ବିଚିତ୍ର ଦୃଶ୍ୟ: ମୁଣ୍ଡକୁ ୧୮୦ ଡିଗ୍ରି ପର୍ଯ୍ୟନ୍ତ ବୁଲାଇ ଦେଉଛନ୍ତି ଏହି ବ୍ୟକ୍ତି

ନୂଆଦିଲ୍ଲୀ: ସୋସିଆଲ ମିଡିଆରେ ଅନେକ ସମୟରେ ବିଭିନ୍ନ ଲୋକଙ୍କ ବିଭିନ୍ନ ପ୍ରକାର ପ୍ରତିଭା ଦେଖିବାକୁ ମିଳିଥାଏ। ଏଥିମଧ୍ୟରୁ କିଛି ପ୍ରତିଭା ଦେଖିବାକୁ ବଡ଼ ବିଚିତ୍ର ଲାଗିଥାଏ। ନିକଟରେ ଜଣେ ବ୍ୟକ୍ତି ନିଜ ମୁଣ୍ଡକୁ ୧୮୦ଡିଗ୍ରି ପର୍ଯ୍ୟନ୍ତ ବୁଲାଇ ଦେଉଥିବାର ଏକ ଭିଡିଓ ଦେଖିବାକୁ ମିଳୁଛି। ବ୍ୟକ୍ତି ଜଣକ ତାଙ୍କର ଏହି ଭିଡିଓ କ୍ଲିପକୁ ‘ଟିକଟକ’ ହ୍ୟାଣ୍ଡଲ @ sheaabutt00ରେ ସେୟାର କରିଛନ୍ତି। ସେୟାର କରି ସେ ଲେଖିଛନ୍ତି , ପାର୍ଟି ଟ୍ରିକ! # ଡୁଏଟ, ଯଦି ଆପଣ ଏମିତି କରି ପାରିବେ।

ଭିଡିଓରେ ଦେଖିବାକୁ ମିଳୁଛି ବ୍ୟକ୍ତି ଜଣକ ଗୋଟିଏ ହାତରେ ମୁଣ୍ଡକୁ ଧରିଥିବା ବେଳେ ଆଉ ଗୋଟିଏ ହାତରେ ବେକକୁ ଧରି ଧୀରେଧୀରେ ବୁଲାଉଛନ୍ତି। ଏପରି କରି ସେ ନିଜ ମୁଣ୍ଡକୁ ୧୮୦ଡିଗ୍ରି ପର୍ଯ୍ୟନ୍ତ ବୁଲାଇ ଦେଉଛନ୍ତି। ସଙ୍ଗେସଙ୍ଗେ ପୁଣି ସେ ନିଜ ମୁଣ୍ଡକୁ ପୂର୍ବ ଅବସ୍ଥାକୁ ଫେରାଇ ଆଣୁଛନ୍ତି। ଯାହାକି ଏକ ପ୍ରକାର ବିଚିତ୍ର ଘଟଣା। ଏହି ଦୃଶ୍ୟ ଦେଖି ଘଟଣାସ୍ଥଳରେ ଉପସ୍ଥିତ ଥିବା ଲୋକେ ଆଶ୍ଚର୍ଯ୍ୟ ହୋଇଯାଇଥିଲେ।

The post ବିଚିତ୍ର ଦୃଶ୍ୟ: ମୁଣ୍ଡକୁ ୧୮୦ ଡିଗ୍ରି ପର୍ଯ୍ୟନ୍ତ ବୁଲାଇ ଦେଉଛନ୍ତି ଏହି ବ୍ୟକ୍ତି first appeared on Sambad.

from ବିଶେଷ | Sambad https://ift.tt/3v45V9Q

Post a Comment

0 Comments