ବିଶ୍ୱର ବୃହତ୍ତମ ସପି˚ ମଲ୍‌

ବିଶ୍ବର ବୃହତ୍ତମ ସପି˚ ମଲ୍‌ଟି ଚାଇନାର ଡୋଙ୍ଗ୍‌ଗୁଆନ୍‌ରେ ଅଛି। ନାମ- ‘ସାଉଥ୍‌ ଚାଇନା ମଲ୍‌’। ସତୁରି ଲକ୍ଷ ବର୍ଗ ଫୁଟ୍‌ ପରିମିତ ଅଞ୍ଚଳରେ ମଲ୍‌ଟି ଛିଡ଼ାହୋଇଛି। ମଲ୍‌ରେ ରହିଛି ମୋଟ ୨୩୫୦ଟି ଦୋକାନ-ଘର। ଆଉ ମଲ୍‌ ସ˚ପର୍କରେ ସବୁଠାରୁ ଉଲ୍ଲେଖନୀୟ କଥା ହେଉଛି, ଏକଦା ଏହାର ଅନେଶତ ପ୍ରତିଶତ ସ୍ଥାନ ଖାଲି ପଡ଼ିଥିଲା। ମଲ୍‌ଟି ନୂଆ ନୁହେଁ। ୨୦୦୫ରେ ହୁ ଗୁଇରଙ୍ଗ୍‌ ନାମକ ବ୍ୟବସାୟୀ ମଲ୍‌ଟି ତିଆରି କରାଇଥିଲେ। ତେବେ, କେହି ଭଡ଼ା ନ ନେବାରୁ ପ୍ରାୟ ଦଶ ବର୍ଷ ଖାଲି ପଡ଼ିଥିଲା।

କେବଳ ତଳ ମହଲାରେ ଅଳ୍ପ କେତୋଟି ଫାଷ୍ଟ୍‌ ଫୁଡ୍‌ ଦୋକାନ ଥିଲା। ବିଶେଷ କେହି ଆସୁ ନ ଥିଲେ। ମଲ୍‌ରେ ଲାଗିଥିବା ଲିଫ୍‌ଟ, ଏସ୍‌କାଲେଟର‌୍‌ ଆଦି ରକ୍ଷଣାବେକ୍ଷଣ ଅଭାବରୁ ଅଚଳ ହୋଇଯାଇଥିଲା। ହୁ ଜଣେ ନୁଡଲ୍‌ ବ୍ୟବସାୟୀ। ସେ ନିଜର ସଞ୍ଚିତ ଅର୍ଥର ଏକ ବଡ଼ ଭାଗ ମଲ୍‌ରେ ଲଗାଇଥିଲେ। ମଲ୍‌ ଭିତରେ ନାନା ଅଭିନବ ବ୍ୟବସ୍ଥା କରାଇଥିଲେ। ରୋଲର‌୍‌ କୋଷ୍ଟର‌୍‌ ଲଗାଇଥିଲେ। ଭେନିସ୍‌ ଢାଞ୍ଚାରେ କୃତ୍ରିମ କେନାଲ୍‌ ଏବ˚ ଗଣ୍ତୋଲା ବିହାରର ବ୍ୟବସ୍ଥା କରିଥିଲେ। ବିଶିଷ୍ଟ ସିନେମା ନିର୍ମାତା ସାମ୍‌ ଗ୍ରିନ୍‌ ମଲ୍‌ଟି ଉପରେ ‘ୟୁଟୋପିଆ ପାର୍ଟ‌୍‌ ଥ୍ରି: ଦ ୱାର୍ଲ‌୍‌ଡସ ଲାର୍ଜେଷ୍ଟ୍‌ ସପି˚ ମଲ୍‌’ ନାମରେ ପ୍ରାମାଣିକ ଚଳଚ୍ଚିତ୍ର ତିଆରି କରିଥିଲେ। ୨୦୧୫ ପରେ ମଲ୍‌ କ୍ରମଶଃ ଏକ ବଡ଼ ବ୍ୟବସାୟ ପେଣ୍ଠରେ ପରିଣତ ହୋଇଥିଲା।

The post ବିଶ୍ୱର ବୃହତ୍ତମ ସପି˚ ମଲ୍‌ first appeared on Sambad.

from ବିଶେଷ | Sambad https://ift.tt/34Bm8Zq

Post a Comment

0 Comments