ଭୋକିଲା ବୃଦ୍ଧାଙ୍କୁ ନିଜ ହାତରେ ଖୁଆଇ ଦେଲେ ପୁଲିସ କର୍ମଚାରୀ

ନୂଆଦିଲ୍ଲୀ: ସୋସିଆଲ ମିଡିଆରେ ଅନେକ ସମୟରେ ଏମିତି କିଛି ଫଟୋ ଆସିଥାଏ ଯାହାକୁ ଦେଖି ମନ ଖୁସି ହୋଇଯାଇଥାଏ। ଏମିତିରେ ଏକ ଫଟୋ ଉତ୍ତରପ୍ରଦେଶର ଜଣେ ପୁଲିସକର୍ମଚାରୀଙ୍କ ସାମ୍ନାକୁ ଆସିଛି। ଯିଏକି ଜଣେ ବୃଦ୍ଧା ମହିଳାଙ୍କୁ ଖୁଆଉଥିବା ଦେଖିବାକୁ ମିଳୁଛି। ସୋସିଆଲ ମିଡିଆ ବ୍ୟବହାରକାରୀ ଏହି ପୁଲିସ କର୍ମଚାରୀଙ୍କ ଭୁରିଭୁରି ପ୍ରଶଂସା କରିଛନ୍ତି।

ଏହି ହୃଦୟସ୍ପର୍ଶୀ ଫଟୋକୁ ରିଙ୍କୁ ହୁଡ୍ଡା ଟୁଇଟରରେ ସେୟାର କରିଛନ୍ତି। ରିଙ୍କୁ ହୁଡ୍ଡା ଟୁଇଟରରେ ଫଟୋ ସେୟାର କରି ଲେଖିଛନ୍ତି, ‘‘ପୁଲିସର ଏକ ଚେହେରା ଏମିତି ବି ହୋଇଥାଏ।#ସ୍ୟାଲୁଟ’’

 

ରିଙ୍କୁ ହୁଡ୍ଡାଙ୍କ ଏହି ଟୁଇଟକୁ ଏଯାବତ ୫୦୦ଥର ରିଟୁଇଟ କରାଯିବା ସହିତ ୬ହଜାରରୁ ଅଧିକ ଲାଇକ ମିଳିଛି। ଫଟୋ ଦେଖି ସୋସିଆଲ ମିଡିଆ ବ୍ୟବହାରକାରୀ ସୁନ୍ଦରସୁନ୍ଦର ପ୍ରତିକ୍ରିୟା ବି ଦେଇଛନ୍ତି।

ଜଣେ ସୋସିଆଲ ମିଡିଆ ବ୍ୟବହାରକାରୀ ଲେଖିଛନ୍ତି, ଏହି ଅଧିକାରୀଙ୍କୁ ସଲାମ। ଅନ୍ୟ ଜଣେ ଲେଖିଛନ୍ତି, ‘ଗୁଡ଼ ୱାର୍କ ସାର ଜି ଜୟ ହିନ୍ଦ’।

 

The post ଭୋକିଲା ବୃଦ୍ଧାଙ୍କୁ ନିଜ ହାତରେ ଖୁଆଇ ଦେଲେ ପୁଲିସ କର୍ମଚାରୀ first appeared on Sambad.

from ବିଶେଷ | Sambad https://ift.tt/3plTIw9

Post a Comment

0 Comments