ରେସ୍ତୋରାଁରେ ଟିକା ନେଇଥିବା ଗ୍ରାହକଙ୍କୁ ମିଳୁଛି ରିହାତି

ନୂଆଦିଲ୍ଲୀ: ଦେଶରେ କରୋନାର ଦ୍ବିତୀୟ ଲହର ଧୀରେଧୀରେ ହ୍ରାସ ହେବାକୁ ଆସୁଥିବା ବେଳେ ସରକାର ତୃତୀୟ ଲହରକୁ ନେଇ ଚିନ୍ତାରେ ଅଛନ୍ତି। କରୋନା ତୃତୀୟ ଲହରକୁ ରୋକିବା ପାଇଁ ସରକାର ଟିକାର ପ୍ରୟୋଗକୁ ଅଧିକ କରି ଦେଇଛନ୍ତି। ତେବେ ଭାରତରେ ଟିକା ନେବା ପାଇଁ ଲୋକଙ୍କୁ ବିଭିନ୍ନ ପ୍ରକାର ସୁବିଧା ଯୋଗାଇ ଦିଆଯାଉଛି।

ଏହି କ୍ରମରେ ଦିଲ୍ଲୀର କିଛି ରେସ୍ତୋରାଁରେ ଟିକା ନେଇଥିବା ଗ୍ରାହକଙ୍କୁ ୨୦ରୁ ୩୦ ପ୍ରତିଶତ ପର୍ଯ୍ୟନ୍ତ ରିହାତି ଦିଆଯାଉଛି। ରେସ୍ତୋରାଁ ମାଲିକଙ୍କ କହିବାନୁସାରେ, ଏଭଳି କଲେ ଯଦି ଲୋକମାନେ ଟିକା ନେବା ପ୍ରତି ରୁଚି ରଖୁଛନ୍ତି। ତାହା ଖୁସିର କଥା । କନାଟ ପ୍ଲେସ ଓ ପୁରୁଣା ଦିଲ୍ଲୀରେ ରେସ୍ତୋରାଁ ଓ ହୋଟେଲରେ ଏହି ରିହାତି ଲାଭ ଉଠାଇବା ପାଇଁ ଲୋକମାନଙ୍କୁ ଟିକା ନେଇଥିବା ନେଇ ପ୍ରମାଣ ଦେଖାଇବାକୁ ହେବ। ତେବେ ମୋବାଇଲ ଫୋନରେ ବି ଟିକା ନେଇଥିବା ମେସେଜ ଦେଖାଇ  ଲୋକ ଏହି ରିହାତିର ଲାଭ ଉଠାଇ ପାରିବେ।

gurugram news

ପୂର୍ବ ଦିଲ୍ଲୀସ୍ଥିତ ଦରିୟାଗଞ୍ଜରେ ଏକ ରେସ୍ତୋରାଁର ମ୍ୟାନେଜର ମୁସ୍ତକିମ ଅହମଦଙ୍କ କହିବାନୁସାରେ, କିଛିଦିନ ହେବ ପ୍ରଶାସନର ଟିମ ରେସ୍ତୋରାଁକୁ ଭୋଜନ କରିବା ପାଇଁ ଆସିଥିଲେ। ଟିମ ରେସ୍ତୋରାଁ ପରିଚାଳକଙ୍କୁ ଟିକା କରଣ ବୃଦ୍ଧି ଓ ଟିକାକରଣ ପାଇଁ ଲୋକଙ୍କୁ ପ୍ରେରିତ କରିବା ପାଇଁ ପ୍ରସ୍ତାବ ଦେଇଥିଲେ। ଏହାପରେ ସେ ରେସ୍ତୋରାଁରେ ଏଭଳି ରିହାତିର ଘୋଷଣା କରିଥିଲେ। ଏହି ଘୋଷଣା ଅନୁଯାୟୀ, ଟିକା ନେଇଥିବା ଗ୍ରାହକଙ୍କୁ ବିରିୟାନି ପାଇଁ ୩୦ ପ୍ରତିଶତ ଛାଡ଼ ଥିବା ବେଳେ ଚିକେନ ତରକାରୀ ପାଇଁ ଧାର୍ଯ୍ୟ ହୋଇଥିବା ମୂଲ୍ୟରେ ୨୫ ପ୍ରତିଶତ ଛାଡ଼ ରହିଛି।
ସେହିପରି କନାଟ ପ୍ଲେସର ଇନର ସର୍କଲରେ ଥିବା ଅନେକ ରେସ୍ତୋରାଁରେ ଟିକା ନେଇଥିବା ଲୋକଙ୍କୁ ଖାଇବା ସହ ମିଠା ଓ ଆଇସକ୍ରିମ ମାଗଣାରେ ଦିଆଯାଉଛି। କୁହାଯାଉଛି ଏପରି କରିବା ଦ୍ବାରା କିଛି ମାତ୍ରାରେ ହେଲେ ବି ଟିକାକରଣ ବୃଦ୍ଧି ପାଇ ପାରିବ।

The post ରେସ୍ତୋରାଁରେ ଟିକା ନେଇଥିବା ଗ୍ରାହକଙ୍କୁ ମିଳୁଛି ରିହାତି first appeared on Sambad.

from ବିଶେଷ | Sambad https://ift.tt/2SMj9eg

Post a Comment

0 Comments