
ନୂଆଦିଲ୍ଲୀ: ସୋସିଆଲ ମିଡିଆରେ ବିବାହ ପାଇଁ ବର-ବଧୂ ବେଦୀରେ ବସିଥିବା ସମୟରେ ଏକ ପ୍ଲାଷ୍ଟିକ ବୋତଲରେ ଖେଳୁଥିବା ଦୃଶ୍ୟ ଦେଖିବାକୁ ମିଳୁଛି। ଏହି ଘଟଣାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଯାଇଛି। ଲୋକମାନେ ବି ଏହାକୁ ଦେଖିବାକୁ ଖୁବ ପସନ୍ଦ କରୁଛନ୍ତି।
ଏହି କଶ୍ମୀର ବର ଓ କନ୍ୟାଙ୍କ ବେଦୀରେ ବୋତଲ ଖେଳୁଥିବା ଦୃଶ୍ୟକୁ ଅତୁଲ ସୈନି ଇନଷ୍ଟାଗ୍ରାମରେ ସେୟାର କରିଛନ୍ତି। ଏଥିରେ ବର କ୍ରିମ ଓ ସୁନେଲି ରଙ୍ଗର ସେରୱାନୀ ପିନ୍ଧିଥିବା ବେଳେ କନ୍ୟା ପାରମ୍ପରିକ ଶୈଳୀରେ ଲେହେଙ୍ଗା ପିନ୍ଧି ବେଦୀରେ ବସିଛନ୍ତି। ବିବାହ ଚାଲିଥିବା ସମୟରେ ବ୍ରାହ୍ମଣ କିଛି ସମୟ ପାଇଁ ବିଶ୍ରାମ ଦେଇଥିଲେ।
View this post on Instagram
ଏହି ବିଶ୍ରାମ ସମୟରେ ଦୁହେଁ ପ୍ଲାଷ୍ଟିକ ବୋତଲ ପାଇ ବେଦୀ ଉପରେ ହିଁ ଖେଳିବାକୁ ଲାଗିଥିଲେ। ଆଉ ଏହି ଭିଡିଓର ବେକ ଗ୍ରାଉଣ୍ଡରେ ‘ରବ ନେ ବନା ଦି ଯୋଡ଼ି’ର ଗୀତ ଲାଗିଥିବା ଶୁଣିବାକୁ ଲାଗିଛି।
The post ମଜାଦାର ଦୃଶ୍ୟ: ବେଦୀରେ ବସି ପ୍ଲାଷ୍ଟିକ ବୋତଲରେ ଖୋଳୁଛନ୍ତି ବର-ବଧୂ first appeared on Sambad.
from ବିଶେଷ | Sambad https://ift.tt/3wH5Qu9
0 Comments