୪ବର୍ଷର ଶିଶୁ ଏଯାବତ ଧରି ସାରିଛି ୧୦୦ରୁ ଅଧିକ ବିଷଧର ସାପ !

ନାଗଦା: ବୟସ ୪ବର୍ଷ। ନାମ ହେଉଛି ପ୍ରିନ୍ସ ସାଲବି। ସଉକ ବିଷଧର ସାପ ଧରିବା। ଏହି ବୟସରେ ପିଲାମାନେ ଅସରପା ଭଳି ଜୀବକୁ ଦେଖି ଭୟଭୀତ ହୋଇଯାଉଥିବା ବେଳେ ମଧ୍ୟପ୍ରଦେଶରେ ରହୁଥିବା ପ୍ରିନ୍ସ ବିଷଧର ସାପ ସହିତ ‌ଖେଳି ଥାଏ। ଚାରିବର୍ଷର ପ୍ରିନ୍ସର ସାପ ଧରିବାର କାହାଣୀ ଆସନ୍ତୁ ଜାଣିବା…

ପ୍ରିନ୍ସ ସାଲବି ନାଗଦାର ଶିବପୁରା କଲୋନିରେ ବସବାସ କରେ। ସେ ତାର ବାପାଙ୍କ ସାଙ୍ଗ କମଲଙ୍କ ସହିତ ମିଶି ସାପ ଧରେ। ସାପ ଧରିବା ପରେ ଦୁହେଁ ତାହାକୁ ସୁରକ୍ଷିତ ଭାବେ ଜଙ୍ଗଲରେ ଛାଡ଼ି ଦେଇଥାଆନ୍ତି। ପ୍ରିନ୍ସ ପ୍ରତିଦିନ ତିନିରୁ ଚାରିଟି ଚାପ ଧରିଥାଏ।

 पिता के दोस्त के पकड़ता है सांप

ପ୍ରିନ୍ସର ବାପାଙ୍କ ସାଙ୍ଗ କମଲଙ୍କ ଅନୁସାରେ, ପ୍ରିନ୍ସର ବାପା କେଉଁଆଡେ ଚାଲି  ଯାଇଥିଲେ। ସେହିଦିନ ଠାରୁ ପ୍ରିନ୍ସ ମୋ ପାଖେପାଖେ ଥାଏ। ଦିନେ ସରକାରୀ କଲୋନିରୁ ସାପ ଧରୁଥିବା ସମୟରେ ସାପ ମୋ ଗୋଡ଼ରେ ଗୁଡ଼ାଇ ହୋଇଯାଇଥିଲା। ମୁଁ ଲୋକମାନଙ୍କୁ ଏହି ସମୟରେ ସାହାଯ୍ୟ ଲୋଡ଼ିଥିଲି କିନ୍ତୁ କେହି ବି ସାହାଯ୍ୟ କରି ନଥିଲେ।

ଏତିକି ବେଳେ  ସ୍କୁଟି ଉପରେ ବସିଥିବା ପ୍ରିନ୍ସ ଓହ୍ଲାଇ ଆସି ମୋ ଗୋଡ଼ରୁ ସାପକୁ ଟାଣି ବାହାର କରି ଦେଇଥିଲା। ଏହାପର ଠାରୁ ସାପ ପ୍ରତି ପ୍ରିନ୍ସର ଭୟ କମି ଯାଇଥିଲା। ସେ ମୋ ସହିତ ଯାଏ ଆଉ ସାପକୁ ଖୁବ କମ ସମୟ ମଧ୍ୟରେ ଧରି ନେଇଥାଏ। ତାର ସାପ ଧରିବା ଶୈଳୀ ଦେଖି ମୁଁ ବି ଆଶ୍ଚର୍ଯ୍ୟ ହୋଇଯାଏ।

 

The post ୪ବର୍ଷର ଶିଶୁ ଏଯାବତ ଧରି ସାରିଛି ୧୦୦ରୁ ଅଧିକ ବିଷଧର ସାପ ! first appeared on Sambad.

from ବିଶେଷ | Sambad https://ift.tt/3cVZXl9

Post a Comment

0 Comments