
ନୂଆଦିଲ୍ଲୀ: ଆଜି(ଜୁଲାଇ ୪) ତାରିଖରେ ମହାନ ପୁରୁଷ ସ୍ବାମୀ ବିବେକାନନ୍ଦଙ୍କ ଦେହାନ୍ତ ହୋଇଥିଲା। ଆଜିର ଦିନରେ ଦେଶବାସୀମାନେ ତାଙ୍କ ଉଦେଶ୍ୟରେ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରୁଛନ୍ତି। ରାଜନେତାମାନେ ସେମାନଙ୍କ ସୋସିଆଲ୍ ମିଡିଆ ଆକାଉଣ୍ଟ୍ରେ ବିବେକାନନ୍ଦଙ୍କ ପାଇଁ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରୁଥିବାର ଦେଖିବାକୁ ମିଳିଛି।
ଉପ ରାଷ୍ଟ୍ରପତି ଭେଙ୍କିୟା ନାଇଡୁ ତାଙ୍କ ଟ୍ବିଟ୍ର ଆକାଉଣ୍ଟ୍ରେ ସ୍ବାମୀ ବିବେକାନନ୍ଦଙ୍କର ଏକ ଫଟୋ ଦେଇ ସେ କହି ଯାଇଥିବା ଏକ ବାଣୀକୁ ଉଲ୍ଲେଖ କରିଛନ୍ତି। ବାଣୀଟି ହେଉଛି, ‘ନିଜକୁ ଦୁର୍ବଳ ଭାବିବା ସବୁଠାରୁ ବଡ଼ ପାପ’।
“खुद को कमज़ोर समझना सबसे बड़ा पाप है”
आधुनिक विश्व के मूर्धन्य आध्यात्मिक गुरु और भारत के युवा पुरुषार्थ की प्रेरणा, स्वामी विवेकानंद की पुण्य तिथि पर उनकी पावन स्मृति को सादर प्रणाम करता हूं। #SwamiVivekananda pic.twitter.com/aQrc1Oxppj
— Vice President of India (@VPSecretariat) July 4, 2021
ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ତାଙ୍କ ଟ୍ବିଟର୍ ଆକାଉଣ୍ଟ୍ରେ ଲେଖିଛନ୍ତି, ‘୧୯୦୨ ମସିହା ଆଜିର ଦିନରେ ସ୍ବାମୀ ବିବେକାନନ୍ଦ ମହାସମାଧୀ ନେଇଥିଲେ। ସେ ଆମମାନଙ୍କୁ ବ୍ୟକ୍ତିଗତ ସ୍ବାଧୀନତା, ସାମାଜିକ ସମାନତା ଓ ନ୍ୟାୟ କ’ଣ ଶିକ୍ଷା ଦେଇଛନ୍ତି’।
On this day in 1902, Swami Vivekananda attained Mahasamadhi.
We shall forever remain indebted to him for his teachings on individual freedom, social equality and justice into the Indian ethos. His thoughts & ideas are our guiding light, even today.
— Mamata Banerjee (@MamataOfficial) July 4, 2021
ସେହିପରି କେନ୍ଦ୍ର ମନ୍ତ୍ରୀ ପ୍ରକାଶ ଜାଭେଦକର ଲେଖିଛନ୍ତି, ‘ବିଶ୍ବକୁ ଶାନ୍ତି ଓ ସମାନତାର ସନ୍ଦେସ ବାଣ୍ଟୁଥିବା ସ୍ବାମୀ ବିବେକାନନ୍ଦଙ୍କୁ ତାଙ୍କ ପୂଣ୍ୟ ତିଥିରେ ଗଭୀର ଶ୍ରଦ୍ଧାଞ୍ଜଳି’।
विश्व को शांति और समता का संदेश देने वाले एवं प्रत्येक व्यक्ति के जीवन को प्रकाशमय एवं प्रेरित करने वाले स्वामी विवेकानंद जी को उनकी पुण्यतिथि पर विनम्र श्रद्धांजलि। #SwamiVivekananda pic.twitter.com/8ZlOdgOziK
— Prakash Javadekar (@PrakashJavdekar) July 4, 2021
The post ସ୍ବାମୀ ବିବେକାନନ୍ଦଙ୍କ ଶ୍ରାଦ୍ଧ ବାର୍ଷିକୀରେ ଏପରି ଟ୍ବିଟ୍ କରି ଶ୍ରଦ୍ଧାଞ୍ଜଳି ଜଣାଇଲେ ରାଜନେତା ଓ ନେତ୍ରୀ first appeared on Sambad.
from ବିଶେଷ | Sambad https://ift.tt/2TA5LKD
0 Comments