାଣିବା କ’ଣ ଏହି ବ୍ୟବସ୍ଥା ଏବଂ ଆପଣଙ୍କୁ କେମିତି ମିଳିବ ଫାଇଦା ।

ଯଦି ଏଟିଏମରୁ ଏମିତି ନୋଟ୍ ବାହାରେ, ତେବେ ପ୍ରଥମେ ଆପଣ ସେହି ବ୍ୟାଙ୍କ ସହ ସମ୍ପର୍କ କରନ୍ତୁ, ଯେଉଁ ବ୍ୟାଙ୍କର ଏଟିଏମରୁ ଆପଣ ଟଙ୍କା ଉଠାଇଥିଲେ । ବ୍ୟାଙ୍କ ଆପଣଙ୍କୁ ଏକ ଫର୍ମ ଭରିବାକୁ ଦେବ, ଯେଉଁଥିରେ ଆପଣଙ୍କୁ କିଛି ତଥ୍ୟ ଭରିବାକୁ ପଡିବ । ଯେଉଁଥିରେ କି, ଆପଣ ଏଟିଏମରୁ କେବେ ଟଙ୍କା ଉଠାଇଥିଲେ, ସମୟ କେତେ ଥିଲା, ତାହା ଲେଖିବାକୁ ହେବ ଏବଂ ଯଦି ଆପଣଙ୍କ ପାଖରେ ଏଟିଏମର ସ୍ଲିପ୍ ରହିଥିବ ତେବେ ତାକୁ ମଧ୍ୟ ଯୋଡି ଦିଅନ୍ତୁ । ଯଦି ସ୍ଲିପ୍ ନାହିଁ, ତେବେ ମୋବାଇଲକୁ ଆସିଥିବା ମେସେଜ ବିଷୟରେ ତଥ୍ୟ ଦେବାକୁ ପଡିବ ।

Half of ATMs may be shut down by March
Mint

ଏହି ଆପ୍ଲିକେସନ ଜମା କରିବା ପରେ, ବ୍ୟାଙ୍କ ଅଧିକାରୀ ଆପଣଙ୍କ ଆକାଉଂଟ ଡିଟେଲ୍ସ ଭେରିଫାଏ କରିବେ । ଯଦି ସବୁ କିଛି ଠିକ୍ ଥିବ, ତେବେ ବ୍ୟାଙ୍କ ଆପଣଙ୍କ ଚିରାଫଟା ନୋଟକୁ ବଦଳାଇ ନୂଆ ନୋଟ୍ ଦେବ।

ତେବେ ଆରବିଆଇର ଏକ୍ସଚେଞ୍ଜ କରେନ୍ସି ନିୟମ ୨୦୧୭ ଅନୁଯାୟୀ, ଯଦି ଏଟିଏମରୁ ଫଟା ନୋଟ୍ ବାହାରୁଛି, ତେବେ ଏଥିପାଇଁ ବ୍ୟାଙ୍କ ହିଁ ଦାୟୀ । ଯଦି କୌଣସି ବ୍ୟାଙ୍କ ଆପଣଙ୍କୁ ଏଥିପାଇଁ ଲମ୍ବା ସମୟ ପର୍ଯ୍ୟନ୍ତ ଅପେକ୍ଷା କରାଏ କିମ୍ବା ନୋଟ୍ ବଦଳାଇବା ପାଇଁ ମନା କରିଦିଏ, ତେବେ ଆପଣ ଏନେଇ ଥାନାରେ ଅଭିଯୋଗ କରିପାରିବେ । ଆରବିଆଇର ନିୟମ ଅନୁଯାୟୀ, ଏମିତି କରୁଥିବା ବ୍ୟାଙ୍କ ଉପରେ ୧୦ ହଜାର ଟଙ୍କାର ଜୋରିମାନା ଲାଗିବ ।

The post ଏଟିଏମରୁ ଟଙ୍କା ଉଠାଇବା ବେଳେ ବାହାରିଛି କି ଚିରାଫଟା ନୋଟ୍ ? ଏମିତି କଲେ ଆପଣଙ୍କୁ ମିଳିବ ନୂଆ ନୋଟ୍ first appeared on Sambad.

from ବିଶେଷ | Sambad https://ift.tt/2VfUa3V

Post a Comment

0 Comments