୪ବର୍ଷର ଶିଶୁ ବାପାଙ୍କ ଫୋନରୁ ଏକାସାଙ୍ଗରେ ଅର୍ଡର କଲା ୧୦୦ଡବା ନୁଡୁଲ୍ସ

ନୂଆଦିଲ୍ଲୀ: ଆଜିକାଲିର ପିଲାମାନେ ସ୍ମାର୍ଟଫୋନ ଦେଖିବାକୁ ଜିଦ କରୁଛନ୍ତି। ଆଉ ଅଭିଭାବକମାନେ ବି ପିଲା ଯଦି କୌଣସି କଥାକୁ ପାଇଁ ଜିଦ ଧରୁଛି ତେବେ ତାଙ୍କୁ ସ୍ମାର୍ଟଫୋନ ଦେଖାଇ ଚୁପ କରାଇ ଦେଉଛନ୍ତି। କିନ୍ତୁ ସମୟସମୟରେ ଛୋଟ ପିଲାଙ୍କୁ ସ୍ମାର୍ଟ ଧରାଇ ଅଭିଭାବକମାନେ ଅସୁବିଧାର ସମ୍ମୁଖୀନ ହୋଇଛନ୍ତି। ନିକଟରେ ଏମିତି ଏକ ଘଟଣା ଘଟିଛି। ଜୁନ୍ ୧୫ ତାରିଖରେ ୪ବର୍ଷର ପିଲା ନିଜ ବାପାଙ୍କ ଫୋନରୁ ଗୋଟିଏ ପ୍ରକାର ଖାଦ୍ୟ ୧୦୦ଥର ଅର୍ଡର କରି ଦେଇଥିବା ଜଣାପଡ଼ିଛି।

ବାପା ଫୋନରୁ ଖାଦ୍ୟ ଅର୍ଡର କରୁଥିବା ବେଳେ କେତେବେଳେ ଶିଶୁର ଆଖିରେ ତାହା ପଡ଼ି ଯାଇଛି। ବାପା କୌଣସି କାମରେ ବ୍ୟସ୍ତ ଥିବା ବେଳେ ଶିଶୁଟି ବାପା ଯେମିତି ଅର୍ଡର କରନ୍ତି, ସେ ବି ସେମିତି ନୁଡୁଲ୍ସ ଅର୍ଡର କରିବାକୁ ଚେଷ୍ଟା କରିଥିଲା। ତେବେ ୧ ପ୍ରେସ କରିବା ପରେ ଡାହାଣ ପାର୍ଶ୍ବରେ ଆଉ ଦୁଇଟି ୦ ଟାଇପ କରି ଦେଇଥିଲା ଶିଶୁ। କିଛି ସମୟ ପରେ ଘରେ ଆସି ଡେଲିଭରି ବଏ ୧୦୦ ପ୍ୟାକେଟ ନୁଡୁଲ୍ସ  ନେଇ ପହଞ୍ଚି ଯାଇଥିଲେ।

ଏତେଗୁଡ଼ିଏ ଖାଦ୍ୟ ପ୍ୟାକେଟ ଦେଖି ଶିଶୁର ପିତା ଭାବିଲେ କୌଣସି ଲଟରି ଜିତିଛନ୍ତି। କିନ୍ତୁ ପରେ ନିଜ ଫୋନ ଦେଖିଲା ବେଳକୁ ୧୫ହଜାର ଟଙ୍କାର ଖାଦ୍ୟ ଅର୍ଡର କରାଯାଇଥିବା ଜାଣି ତାଙ୍କ ହୋସ ଉଡି ଯାଇଥିଲା। ଏକାସହିତ ଏତେଗୁଡ଼ିଏ ଖାଦ୍ୟ ପ୍ୟାକେଟ ଘରେ ରଖିଲେ ନଷ୍ଟ ହେବ ବୋଲି ଭାବି ସେ ଆଠଟି ପ୍ୟାକେଟ ରଖି ବାକି ସବୁ ସଫେଇ କର୍ମଚାରୀ ଓ ଅସହାୟ ଭୋକିଲା ଲୋକଙ୍କୁ ଦାନ କରି ଦେଇଥିଲେ।

The post ୪ବର୍ଷର ଶିଶୁ ବାପାଙ୍କ ଫୋନରୁ ଏକାସାଙ୍ଗରେ ଅର୍ଡର କଲା ୧୦୦ଡବା ନୁଡୁଲ୍ସ first appeared on Sambad.

from ବିଶେଷ | Sambad https://ift.tt/3wO7quq

Post a Comment

0 Comments