ଷ୍ଟେସନରେ ମା’ଙ୍କୁ ଅଚେତ ହୋଇପଡ଼ିବା ଦେଖି ତିନିବର୍ଷର ଶିଶୁ ଏପରି ବଞ୍ଚାଇଲା ଜୀବନ

ନୂଆଦିଲ୍ଲୀ: ସର୍ବଦା କୁହାଯାଇଥାଏ ଶିଶୁ ଭଗବାନଙ୍କ ରୂପ ହୋଇଥାଆନ୍ତି। ଏହାର ଏକ ଉଦାହରଣ ଉତ୍ତରପ୍ରଦେଶର ମୁରାଦାବାଦରୁ ସାମ୍ନାକୁ ଆସିଛି। ଏଠାରେ ଅନ୍ତସତ୍ତ୍ବା ଥିବା ମା’ ତାଙ୍କର ତିନିବର୍ଷର ଶିଶୁକୁ ଧରି ଯାଉଥିବା ବେଳେ ହଠାତ ଅଚେତ ହୋଇପଡ଼ିଥିଲେ। ମା’ଙ୍କୁ ଏଭଳି ଅବସ୍ଥାରେ ଦେଖି ୩ବର୍ଷର ଶିଶୁ ଯେଭଳି କାମ କରିଛି ତାହା ଚର୍ଚ୍ଚାରେ ରହିଛି।

ତିନିବର୍ଷର ଶିଶୁକୁ ଧରି ମା’ ଯାଉଥିବା ବେଳେ ହଠାତ ଅଚେତ ହୋଇପଡ଼ିଥିଲେ। ଶିଶୁ ଜଣକ କିଛି ସମୟ ମା’ଙ୍କ ପାଖରେ ବସିବା ପରେ କେହି ସାହାଯ୍ୟ ପାଇଁ ନଆସିବାରୁ ନିକଟରେ ଥିବା ପୁଲିସ କର୍ମଚାରୀଙ୍କ ପାଖକୁ ସେ ଧାଇଁ ଯାଇଥିଲା  । ଠିକସେ କଥା କହି ପାରୁ ନଥିବାରୁ ଶିଶୁ ପୁଲିସ କର୍ମଚାରୀଙ୍କୁ ଠାରରେ କିଛି କହିବାକୁ ଚାହିଁଥିଲା। ପୁଲିସ କର୍ମଚାରୀ ଶିଶୁଟିର କଥା ସ୍ପଷ୍ଟ ଭାବେ ବୁଝି ପାରି ନଥିଲେ ହେଁ, ସେମାନେ ଶିଶୁଟି ଯେଉଁଆଡେ ଯାଉଥିଲା ତାର ପଛେପଛେ ଯାଇଥିଲେ ।

aajtak.in

ଶିଶୁଟି ଯେଉଁଠି ଯାଇଁ ଛିଡା ହୋଇଥିଲା ସେଠାରେ ପହଞ୍ଚିଲା ବେଳକୁ ତାର ମା’ ଅଚେତ ଅବସ୍ଥାରେ ପଡ଼ିଥିବା ପୁଲିସ କର୍ମଚାରୀମାନେ ଦେଖିବାକୁ ପାଇଥିଲେ। ସଙ୍ଗେସଙ୍ଗେ ମହିଳାଙ୍କୁ ସେଠାରୁ ଉଦ୍ଧାର କରି ଚିକିତ୍ସା ପାଇଁ ହସ୍ପିଟାଲରେ ଭର୍ତ୍ତି କରିଥିଲେ। ଚିକିତ୍ସା ପରେ ମହିଳାଙ୍କ ଅବସ୍ଥାରେ ସୁଧାର ଆସିବା ପରେ ତାଙ୍କୁ ହସ୍ପିଟାଲରୁ ଛୁଟି କରି ଦିଆଯାଇଥିଲା।

ପ୍ରାପ୍ତ ସୂଚନାରୁ ପ୍ରକାଶ ମହିଳା ତିନିମାସର ଅନ୍ତସତ୍ତ୍ବା ଥିବା ବେଳେ ସେ ତାଙ୍କର ତିନିବର୍ଷର ଶିଶୁକୁ ଧରି ମୁରାଦାବାଦରୁ କଲିୟର ଅଭିମୁଖେ ଯାଉଥିଲେ।

 

The post ଷ୍ଟେସନରେ ମା’ଙ୍କୁ ଅଚେତ ହୋଇପଡ଼ିବା ଦେଖି ତିନିବର୍ଷର ଶିଶୁ ଏପରି ବଞ୍ଚାଇଲା ଜୀବନ first appeared on Sambad.

from ବିଶେଷ | Sambad https://ift.tt/3ygbST8

Post a Comment

0 Comments