
ଏକ ଦେଶ ବିକାଶର ଅନ୍ୟତମ ଗୁରୁତ୍ବପୂର୍ଣ୍ଣ ସୂଚକ ହେଉଛି ଶିଶୁମାନଙ୍କ ସ୍ବାସ୍ଥ୍ୟ। ମଧ୍ୟାହ୍ନ ଭୋଜନ ପରି ଯୋଜନାର ଅନୁକୂଳ ପ୍ରଭାବ ସତ୍ତ୍ବେ ଆଫ୍ରିକୀୟ ଦେଶ ତୁଳନାରେ ଭାରତରେ ପୁଷ୍ଟିହୀନ ଶିଶୁମାନଙ୍କ ଅନୁପାତ ଦୀର୍ଘଦିନ ଧରି ଅଧିକ ରହିଆସିଛି। ଦୁଇଟି ପୋଷଣ-ଘଟିତ ବ୍ୟାପାରରେ ଆମ ଦେଶର ସ୍ଥିତି କେଉଁଠି ତାହା ସମ୍ବନ୍ଧରେ ଉପଲବ୍ଧ ସରକାରୀ ତଥ୍ୟ ଉପରେ ଦୃଷ୍ଟିପାତ କରାଯାଉ।
ଶାରୀରିକ ବିକାଶର ଅଭାବ (ଷ୍ଟଣ୍ଟିଂ)
ପୋଷଣର ଅଭାବ ଓ ରୋଗ ହେତୁ ଶିଶୁର ଠିକ୍ଭାବେ ଶାରୀରିକ ବିକାଶ ଘଟି ନ ଥାଏ। ବୟସ ତୁଳନାରେ ସେମାନଙ୍କର ଉଚ୍ଚତା କମ୍ ହୋଇଥାଏ। ମାନସିକ ଦୃଷ୍ଟିରୁ ମଧ୍ୟ ସେମାନେ ଦୁର୍ବଳ ହୋଇଥାନ୍ତି ଏବଂ ପାଠପଢ଼ାରେ ଭଲ କରି ନ ଥାନ୍ତି। ତା’ ସହ ପରବର୍ତ୍ତୀ ଜୀବନରେ ସେମାନେ କ୍ରନିକ୍ ରୋଗରେ ଆକ୍ରାନ୍ତ ହେବାର ଆଶଙ୍କା ଥାଏ।
ରକ୍ତହୀନତା
ଏକ ଶିଶୁ, କିଶୋର ବା ବୟସ୍କ ଶରୀରରେ ଯଦି ଲୋହିତ ରକ୍ତକଣିକା ସ୍ବାଭାବିକ ସ୍ତରରେ ନ ଥାଏ ବା ସେମାନଙ୍କ ଶରୀରରେ ହେମୋଗ୍ଲୋବିନ୍ କମ୍ ଥାଏ, ତେବେ ଏହି ଅବସ୍ଥାକୁ ରକ୍ତହୀନତା କୁହାଯାଏ। ହେମୋଗ୍ଲୋବିନ୍ କମ୍ ରହିଲେ ରକ୍ତ ଆମର ପେଶୀଗୁଡ଼ିକୁ କମ୍ ଅମ୍ଳଜାନ ବହନ କରି ନେଇଥାଏ, ଯାହାଫଳରେ କ୍ଳାନ୍ତି, ଦୁର୍ବଳତା, ମୁଣ୍ଡ ବୁଲେଇବା ଓ ଅଣନିଃଶ୍ବାସୀ ଇତ୍ୟାଦି ଲାଗେ।
କେଉଁ ପୋଷକତତ୍ତ୍ବ ଅଭାବରୁ ରକ୍ତହୀନତା ହୁଏ
ଆଇରନ୍ (ଲୌହସାର) ଫଲେଟ୍
ଭିଟାମିନ୍ ବି ୧୨ ଭିଟାମିନ୍ ଏ
ମ୍ୟାଲେରିଆ ଓ ଟିବି (ଯକ୍ଷ୍ମା) ପରି ରୋଗ ମଧ୍ୟ ରକ୍ତହୀନତାର କାରଣ ହୋଇଥାଏ।
from ବିଶେଷ | Sambad https://ift.tt/3wkkxTY
0 Comments