ଟିକା ନେଇଥିଲେ ହିଁ ସେଲୁନରେ କେଶ ଓ ଦାଢ଼ି କାଟି ପାରିବେ ଗ୍ରାହକ

ମଧ୍ୟପ୍ରଦେଶ: ମଧ୍ୟପ୍ରେଦଶର ଛିନ୍ଦଓ୍ୱାଡାର ସେଲୁନ ପରିଚାଳକ ନିକଟରେ ସେଲୁନମାନଙ୍କ ପାଇଁ ଏକ ନିୟମ ଜାରି କରିଛନ୍ତି । ଯେଉଁମାନେ ଟିକା ନେଇ ନାହାଁନ୍ତି ସେମାନଙ୍କୁ ସେଲୁନ ମନା ରହିଛି। ଆଉ ଯେଉଁମାନେ  ବି ସେଲୁନ ଆସିବେ ସେମାନଙ୍କୁ ଟିକା ନେଇଥିବା ସାର୍ଟିଫିକେଟ୍ ଦେଖାଇବାକୁ ହେବ। ତେବେ ଏଭଳି ନିୟମ ଜାରି କରିବା ପଛର କାରଣକୁ ନେଇ ସେଲୁନ ପରିଚାଳକ କହନ୍ତି, ଟିକା ପ୍ରତି ଲୋକଙ୍କ ଆଗ୍ରହ କମିଯାଉଥିବାରୁ  ଏଭଳି ପ୍ରୟାସ ଆରମ୍ଭ କରାଯାଇଛି।

ଏସବୁକୁ ଦୃଷ୍ଟିରେ ରଖି ଛିନ୍ଦଓ୍ୱାଡା ସେଲୁନ ଆସୋସିଏସନ ଏଭଳି କଠୋର ପଦକ୍ଷେପ ନେଇଛି । ବୈଠକ କରି ସେଲୁନ ସଞ୍ଚାଳକ ଏହି ନିଷ୍ପତ୍ତି ନେଇଛନ୍ତି କି, ଯୁବକ ହୁଅନ୍ତୁ ଅବା ବୃଦ୍ଧ ଯଦି ଟିକା ନନେଇ ସେଲୁନକୁ ଆସୁଛନ୍ତି ତେବେ ‌ସେଲୁନରେ ସେମାନଙ୍କୁ କୌଣସି ସେବା ଯୋଗାଇ ଦିଆଯିବ ନାହିଁ। ସେଲୁନକୁ ଆସୁଥିବା ପ୍ରତି ଲୋକଙ୍କୁ ଭାକସିନେସନ ସାର୍ଟିଫିକେଟ ଦେଖାଇବାକୁ ପଡ଼ିବ। ତେବେ ଯାଇ ସେମାନଙ୍କୁ ଦୋକାନ ଭିତରକୁ ପ୍ରବେଶ ପାଇଁ ଅନୁମତି ଦିଆଯିବ।

ତେବେ ଏମିତି କରିବା ଦ୍ୱାରା ଲୋକଙ୍କ ମଧ୍ୟରେ ସଚେତନତା ସୃଷ୍ଟି ହେବା ସହ କରୋନାକୁ ହରାଇ ହେବ ବୋଲି ବିଶ୍ୱାସ ରହିଛି ବୋଲି ସେଲୁନ ଆସୋସିଏସନ ପକ୍ଷରୁ ପ୍ରକାଶ।

The post ଟିକା ନେଇଥିଲେ ହିଁ ସେଲୁନରେ କେଶ ଓ ଦାଢ଼ି କାଟି ପାରିବେ ଗ୍ରାହକ first appeared on Sambad.

from ବିଶେଷ | Sambad https://ift.tt/3A9z0UY

Post a Comment

0 Comments