ଭାରତୀୟ ଶିଶୁଙ୍କ ପୁଷ୍ଟିହୀନତା

ଏକ ଦେଶ ବିକାଶର ଅନ୍ୟତମ ଗୁରୁତ୍ବପୂର୍ଣ୍ଣ ସୂଚକ ହେଉଛି ଶିଶୁମାନଙ୍କ ସ୍ବାସ୍ଥ୍ୟ। ମଧ୍ୟାହ୍ନ ଭୋଜନ ପରି ଯୋଜନାର ଅନୁକୂଳ ପ୍ରଭାବ ସତ୍ତ୍ବେ ଆଫ୍ରିକୀୟ ଦେଶ ତୁଳନାରେ ଭାରତରେ ପୁଷ୍ଟିହୀନ ଶିଶୁମାନଙ୍କ ଅନୁପାତ ଦୀର୍ଘଦିନ ଧରି ଅଧିକ ରହିଆସିଛି। ଦୁଇଟି ପୋଷଣ-ଘଟିତ ବ୍ୟାପାରରେ ଆମ ଦେଶର ସ୍ଥିତି କେଉଁଠି ତାହା ସମ୍ବନ୍ଧରେ ଉପଲବ୍ଧ ସରକାରୀ ତଥ୍ୟ ଉପରେ ଦୃଷ୍ଟିପାତ କରାଯାଉ।

ଶାରୀରିକ ବିକାଶର ଅଭାବ (ଷ୍ଟଣ୍ଟିଂ)
ପୋଷଣର ଅଭାବ ଓ ରୋଗ ହେତୁ ଶିଶୁର ଠିକ୍‌ଭାବେ ଶାରୀରିକ ବିକାଶ ଘଟି ନ ଥାଏ। ବୟସ ତୁଳନାରେ ସେମାନଙ୍କର ଉଚ୍ଚତା କମ୍ ହୋଇଥାଏ। ମାନସିକ ଦୃଷ୍ଟିରୁ ମଧ୍ୟ ସେମାନେ ଦୁର୍ବଳ ହୋଇଥାନ୍ତି ଏବଂ ପାଠପଢ଼ାରେ ଭଲ କରି ନ ଥାନ୍ତି। ତା’ ସହ ପରବର୍ତ୍ତୀ ଜୀବନରେ ସେମାନେ କ୍ରନିକ୍ ରୋଗରେ ଆକ୍ରାନ୍ତ ହେବାର ଆଶଙ୍କା ଥାଏ।

ରକ୍ତହୀନତା
ଏକ ଶିଶୁ, କିଶୋର ବା ବୟସ୍କ ଶରୀରରେ ଯଦି ଲୋହିତ ରକ୍ତକଣିକା ସ୍ବାଭାବିକ ସ୍ତରରେ ନ ଥାଏ ବା ସେମାନଙ୍କ ଶରୀର‌ରେ ହେମୋଗ୍ଲୋବିନ୍ କମ୍ ଥାଏ, ତେବେ ଏହି ଅବସ୍ଥାକୁ ରକ୍ତହୀନତା କୁହାଯାଏ। ହେମୋଗ୍ଲୋବିନ୍ କମ୍ ରହିଲେ ରକ୍ତ ଆମର ପେଶୀଗୁଡ଼ିକୁ କମ୍ ଅମ୍ଳଜାନ ବହନ କରି ନେଇଥାଏ, ଯାହାଫଳ‌ରେ କ୍ଳାନ୍ତି, ଦୁର୍ବଳତା, ମୁଣ୍ଡ ବୁଲେଇବା ଓ ଅଣନିଃଶ୍ବାସୀ ଇତ୍ୟାଦି ଲାଗେ।

କେଉଁ ପୋଷକତତ୍ତ୍ବ ଅଭାବରୁ ରକ୍ତହୀନତା ହୁଏ
 ଆଇରନ୍ (ଲୌହସାର)  ଫଲେଟ୍
 ଭିଟାମିନ୍ ବି ୧୨  ଭିଟାମିନ୍ ଏ
ମ୍ୟାଲେରିଆ ଓ ଟିବି (ଯକ୍ଷ୍ମା) ପରି ରୋଗ ମଧ୍ୟ ରକ୍ତହୀନତାର କାରଣ ହୋଇଥାଏ।

The post ଭାରତୀୟ ଶିଶୁଙ୍କ ପୁଷ୍ଟିହୀନତା first appeared on Sambad.

from ବିଶେଷ | Sambad https://ift.tt/3wkkxTY

Post a Comment

0 Comments