
ନୂଆଦିଲ୍ଲୀ: ୟୁକେରେ ଜଣେ ବାଳିକାଙ୍କୁ ବିରଳ ରୋଗ ହୋଇଥିଲା। ଏହି ରୋଗ ହେତୁ ରୋଗୀଙ୍କ ବୟସ ୧୮ବର୍ଷ ଥିବା ବେଳେ ସେ ୧୪୪ବର୍ଷର ଭଳି ଲାଗୁଥିଲେ। ଦୁଃଖର ବିଷୟ ଗତ ଜୁଲାଇ ୧୭ ତା୍ରିଖରେ ଯୁକେର ୱେଷ୍ଟ ସୁସେକ୍ସରେ ରହୁଥିବା ୧୮ବର୍ଷର ଅଶାନ୍ତି ସ୍ମିତଙ୍କ ମୃତ୍ୟୁ ହୋଇଯାଇଛି।
ଅଶାନ୍ତି ଯେଉଁ ରୋଗରେ ପୀଡିତ ହୋଇଥିଲେ ସେହି ରୋଗର ନାମ Hutchinson-Gilford Progeria Syndrome ବୋଲି କୁହାଯାଉଛି। ଏହି ରୋଗରେ ପୀଡିତ ହେଲେ ରୋଗୀକୁ ହୃଦୟ ସମସ୍ୟା ହୋଇଥିବା ବେଳେ ବୟସ ଯେତିକି ହୋଇଥାଏ ତାହାଠାରୁ ଅଧିକ ଦେଖାଯାଇଥାାଏ।

ଅଶାନ୍ତିଙ୍କ ପିତା -ମାତା ଝିଅକୁ ସ୍ନେହରେ ଫିବି ବୋଲି ଡାକୁଥିଲେ। ଝିଅର ମୃତ୍ୟୁ ପରେ ଫିବିଙ୍କ ଜୀବନ ସହିତ ଜଡ଼ିତ କଥାକୁ ତାଙ୍କ ମା’ ଲୋକମାନଙ୍କ ସହ ସେୟାର କରିଛନ୍ତି।
ମା’ ଲୁଇସ ସ୍ମିତ କହିଛନ୍ତି, ଝିଅ ଏତେ ଭୟାବହ ରୋଗ ସହିତ ଲଢ଼ୁଥିବା ସତ୍ତ୍ବେ ଖୁସିରେ ବଞ୍ଚିବା ଶିଖିଥିଲା। ସେ ଜାଣିଥିଲା ବେଶୀ ଦିନ ବଞ୍ଚିବ ନାହିଁ, ଏହାପରେ ବି ଖୁବ ମଜାମସ୍ତିରେ ରହିବା ସହିତ ଅନ୍ୟମାନଙ୍କୁ ବି ହସାଇଉଥିଲା। ସେ ସବୁବେଳେ ନିଜର ସକରାତ୍ମକ କଥାରେ ଲୋକଙ୍କୁ ଖୁସି କରି ଦେଉଥିଲା। ଶେଷରେ ଝିଅ ସମସ୍ତଙ୍କୁ ପର କରି ଚାଲିଗଲା।
ଝିଅର ମୃତ୍ୟୁ ପରେ ଏହି ରୋଗରେ ଗ୍ରସ୍ତ ଥିବା ଅନ୍ୟ ରୋଗୀଙ୍କ ସାହାଯ୍ୟ କରିବାକୁ ଚାହିଁଛନ୍ତି ଫିବିଙ୍କ ମା’ ।
The post ଏକ ବିରଳ ରୋଗ ହେତୁ ୧୮ବର୍ଷର ବାଳିକା ୧୪୪ବର୍ଷର ଭଳି ଲାଗୁଥିଲେ first appeared on Sambad.from ବିଶେଷ | Sambad https://ift.tt/3BEcnZy
0 Comments