ହୃଦୟ ସ୍ପର୍ଶୀ ଦୃଶ୍ୟ; ହାତୀକୁ ଘୋଡ଼ାଇ ଦେଇ ନିଜେ ବିନା ଚାଦରରେ ଶୋଇଲେ ବ୍ୟକ୍ତି

ନୂଆଦିଲ୍ଲୀ: ସୋସିଆଲ ମିଡିଆରେ ପ୍ରତିଦିନ ବିଭିନ୍ନ ପ୍ରକାରର ଫଟୋ ଓ ଭିଡିଓ ସାମ୍ନାକୁ ଆସିଥାଏ। ଏଥିମଧ୍ୟରୁ ଏମିତି କିଛି ଫଟୋ ଓ ଭିଡିଓ ରହିଥାଏ ଯାହା ସୋସିଆଲ ମିଡିଆ ବ୍ୟବହାରକାରୀଙ୍କୁ ବେଶ ପସନ୍ଦ ଆସିଥାଏ।

ଅନେକ ଥର ସୋସିଆଲ ମିଡିଆରେ ମଣିଷ ଓ ପଶୁଙ୍କ ମଧ୍ୟରେ ସ୍ନେହଭରା ଫଟୋ ପୋଷ୍ଟ ହୋଇଥାଏ। ଏଭଳି ଫଟୋ କିଛି ସମୟ ମଧ୍ୟରେ ଭାଇରାଲ ହୋଇଯାଇଥାଏ। ନିକଟରେ ଜଣେ ବ୍ୟକ୍ତିଙ୍କ ସହିତ ହାତୀ ଛୁଆ ଶୋଇବାର ଫଟୋ ଭାଇରାଲ ହେବା ସହିତ ସୋସିଆଲ ମିଡିଆ ବ୍ୟବହାରକାରୀ ବି ଏହାକୁ ବେଶ ପସନ୍ଦ କରୁଛନ୍ତି।

 

ଭାଇରାଲ ହୋଇଥିବା ଏହି ଫଟୋକୁ ଟୁଇଟରରେ ଆଇଏଫଏସ ଅଧିକାରୀ ସୁଶାନ୍ତ ନନ୍ଦ ସେୟାର କରିଛନ୍ତି। ଫଟୋ ସହିତ ସେ କ୍ୟାପସନରେ ଲେଖିଛନ୍ତି, ପ୍ରେମ ପୂର୍ଣ୍ଣ ବନ୍ଧନ। ଫଟୋରେ ଆପଣ ଦେଖି ପାରୁଥିବେ ଜଣେ ବ୍ୟକ୍ତି ଶୋଇଥିବା ବେଳେ ତାଙ୍କ ପାଖରେ ଏକ ହାତୀ ଛୁଆ ଶୋଇ ବିଶ୍ରାମ ନେଉଛି।

ହାତୀ ଛୁଆଟି ଶୋଇଥିବା ଦେଖି ବ୍ୟକ୍ତି ଜଣକ ନିଜର କମ୍ବଳକୁ ହାତୀକୁ ଘୋଡାଇ ଦେଇ ନିଜେ ସେମିତି ଶୋଇ ପଡ଼ିଥିଲେ। ଏହି ଫଟୋ ଲୋକଙ୍କ ହୃଦୟକୁ ସ୍ପର୍ଶ କରିଛି। ଫଟୋକୁ ଦେଖି ଜଣେ ସୋସିଆଲ ମିଡିଆ ବ୍ୟବହାରକାରୀ ଲେଖିଛନ୍ତି, ପଶୁଙ୍କ ବିଶ୍ବାସ ଜିତିବା ସହଜ ନୁହେଁ।

The post ହୃଦୟ ସ୍ପର୍ଶୀ ଦୃଶ୍ୟ; ହାତୀକୁ ଘୋଡ଼ାଇ ଦେଇ ନିଜେ ବିନା ଚାଦରରେ ଶୋଇଲେ ବ୍ୟକ୍ତି first appeared on Sambad.

from ବିଶେଷ | Sambad https://ift.tt/2UKe8DZ

Post a Comment

0 Comments